ସାପ କାମୁଡ଼ା ରୋଗୀଙ୍କ ପାଇଁ ଷ୍ଟ୍ରେଚର

December 19, 2022, ଓଡ଼ିଶା, , Anupambharat News Bureau


ସାପ କାମୁଡ଼ା ରୋଗୀଙ୍କ ପାଇଁ ଷ୍ଟ୍ରେଚର
Anupambharat News Bureau
December 19, 2022


ଭୁବନେଶ୍ୱର, ୧୯ା୧୨ (ଅନୁପମ ମିଡିଆ): ସାପ କାମୁଡ଼ାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ନୂଆ ରଣନୀତି ଆପଣେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ସାପ କାମୁଡ଼ା ରୋଗୀଙ୍କୁ ବୋହିବାକୁ ପ୍ରତି ଗାଁରେ ହାଲୁକା ଷ୍ଟ୍ରେଚରର ବ୍ୟବସ୍ଥା କରାଯିବ । ବିଷାକ୍ତ ସାପ ସଂପର୍କରେ ଲୋକଙ୍କୁ ସଚେତନ ପାଇଁ ଗାଁରେ ପୋଷ୍ଟର ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଆଧାରରେ ରଣନୀତି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ । ଏହାସହ ଆଣ୍ଟି ସ୍ନେକ ଭେନମ ଦେବାକୁ ଅମଙ୍ଗ ଡାକ୍ତରଙ୍କୁ ଟ୍ରେନିଂ ଦିଆଯିବ ବୋଲି ସେ କହିଛନ୍ତି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଆମ ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଉଛି । ଏହାସତ୍ତେ୍ୱ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି । ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପ କାମୁଡା । ୨୫ରୁ ୩୦ ସାପ କାମୁଡା ମୃତ୍ୟୁ କେଇ ଘଣ୍ଟା ଭିତରେ ଘଟୁଛି । ଯେତେବେଳେ କି ବିଷ ଶରୀରକୁ ବ୍ୟାପି ନ ଥାଏ । ଏସବୁ କ୍ଷେତ୍ରରେ ସାପ କାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି । କେଉଁଟା ବିଷାକ୍ତ ସାପ, କେଉଁଟା ନୁହେଁ, ସେନେଇ ଲୋକଙ୍କ ଭିତରେ ସଚେତନତା ବଢାଇବାକୁ ପଡ଼ିବ ବୋଲି ଡାକ୍ତର ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି, ସାପ କାମୁଡ଼ା ଲୋକ ଚଲା ବୁଲା କରିବା ଅନୁଚିତ । ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବା କଥା । ରାଜ୍ୟରେ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି ମାତ୍ର ଏହା କରିବା ଅନୁଚିତ ବୋଲି ମିଶ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆପଣ ଶେଷ ପୋଷ୍ଟ ଦେଖୁଛନ୍ତି ୤
ଏହା ପରେ ଆଉ କୌଣସି ପୋଷ୍ଟ ନାହିଁ୤!
ଜେଲ୍‌ ଫେରିଲେ ଅର୍ଚ୍ଚନା

ଜେଲ୍‌ ଫେରିଲେ ଅର୍ଚ୍ଚନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page