ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ

December 07, 2022, ଦେଶ, , Anupambharat News Bureau


ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ
Anupambharat News Bureau
December 07, 2022


ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ୍‌ ହାରରେ ବୃଦ୍ଧି କରିଛି । ଏହା ଫଳରେ ଋଣ କାରବାର ଅଧିକ ମହଙ୍ଗା ହେବ । ଆରବିଆଇ ପକ୍ଷରୁ ରେପୋ ରେଟ୍‌ ୦.୩୫% ବୃଦ୍ଧି କରାଯାଇଛି । ଚଳିତ ଦିନରେ ରେପୋ ରେଟ୍‌ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି । ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ରେପୋ ରେଟ୍‌ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ । ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଯାହାଫଳରେ କାର୍‌, ହୋମ୍‌ ଓ ପର୍ସନାଲ ଲୋନ୍‌ ଆଦି ମହଙ୍ଗା ହେବ । ପୂର୍ବରୁ ରେପୋ ରେଟ୍‌ ୫.୯୦ ପ୍ରତିଶତ ରହିଥିଲା । ରେପୋ ରେଟ୍‌ ବୃଦ୍ଧି ଯୋଗୁ ଇଏମ୍‌ଆଇ ବଢିବ । ସେହିପରି ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଓ ପର୍ସନାଲ ଲୋନ୍‌ ମହଙ୍ଗା ହେବ । ଏମପିସି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ନୀତିଗତ ଦରବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶରେ ମୁଦ୍ରାସ୍ପୀତି ହାରକୁ ୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ କରିବାକୁ ପଡିବ । ଅକେଫାବର ମାସରେ ମୁଦ୍ରାସ୍ପୀତି ହ ୍ରାସ ପାଇ ୬.୭୭ ପ୍ରତିଶତରେ ପହଞ୍ଚିଥିଲା । ସୂଚନା ଅନୁଯାୟୀ, ସେପେଫମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୯% କରିଥିଲା । ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୪% କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

Read More...

ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ

ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page