ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

May 14, 2019, ବିଦେଶ, , Anupambharat News Bureau


ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା
Anupambharat News Bureau
May 14, 2019

ରିଆଦ୍‌: ଇରାନ୍‌ ଓ ଆମେରିକା ମଧ୍ୟରେ ତୈଳକୁ ନେଇ ପରିସ୍ଥିତି ଏପରି ହେଲାଣି ଯେ, କୌଣସି ମୂହୂର୍ତ୍ତରେ ଇରାନ୍‌ ଓ ଆମେରିକା ମଧ୍ୟରେ ପ୍ରବଳ ଯୁଦ୍ଧ ହେବାର ସମ୍ଭାବନା ଦେଖାଦେଇଛି । ଉଭୟ ଦେଶ ସେନା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତìତି ହୋଇଥିବା କୁହାଯାଇଛି । ତେବେ ଇରାନ୍‌-ଆମେରିକା ମଧ୍ୟରେ ତୈଳ କାରବାରକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସାଉଦିଆରବର ତେଲ ଟ୍ୟାଙ୍କରଉୁପରେ ହମଲା ହୋଇଛି । ସାଉଦି ଆରବ କହିଛି ଯେ, ୟୁଏଇ ଜଳକ୍ଷେତ୍ରରେ ତାରି ୨ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍‌ କରାଯାଇଛି, ଏଥିରେ ବହୁ କ୍ଷତି ଘଟିଛି ।
ଘଟଣା ଠିକ୍‌ ଏହି ସମୟରେ ଘଟିଛି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିଓ ନିଜର ମେସ୍କୋର ପ୍ରସ୍ତାବିତ ଗସ୍ତକୁ ରଦ୍ଦ କରିଛନ୍ତି । ଇରାନ ପ୍ରସଙ୍ଗରେ ୟୁରୋପିଓ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବ୍ରସେଲ୍ସ ଯାତ୍ରା କରିଛନ୍ତି । ଅନ୍ୟ ପଟେ ଇରାନ୍‌ ଉପସାଗରରେ ଯୁଦ୍ଧ ଜାହାଜ ଉପରେ ହୋଇଥିବା ହମଲାରେ ଚିନ୍ତା ପ୍ରକଟ କରି ଯାଞ୍ଚ କରିବାକୁ ଦାବି କରିଛି । ତେହେରାନ୍‌ ଅପିଲ୍‌ କରିଛି ଯେ, ସମୁଦ୍ର ସୁରକ୍ଷାକୁ ଭଙ୍ଗ କରିବା ପାଇଁ ଅନ୍ୟ କୌଣସି ବିଦେଶୀ ଦୁଃସାହାଦ କରି ପାରନ୍ତି । ଅପରପକ୍ଷେ ଆମେରିକା ପୂର୍ବରୁ ହିଁ ସମୁଦ୍ର କ୍ଷେତ୍ରରେ ନିଜର ଦୈନ୍ୟ ମୁତୟନ ବଢ଼ାଇ ଦେଇଛି । କେବଳ ଏତିକି ନୁହେଁ ଇରାନ୍‌ ପକ୍ଷରୁ ଉତ୍ପନ ବିପଦର ମୁକାବିଲା ପାଇଁ ଫାରସ ଉପସାଗରରେ ଆମେରିକା ବି-୫୨ ବୋମାବର୍ଷୀ ବିମାନ ମୁତୟନ କରିଛି । ବୈଦେଶୀକ ମନ୍ତ୍ରଣାଳୟର ସୁତ୍ର ମୁତାବକ ଇରାନ୍‌ର ଚରମ ବିରୋଧୀ ସାଉଦି ଆରମ ହମଲାର ନିନ୍ଦା କରିଛନ୍ତି ।
ୟୁଏଇର ସମୁଦ୍ର କ୍ଷେତ୍ର ନିକଟରେ ସାଉଦିର ବ୍ୟବସାୟିକ ଓ ଯାତ୍ରୀଙ୍କୁ ନେଇ ଯାତାୟତ କରୁଥିବା ଜାହାଜଙ୍କୁ ଟାର୍ଗେଟ କରାଯାଇଛି । କୁହାଯାଉଛି ଯେ, ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ସମୁଦ୍ରରେ ସୁରକ୍ଷା ନେଇ ଗୁରୁତର ବିପଦ ସୃଷ୍ଟି ହୋଇଛି । ଏଥିରେ କେବଳ କ୍ଷେତ୍ରରେ ନୁହେଁ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ଉପରେ ମଧ୍ୟ ପ୍ରତିକୁଳ ପ୍ରଭାବ ପଡ଼ିଛି । ଉଲ୍ଲେଖଥାଉକି ସଂଯୁକ୍ତ ଆରବ ଇମିରାଟ୍ସ (ୟୁଏଇ) ୀ
ଜଳ କ୍ଷେତ୍ରରେ ସାଉଦି ଆରବର ଦୁଇଟି ତେଲ ଟ୍ୟାଙ୍କରକୁ ଟାର୍ଗେଟ କରାଯାଇଥିବାରୁ ବହୁ କ୍ଷତି ହୋଇଛି । ଅନ୍ୟପକ୍ଷେ ଇରାନ୍‌ର ବିରୋଧୀ କୁହାଯାଉଥିବା ସାଉଦି ଆରବ ଆକ୍ରମଣକୁ ନିନ୍ଦା କରିଛି । ସାଉଦି ଶକ୍ତି ମନ୍ତ୍ରୀ ଖାଦିଲ୍‌ ଅଲ୍‌-ଫାଲିହ କହିଛନ୍ତି ଦୁଇଟି ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ଜୀବନ ହାନୀ ହୋଇନାହିଁ କି କାହାକୁ ଆଘାତ କିମ୍ବା ତେଲ ନଷ୍ଠ ହୋଇନାହିଁ । ୟୁଏଇ ବିଶେଷ ଆର୍ଥିକ ଜୋନରେ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏହି ସମୟରେ ଜାହାଜ ଆରବ ତଟକୁ ଅତିକ୍ରମ କରୁଥିଲା । ସଂଯୁକ୍ତ ଆରବ ଇମିରାଟ୍ସରେ ସବୁଦ୍ର କ୍ଷେତ୍ର ନିକଟରେ ସାଉଦିର କମର୍‌ସିଆଲ ଓ ଯାତ୍ରୀବାହୀ ଜାହାଜ ଗୁଡ଼ିକୁ ଟାର୍ଗେଟ କରାଯାଇଛି ।
ଅପରାଧିକ ଉଦ୍ଦେଶ୍ୟରେ ସମୁଦ୍ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାଦ୍ୱାରା ଆନ୍ତର୍ଜାତୀୟସ୍ତରରେ ଦୈଳ ଦର ବୃର୍ଦ୍ଧି ପାଇବାର ଆଶଙ୍କା ରହିଛି । ସୂଚନାରେ ତେଲ ଆମୋଦାନୀକୁ ନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାଞ୍ଚ ଦେଶ ଗୁଡ଼ିକ କଟକଣା କରିବ । ଏମାନଙ୍କୁ ଦିଆଯାଇଥିବା ରିହାତି ମେ ମାସରେ ଶେଷ ହେଉଛି । ତେବେ ସମୟସୀମା ଆଉ ନ ବଢ଼ାଇବାକୁ ଟ୍ରମ୍ପ କହିଛନ୍ତି । ଇରାନ୍‌ରୁ ତେଲ ଆମଦାନୀ ବନ୍ଦ ନ କଲେ ମେ ମାସ ଶେଷ ଆଡ଼କୁ ସେମାନଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବ ।
ଗତବର୍ଷ ମଧ୍ୟ ତିନି ଦେଶ ଯଥା, ଇଟାଲି, ୟୁନାନ୍‌ ଓ ତାଇୱାନ୍‌ ଆମେରିକା କଟକଣା ଭୟରେ ଇରାନ୍‌ରୁ ତେଲ ଆମଦାନୀ ବନ୍ଦ କରିଥିଲେ । ଇରାନ୍‌ର ପରମାଣୁ କାର୍ଯ୍ୟ କଳାପକୁ ନେଇ ବିଭିନ୍ନ କଟକଣା ଲଗାଯାଉଥିବା ପରୀପ୍ରେକ୍ଷିରେ ଇରାନ୍‌ ମଧ୍ୟ ପାଲୋଟା ପଦକ୍ଷେପ ସ୍ୱରୂପ ନିକଟରେ ଉପ ସାଗରୀୟ ଅଞ୍ଚଳରେ ତୈଳ କାରବାର ଉପରେ ରୋକ ଲଗାଇବା ନେଇ ଧମକ ଦିଆଯାଇଥିଲା । ବିଶ୍ୱରେ ଷଷ୍ଠ କ୍ଷମତାଶାଳୀ ରାଷ୍ଟ୍ର ମଧ୍ୟରେ ଇରାନ ନିଜକୁ ପରିଗଣିତ କରିବା ପାଇଁ ଆଣବିକ ଶକ୍ତି ପରୀକ୍ଷଣ ପାଇଁ ଯେଉଁ ଲକ୍ଷ୍ୟ ରଖିଅଛି ସେଥିରେ ଆମେରିକା ବାଧକ ସାଜୁଅଛି । ଏପର୍ଯ୍ୟନ୍ତ ଇରାନ ଏକ ମିଲିୟନ ବ୍ୟାରେଲ ପ୍ରତିଦିନ ତୈଳ ରପ୍ତାନୀ କରୁଅଛି, ଯାହା ପୂର୍ବ ତୁଳନାରେ କେତେକାଂଶରେ କମ୍‌ ରହିଅଛି ।
ବିଶେଷଜ୍ଞମାନେ ମତ ପ୍ରକାଶ କରିଅଛନ୍ତି ଯେ, ଇରାନ ପ୍ରାୟତଃ ମଇରେ କିଛି କମ୍‌ ବ୍ୟାରେଲ ତୈଳ ରପ୍ତାନୀ କରିଅଛି । ତୈଳ ବଣ୍ଟନ ହ୍ରାସ ଯୋଗୁଁ ବିଶ୍ୱରେ ଏକ ପ୍ରକାର ସମସ୍ୟା ଉପୁଜୁଛି । ତେବେ ଇରାନ୍‌ ଓ ଆମେରିକା ମଧ୍ୟରେ ତୈଳକୁ ନେଇ ପରିସ୍ଥିତି ଏପରି ହେଲାଣି ଯେ, କୌଣସି ମୂହୂର୍ତ୍ତରେ ଇରାନ୍‌ ଓ ଆମେରିକା ମଧ୍ୟରେ ପ୍ରବଳ ଯୁଦ୍ଧ ହେବାର ସମ୍ଭାବନା ଦେଖାଦେଇଛି । ଉଭୟ ଦେଶ ସେନା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତìତି ହୋଇଥିବା କୁହାଯାଇଛି । ତେବେ ଇରାନ୍‌-ଆମେରିକା ମଧ୍ୟରେ ତୈଳ କାରବାରକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସାଉଦିଆରବର ତେଲ ଟ୍ୟାଙ୍କରଉୁପରେ ହମଲା ହୋଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

Read More...

କାମ କରି ଦରମା ମାଗିଲେ ନାଲିଆଖି

କାମ କରି ଦରମା ମାଗିଲେ ନାଲିଆଖି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page