ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ

December 07, 2022, ଓଡ଼ିଶା, , Anupambharat News Bureau


ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ
Anupambharat News Bureau
December 07, 2022


ପୁରୀ, ୭ା୧୨(ଅନୁପମ ମିଡ଼ିଆ ):ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍‌ ବ୍ୟବହାର ନିଷିଦ୍ଧ ହେବ । ଆସନ୍ତା ଜାନୁଆରୀ ପହିଲାରୁ ଏହି କଟକଣା ଲାଗୁ କରାଯିବ । ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ଜରୁରୀ ନୀତି ର୍ନିଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍‌ ବ୍ୟବହାର କରି ପାରିବେ । ଅନ୍ୟ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ । ପୂର୍ବରୁ ଭକ୍ତ ମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୁର୍ଣ୍ଣ କଟକଣା ରହିଛି । କେବଳ ଅଧିକାରୀ ଓ ଅଧିକୃତ ସେବାୟତମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ । ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ ପରେ ଏଭଳି କଟକଣା ନେଇ ସହମତି ପ୍ରକାଶ ପାଇଛି । ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ କରାଯିବ । ନୂଆବର୍ଷରୁ ଏହି କଟକଣା ଲାଗୁ କରାଯିବଛ ସେହିପରି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମଧ୍ୟ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ସମ୍ପାଦିତ ହେବ । ଏଥି ଲାଗି ପ୍ରତ୍ୟେହ ରାତ୍ର ୨ଟାରୁ ଦ୍ୱାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନା ହେବ । ଏହାଛଡା ଆସନ୍ତା ଜାନୁଆରୀ ୬ରେ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁ ଥିବା
ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦିତ ହୋଇଛି । ସେହିପରି ସେବାୟତଙ୍କ ଜମିଜମା ସଂପର୍କିତ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟ, ଛତିଶା ନିଯୋଗର ସଦସ୍ୟମାନେ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ

ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ

Read More...

ଆଜି ପଦ୍ମପୁର ରେଜଲଫ  , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଆଜି ପଦ୍ମପୁର ରେଜଲଫ , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page