ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

January 04, 2020, ବିଦେଶ, , Anupambharat News Bureau


ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ
Anupambharat News Bureau
January 04, 2020

ବାଗଦାଦ, ୪ା୧: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତମାନେ ପପୁଲାର ମୋବିଲାଇଜେଶନ ଫୋର୍ସର ସଦସ୍ୟ । ଏମାନେ ମିଲିଶିଆ ବୋଲି କୁହାଯାଏ । ଇରାକର ରାଜଧାନୀ ବାଗଦାଦର ତାଜି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତି ପାଖାପାଖି ୧.୧୨ ମିନିଟରେ ମିଲିଶିଆ ସଦସ୍ୟ ମାନେ କାରରେ ଯାଉଥିଲେ । ଏହି ସମୟରେ ଆମେରିକା ତାଙ୍କୁ ଲକ୍ଷ୍ୟ କରି ଏୟାର ଷ୍ଟ୍ରାଇକ୍‌ କରିଥିଲା । ଫଳରେ ଗୋଟିଏ ଗାଡ଼ିରେ ଯାଉଥିବା ୫ ମିଲିଶିଆ ସଦସ୍ୟ ଜୀଅନ୍ତା ଜଳିଯିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୋଟ୍‌ ୩ଟି ଗାଡ଼ି ଯାଉଥିଲା ବେଳେ ଏଥିରୁ ୨ଟି ସମ୍ପୂର୍ଣ୍ଣ ଜଳିଯାଇଛି । ମୃତକଙ୍କ ମଧ୍ୟରେ ପପୁଲାର ମୋବିଲାଇଜେଶନ ଫୋର୍ସର ଜଣେ ପ୍ରମୁଖ ନେତାଙ୍କର ମୃତୁ୍ୟ ଘଟିଛି । ହେଲେ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଶୁକ୍ରବାର ବିଳମ୍ବିିତ ରାତିରେ ଆମେରିକା ଏୟାର ଷ୍ଟ୍ରାଇକ୍‌ ଯୋଗେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ମାରିଥିଲା । ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସୁଲେମାନୀ ଓ ତାଙ୍କ ସମର୍ଥକମାନେ ଯାଉଥିବା ବେଳେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିଥିଲା । ଏହାପରେ ଇରାନ ଓ ଆମେରିକା ମଧ୍ୟରେ ବିବାଦ ବଢ଼ିଛି । ତେବେ ଆମେରିକା ଇରାନ ସହ ପ୍ରଥମେ ଯୁଦ୍ଧ କରିବା ପାଇଁ ଚାହୁଁନଥିବା କହିଥିଲେ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ଯଦି କୌଣସି ଇସଲାମିକ ଦେଶ ଯୁଦ୍ଧ କରିବା ପାଇଁ ଆସିବେ ତାହେଲେ ଆମେରିକା ମଧ୍ୟ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ । ହେଲେ ନିଜ ମନ୍ତବ୍ୟର କିଛି ସମୟ ପରେ ଇରାକରେ ଇରାନର ମିଲିଶିଆ ସଦସ୍ୟଙ୍କ ଉପରେ ଆକ୍ରମଣ କରିବା ବିବାଦକୁ ଆହୁରି ବଢ଼ାଇଛି । ସୂଚନାଯୋଗ୍ୟ,
ନିକଟରେ ଇରାକର ବାଗଦାଦରେ ଥିବା ଆମେରିକାର ଦୂତାବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିଲା । ତେଣୁ ଆମେରିକା ଏଭଳି ଆକ୍ରମଣ କରିଛି ବୋଲି ଜଣାପଡ଼ିଛି ।
ପ୍ରକାଶ ଥାଉକି, ଏକ ଭୟଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇରାନ । ଏହାର ସଂକେତ ଏକ ମସଜିଦରୁ ମିଳିଛି । ଇରାନର କୋମଠାରେ ଥିବା ଐତିହାସିକ ଜାମକରନ୍‌ ମସଜିଦ ଉପରେ ଇତିହାସରେ ପ୍ରଥମ ଥର ପାଇଁ ଲାଲ୍‌ ପତାକା ଉଡ଼ାଯାଇଛି । ଏହା ଯୁଦ୍ଧର ସଂକେତ ବୋଲି କୁହାଯାଉଛି । ଏଣୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଶ୍ୱ ପୁଣି ଏକ ଯୁଦ୍ଧର ଘଟଘଟା ମଧ୍ୟରେ ଠେଲି ହୋଇଯାଉଛି । ଅନ୍ୟପକ୍ଷରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଫୋର୍ସର କମାଣ୍ଡର ଗୋଲାମାଲି ଆବୁହାମଜେ କହିଛନ୍ତି ଯେ ଆମେରିକା ଓ ଇସ୍ରାଏଲର ପ୍ରାୟ ୩୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଇରାନର ଟାର୍ଗେଟରେ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେରିକା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଇରାନ ସେନାର ରହିଛି । ଅନ୍ୟପକ୍ଷରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୋଲ୍ଲା ମଧ୍ୟ ଇସ୍ରାଏଲ ଓ ଆମେରିକୀୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ।
ଶୁକ୍ରବାରଦିନ ଆମେରିକା ଦ୍ୱାରା କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲି ଖାମନେଇ ବ୍ରିଗେଡିୟର ଜେନେରାଲ ଇସମାଇଲ କାନିଙ୍କୁ ସୁଲେମାନିଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ । ଇସମାଇଲ ମଧ୍ୟ ଆମେରିକା ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଇରାନର ପ୍ରତିଆକ୍ରମଣ ବେଶ ଭୟାବହ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

Read More...

ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page