ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

December 07, 2022, ଦେଶ, , Anupambharat News Bureau


ବିମୁଦ୍ରାୟନ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ
Anupambharat News Bureau
December 07, 2022


ନୂଆଦିଲ୍ଲୀ: ଭାରତୀୟ ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏବଂ ଦେଶକୁ କଳା ଟଙ୍କା ବିନିମୟରୁ ମୁକ୍ତ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ହଠାତ ରାତି ଅଧିଆ ବିମୁଦ୍ରାୟନ ନୀତି ଘୋଷଣା କରିଦେଇଥିଲେ । ଫଳରେ ଦେଶବ୍ୟାପୀ ପ୍ରଚଳିତ ଥିବା ପାଞ୍ଚ ଶହ ଟଙ୍କିଆ ନୋଟ ଏବଂ ହଜାରେ ଟଙ୍କିଆ ନୋଟ ହଠାତ ଅଚଳ ହୋଇପଡିଥିଲା । ଫଳରେ ନୂତନ ମୁଦ୍ରା ହାସଲ କରିବା ପାଇଁ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଯେଉଁ ଦୟନୀୟ ଅବସ୍ଥା ସୃଷ୍ଟି ହୋଇଥିଲା ଏହା କଳ୍ପନାରୁ ବହାରକୁ ଚାଲିଯାଇଥିଲା । ସରକାରଙ୍କ ଏଭଳି କାର୍ଯ୍ୟଧାରାକୁ ଚ୍ୟାଲେଞ୍ଜ କରି ହୋଇଥିବା ବହୁ ସଂଖ୍ୟକ ପିଟିସନର ଶୁଣାଣି କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆଜି ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା ‘ଲାଇଭ୍‌ ଲ’ ରିପୋର୍ଟ କରିଛି । ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌, ବି.ଆର୍‌. ଗୱାଇ, ଏ.ଏସ୍‌. ବୋପାନ୍ନା, ଭି. ରାମସୁବ୍ରମଣିୟାନ୍‌ ଏବଂ ବି. ଭି. ନାଗରତ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ଆଗତ ଯୁକ୍ତି ଶୁଣିଥିଲେ । ଏହି ମାମଲା ଉପରେ ଡିସେମ୍ବର ୧୦ ତାରିଖ ସୁଦ୍ଧା ଯୁକ୍ତିର ସାରାଂଶ ଲିଖିତ ଭାବେ ଦାଖଲ କରିବା ପାଇଁ ସମସ୍ତ ପକ୍ଷଙ୍କୁ ଅନୁମତି ଦେଇଛନ୍ତି । ଏହାବ୍ୟତୀତ ବିମୁଦ୍ରାୟନ ଘୋଷଣା ସଂକ୍ରାନ୍ତ ଆନୁସଙ୍ଗିକ ରେକର୍ଡ ମଧ୍ୟ ଦାଖଲ କରିବା ଲାଗି ଅଦାଲତ କେନ୍ଦ୍ର ସରକାର ଓ ଭାରତର ରିଜର୍ଭ ବ୍ୟାଙ୍କ୍‌ଙ୍କୁ କହିଛନ୍ତି । ଭାରତର ଆଟର୍ଣ୍ଣି ଜେନେରାଲ୍‌ ଆର୍‌. ଭେଙ୍କଟରମଣୀ କହିଛନ୍ତି ଯେ, କାଗଜପତ୍ରଗୁଡ଼ିକ ମୁଦା ଲଫାପାରେ ଦାଖଲ କରାଯିବ । ଶୁଣାଣି ସମୟରେ ଖଣ୍ଡପୀଠ କହିଲେ ଯେ, ବିମୁଦ୍ରାୟନ ଆର୍ଥିକ ନୀତିର ନିଷ୍ପତ୍ତି ହୋଇଥିବା ଦର୍ଶାଇ ସେମାନେ ଚୁପ୍‌ ରହିବେ ନାହିଁ । ଯେଉଁ ଉପାୟରେ ବିମୁଦ୍ରାୟନ ନିଷ୍ପତ୍ତି
ଗ୍ରହଣ କରାଗଲା ତାହାକୁ ସେମାନେ ପରୀକ୍ଷା କରିବେ । ବିମୁଦ୍ରାୟନ ନିଷ୍ପତ୍ତି ୬ ବର୍ଷ ତଳର ହୋଇଥିବାରୁ ଏହି ମାମଲାର ଶୁଣାଣି ନିମନ୍ତେ ପ୍ରଥମେ ଖଣ୍ଡପୀଠ କୁଣ୍ଠାବୋଧ କରୁଥିଲେ । କି;ୁ, ବରିଷ୍ଠ ଆଡଭୋକେଟ୍‌ ପି.ଚିଦମ୍ବରମ୍‌ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ପରେ ମାମଲାର ଶୁଣାଣି ପାଇଁ ଅକେଫାବର ୧୨ ତାରିଖ ଦିନ ଖଣ୍ଡପୀଠ ରାଜି ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆପ୍‌ କବ୍‌ଜାରେ ଦିଲ୍ଲୀ ଏମ୍‌ସିଡି

ଆପ୍‌ କବ୍‌ଜାରେ ଦିଲ୍ଲୀ ଏମ୍‌ସିଡି

Read More...

ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ

ରେପୋରେଟ୍‌ ବୃଦ୍ଧି କଲା ଆର୍‌ବିଆଇ: ଇଏମ୍‌ଆଇ ବଢ଼ିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page