ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

January 04, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା
Anupambharat News Bureau
January 04, 2020

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ । ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ଯୋଗୁ ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ସେ ଜାନୁୟାରୀ ୫ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ । ସେ ଏବେ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଅଟନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ଦ୍ୱିତୀୟ ମହିଳା ବିଚାରପତି ଭାବେ ଜଷ୍ଟିସ ପଣ୍ଡା ୨୦୦୭ ମାର୍ଚ୍ଚ ୧୭ତାରିଖରେ ନିଯୁକ୍ତି ପାଇଥିଲେ । ସେ ତାଙ୍କ ପିତାଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଦୀର୍ଘବର୍ଷ ଧରି ଓକିଲାତି କରିବା ପରେ ତାଙ୍କୁ ହାଇକୋର୍ଟର
ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେ ୧୯୮୫ ମସିହାରେ ଓଡ଼ିଶା ବାର କାଉନସିଲର ସଦସ୍ୟତା ଗ୍ରହଣ କରିଥିଲେ । ଜଷ୍ଟିସ ପଣ୍ଡା ୧୯୫୯ ଜୁଲାଇ ମାସରେ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

Read More...

ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page