ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

November 05, 2019, ଦେଶ, , Anupambharat News Bureau


ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ
Anupambharat News Bureau
November 05, 2019

ଭୋପାଲ୍‌: ରବିବାର ଅପରାହ୍ନରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ସିନେମା ହଲ ସାମ୍ନାରେ ତୁମୁଳକାଣ୍ଡ ଘଟିଥିଲା । ଜଣେ ବ୍ୟକ୍ତି ଯୁବତୀଙ୍କ ସହ ସିନେମା ଦେଖିବାକୁ ଆସିଥିଲେ । ଫିଲ୍ମ ହଲରୁ ବାହାରିବା ପରେ ସେହି ବ୍ୟକ୍ତିଙ୍କର ସ୍ତ୍ରୀ ଓ ଶାଳୀଙ୍କ ସହ ସାମ୍ନାସାମ୍ନୀ ହୋଇଥିଲା । କିଛି କଥାବାର୍ତ୍ତା ହେବା ପୂର୍ବରୁ ସେହି ବ୍ୟକ୍ତିଙ୍କ ସ୍ତ୍ରୀ ଓ ଶାଳୀ ଯୁବତୀଙ୍କୁ ଟାଣି ଆଣି ନିର୍ଦ୍ଧୁମ୍‌ ଛେଚିଥିଲେ । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ଯୁବତୀ ଜଣଙ୍କ ମାଡ଼ ଖାଉଥିବାର ଦେଖି ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ଓ ଶାଳୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ତାଙ୍କ ସ୍ତ୍ରୀ ଓ ଶାଳୀର ମାଡ଼ରୁ ବର୍ତ୍ତି ନଥିଲେ । ଦୀର୍ଘ ସମୟ ଧରି ଏଭଳି ତୁମୁଳକାଣ୍ଡ ଚାଲିଥିଲା । ପରେ ପୁଲିସ ଆସି ବୁଝାସୁଝା କରିଥିବା ସୂଚନା ରହିଛି । ତେବେ ସେମାନେ କହିବା କଥା ହେଲା ଯେ ସ୍ତ୍ରୀ, ଶାଳିଙ୍କ ସହ ତୃତୀୟ ଯୁବତୀଙ୍କୁ ଭଲ ପାଉଥିଲେ ଯୁବକ ଯାହାର ପରିଣାମ ସ୍ୱରୂପ ବିଚ୍‌ ରାସ୍ତାରେ ମାଡ଼ ଖାଇଲେ ଯୁବକ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

Read More...

ଇମ୍ରାନ୍‌ଙ୍କ ଆସନ ଟଳମଳ:  ସର୍ବଦଳୀୟ ବୈଠକ ଡାକିଲେ ମୌଲାନା

ଇମ୍ରାନ୍‌ଙ୍କ ଆସନ ଟଳମଳ: ସର୍ବଦଳୀୟ ବୈଠକ ଡାକିଲେ ମୌଲାନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page