ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ

November 05, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଭାରତୀୟ ବି କରିପାରିବେ ବ୍ଲାକ ଫ୍ରାଇଡେ ସେଲରେ ସପିଙ୍ଗ ଇଣ୍ଟରନେଶନାଲ ପ୍ରଡକଫ ଉପରେ ମିଳୁଛି ୪୫ ପ୍ରତିଶତ ଡ଼ିସକାଉଣ୍ଟ
Anupambharat News Bureau
November 05, 2019

ନୂଆଦିଲ୍ଲୀ : ପ୍ରତିବର୍ଷ ନଭେମ୍ବର ୨୯ ତାରିଖକୁ ବ୍ଲାକ ଫ୍ରାଇଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ବିଶେଷ ଭାବେ ଏହିଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ କି;ୁ ଏହାର ପ୍ରସ୍ତୁତି ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥାଏ । ପୂର୍ବରୁ ଏହି ଇଭେଣ୍ଟ କେବଳ ଆମେରିକା ଏବଂ କାନାଡ଼ା ଭଳି ଦେଶ ପର୍ଯ୍ୟନ୍ତ ସୀମିତ ଥିଲା କି;ୁ ବର୍ତ୍ତମାନ ଭାରତୀୟମାନେ ମଧ୍ୟ ଏହି ସେଲର ଅପେକ୍ଷାରେ ରହୁଛନ୍ତି । ଏହାର କାରଣ ହେଉଛି ଏହି ସମୟରେ ବଡ଼ ବଡ ଇ-କମର୍ସ ପ୍ଲାଟଫର୍ମ ଇଣ୍ଟରନେଶନାଲ ପ୍ରଡକଫରେ ବମ୍ପର ଡ଼ିସକାଉଣ୍ଟ ଦେଉଛନ୍ତି । ଏଥିରେ ଅmଚ୍ଚzଞ୍ଚn, eଇଚ୍ଚy, ଘଚ୍ଚଝmଚ୍ଚrଟ୍ଟ ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ସାମିଲ ରହିଛି । ଏହି ସମୟରେ ଆମେରିକାରେ କ୍ରିସମାସ ସପିଙ୍ଗ କରିବା ପାଇଁ ମଧ୍ୟ ଛୁଟି ଦିଆଯାଇଥାଏ ।
୨୦୧୮ ମସିହାରେ ଭାରତରେ ହୋଇଥିଲା ବ୍ଲାକ ଫ୍ରାଇଡେ ସେଲ । ବ୍ଲାକ ଫ୍ରାଇଡେ ସେଲର ଆରମ୍ଭ ସର୍ବପ୍ରଥମେ ଆମେରିକାରେ କରାଯାଇଥିଲା । Thଚ୍ଚnkଟଜ୍ଜiଠinଜ୍ଜ ଉଚ୍ଚyର ପର ଦିନକୁ ବ୍ଲାକ ଫ୍ରାଇଡେ କୁହାଯାଇଥାଏ । କୁହାଯାଏ ଏହିଦିନ ପାରମ୍ପରିକ ଭାବେ କ୍ରିସମାସର ସପିଙ୍ଗ ଆରମ୍ଭ ହୋଇଥାଏ । ଅନେକ ବଡ଼ କମ୍ପାନୀ ମଧ୍ୟ ନିଜ ପ୍ରଡକଫ ଉପରେ ବମ୍ପର ଡ଼ିସକାଉଣ୍ଟ ଅଫର ଦେଇଥାନ୍ତି । ଆମେରିକାରେ ଏହି ସେଲ ଅନଲାଇନ ଏବଂ ଅଫଲାଇନ ସବୁ ଷ୍ଟୋରରେ ମିଳିଥାଏ । ପ୍ରତିବର୍ଷ ଏହା ନଭେମ୍ବର ମାସ ଶେଷ ସପ୍ତାହରେ ହିଁ ହୋଇଥାଏ । ଭାରତରେ ଏହି ସେଲକୁ ୨୦୧୮ ମସିହାରେ ପ୍ରଥମେ eଇଚ୍ଚy ସପିଙ୍ଗ ସାଇଟ ହିଁ ଆରମ୍ଭ କରିଥିଲା ।
ଭାରତୀୟମାନେ କିପରି ଉଠାଇବେ ସେଲର ଫାଇଦା, ସେ ବିଷୟରେ ଅନେକ ସୂଚନା ଦିଆଯାଇଛି । ଯଦି ଆପଣ ସେଲ ସମୟରେ କିଣାକିଣି କରିବାକୁ ଚାଁହୁଛନ୍ତି, ତାହେଲେ ଆମାଜନ ଇଣ୍ଡିଆର େୱବସାଇଟରେ ଯାଇ ନିଜର ମନପସନ୍ଦ ପ୍ରଡକଫ କିଣି ପାରିବେ । ଆମାଜନ ଇଣ୍ଡିଆର ବ୍ଲାକ ଫ୍ରାଇଡେ ସେଲ ସେକ୍ସନରେ ଆପଣଙ୍କୁ ଆମାଜନ ଗ୍ଲୋବାଲ ଷ୍ଟୋରର ଲିଙ୍କ ମିଳିବ । ଯେଉଁଠାରୁ ଆପଣ ଇଣ୍ଟରନେସନାଲ ବ୍ରାଣ୍ଡର ସପିଙ୍ଗ କରିପାରିବେ । ଏହା ବ୍ୟତୀତ ଆପଣ ଅନ୍ୟ େୱବସାଇଟରୁ ମଧ୍ୟ ସପିଙ୍ଗ କରିପାରିବେ । ତେବେ କିଛି ପ୍ରଡକଫ କିଣିବା ପୂର୍ବରୁ ପ୍ରଥମେ ଆପଣ ଏହା ଦେଖିନିଅ;ୁ ଯେ ଏହା ଭାରତକୁ ଡ଼େଲିଭରି ହେଉଛି କି ନାହିଁ । ବ୍ଲାକ ଫ୍ରାଇଡେ ସେଲ ସମୟରେ ସ୍ମାର୍ଟଫୋନ, କମ୍ପ୍ୟୁଟର, ଲାପଟପ, ଟିଭି, ସ୍ମାର୍ଟହୋମ ଡିଭାଇସ ସମେତ ଅନେକ ପ୍ରଡକଫ ଉପରେ ଭାରି ଡ଼ିସକାଉଣ୍ଟ ମଧ୍ୟ ମିଳିଥାଏ । ଭାରତରେ ଲୋକପ୍ରିୟ ହେଉଛି ବ୍ଲାକ ଫ୍ରାଇଡେ ସେଲ ।
ଭାରତୀୟ ଗ୍ରାହକ ମାନେ ମଧ୍ୟ ବ୍ଲାକ ଫ୍ରାଇଡେ ସେଲର ଅପେକ୍ଷାରେ ରହିଥାନ୍ତି କାରଣ ଅmଚ୍ଚzଞ୍ଚn, eଇଚ୍ଚy ଭଳି ବଡ଼ ବଡ଼ ଇ-କମର୍ସ ସାଇଟ ମଧ୍ୟ ବ୍ଲାକ ଫ୍ରାଇଡେ ସେଲରେ ସାମିଲ ହୋଇଥାନ୍ତି । ଯାହାଦ୍ୱାରା ଭାରତୀୟ ଗ୍ରାହକମାନେ ଅନେକପ୍ରକାରର ଇଣ୍ଟରନେସନାଲ ପ୍ରଡକଫ କିଣିବାର ସୁଯୋଗ ପାଇପାରିବେ । ଯଦିଓ ସେଲରେ ସାମିଲ ଅନେକ ପ୍ରଡକଫର ଡେଲିଭରି ଭାରତରେ ହୋଇନଥାଏ କି;ୁ ଆମେରିକା ଭଳି ଭାରତରେ ମଧ୍ୟ ବ୍ଲାକ ଫ୍ରାଇଡେ ସେଲ ବହୁତ ଲୋକପ୍ରିୟ ଅଟେ ।
ଏହାର ଏକମାତ୍ର କାରଣ ହେଉଛି ସେଲ ସମୟରେ ଶସ୍ତା ଦାମରେ ବିଦେଶୀ ବ୍ରାଣ୍ଡର ପ୍ରଡକଫ ମିଳିଯାଇଥାଏ । eଇଚ୍ଚy ଦ୍ୱାରା ଜାରି କରାଯାଇଥିବା ଡ଼ିସକାଉଣ୍ଟ ଡିଟେଲସ ଜାଣନ୍ତୁ ।
ଇବେ ବ୍ଲାକ ଫ୍ରାଇଡେ ସେଲ ସମୟରେ ମିଳୁଥିବା ଡ଼ିସକାଉଣ୍ଟ ଡିଟେଲସ ଜାରି କରିସାରିଛି । କମ୍ପାନୀ କ୍ରିସମାସ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ପ୍ରଡକଫ ଉପରେ ଅଫର ଦେଉଛି ଏବଂ ସେଲ ସମୟରେ ହେଡ଼ଫୋନ ଠାରୁ ନେଇ ଟିଭି ଭଳି ପ୍ରଡକଫସ ଉପରେ ଡ଼ିସକାଉଣ୍ଟ ମିଳିଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୁରନ୍ତ ମିଳିବ ପାନକାର୍ଡ

ତୁରନ୍ତ ମିଳିବ ପାନକାର୍ଡ

Read More...

ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page