ଇମ୍ରାନ୍‌ଙ୍କ ଆସନ ଟଳମଳ: ସର୍ବଦଳୀୟ ବୈଠକ ଡାକିଲେ ମୌଲାନା

November 05, 2019, ବିଦେଶ, , Anupambharat News Bureau


ଇମ୍ରାନ୍‌ଙ୍କ ଆସନ ଟଳମଳ:  ସର୍ବଦଳୀୟ ବୈଠକ ଡାକିଲେ ମୌଲାନା
Anupambharat News Bureau
November 05, 2019

ଇସଲାମାବାଦ: ପାକିସ୍ତାନର ପ୍ରସିଦ୍ଧ ମୌଲାନା ଫଜଲୁର ରେହମାନଙ୍କ ଦ୍ୱାରା ଚାଲିଥିବା ଆଜିଦ୍‌ ମାର୍ଚ୍ଚର ଚାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଚେପା ହୋଇ ଯାଇଛନ୍ତି । ଏହି ଆଜାଦି ମାର୍ଚ୍ଚରେ ହଜାର ହଜାର ଲୋକ ସାମିଲ ହୋଇ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବି କରିବାରେ ଲାଗିଛନ୍ତି ।
ଇତି ମଧ୍ୟରେ ମୌଲାନା ରେହମାନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଇସ୍ତଫା ଦେବା ପାଇଁ ଦେଇଥିବା ଦୁଇ ଦିନର ଅବଧି ଶେଷ ହୋଇଛି । ଏବେ ରେହମାନ ସମଗ୍ର ଦେଶରେ ବନ୍ଦ ଡାକରା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ଇମ୍ରାନ୍‌ଙ୍କ ଆସନ ଟଳମଳ ହେବା ଆରମ୍ଭ ହୋଇଛିଛ ଇମ୍ରାନ୍‌ ଇସ୍ତଫା ନ ଦେବାରୁ ଆଜି ମୌଲନା ରେହମାନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଇମ୍ରାନ୍‌ ଯଦି ଇସ୍ତଫା ନ ଦେବେ, ତା’ହେଲେ ଆନ୍ଦୋଳନକାରୀଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ସେକଥା ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।
ଜେୟୁଆଇ-ଏଫ୍ର ମୁଖ୍ୟ ମୌଲାନା ରେହମାନ କହିଛନ୍ତି, ଆଜାଦି ମାର୍ଚ୍ଚ ଏବେ ଇସଲାମା ବାଦରେ ପହଞ୍ଚିଛି । ଏଥିରେ ୧୦ ହଜାର ଲୋକ ସାମିଲ ହୋଇଛନ୍ତି । ଏହି ମାର୍ଚ୍ଚ ଆଗକୁ ଯିବ । ଇମ୍ରାନ୍‌ ଖାନ୍‌ ଇସ୍ତଫା ନ ଦେବା ଯାଏ ଆମେ ପଛକୁ ଘୁଞ୍ଚିବୁ ନାହିଁ । ଦରକାର ପଡ଼ିଲେ ସମଗ୍ର ଦେଶକୁ ଅଚଳ କରିଦେବୁ । ଶୁକ୍ରବାର ରେହମାନ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଇସ୍ତଫା ଦେବାକୁ ୨ ଦିନର ସମୟ ଦେଇଥିଲେ । ସେ କହିଥିଲେ ଯଦି ଇମ୍ରାନ୍‌ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ଲୋକଙ୍କ ଧର୍ଯ୍ୟର ପରୀକ୍ଷା କରିବାକୁ ଇସ୍ତଫା ନ ଦେବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବଛ ଇମ୍ରାନ୍‌ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ ।
ରେହମାନଙ୍କ ଏହି ଆନ୍ଦୋଳନକୁ ବିରୋଧୀ ପିଏମଏଲ-ଏନ୍‌, ପିପିପି, ପାଖତୁନଖ୍‌ୱା ମିଲ୍ଲି ଆୱାମ ପାର୍ଟି, କ୍ୟୁଆମି ୱତନ ପାର୍ଟି, ନ୍ୟାଶନାଲ ପାର୍ଟି ଓ ଆୱାମି ନ୍ୟାଶନାଲ ପାର୍ଟି ସମର୍ଥନ ଘୋଷଣା କରିଛନ୍ତି । ତେବେ ମୌଲାନା ସର୍ବଦଳୀୟ ବୈଠକ ଡାକିଥିଲେ ହେଁ ଏଥିରେ ପିଏମଏଲ-ଏନ୍‌ ମୁଖ୍ୟ ଶେହବାଜ ଶରିଫ ଓ ପିପିସି ମୁଖ୍ୟ ବିଲୱାଲ ଭୂଟ୍ଟୋ ଜର୍ଦ୍ଦାରୀ ଯୋଗଦେବେ ନାହିଁ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

Read More...

ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page