ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

May 15, 2019, ଦେଶ, , Anupambharat News Bureau


ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ
Anupambharat News Bureau
May 15, 2019

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋସିଆଲ୍‌ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି । ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍‌ ଗାଲା ଇଭେଣ୍ଟ୍‌ ଫଟୋରେ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ କରାଯାଇଥିବା ଏକ ପୋଷ୍ଟ୍‌ ଭାଇରାଲ ହୋଇଥିଲା । ସେହି ଫଟୋକୁ ବିଜେପିର ଏହି ଯୁବ ନେତ୍ରୀ ଶେୟାର କରିଥିଲେ । ଏହାକୁ ନେଇ ଟିଏମ୍‌ସି କର୍ମୀମାନେ ବିକ୍ଷୋଭ କରିବା ସହ ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍‌ ପ୍ରିୟଙ୍କା ଶର୍ମାଙ୍କୁ ମେ’ ୧୦ରେ ଗିରଫ କରିଥିଲା । ଏହାପରେ ହାଓଡ଼ା କୋର୍ଟ ପ୍ରିୟଙ୍କାକୁ ୧୪ ଦିନ ଯାଏଁ ଜେଲ ହାଜତକୁ ପଠାଇଥିଲେ । କି;ୁ ପ୍ରିୟଙ୍କା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଆଜି ପ୍ରିୟଙ୍କାଙ୍କ ଜାମିନ୍‌ ଆବେଦନର ଶୁଣାଣି କରି କହିଛନ୍ତି, ଆମେ ଜାମିନ୍‌ ଦେବାକୁ ପ୍ରସ୍ତìତ ଅଛୁ । କି;ୁ ଜାମିନ୍‌ ପାଇଁ ବିଜେପି ନେତ୍ରୀ ଜଣଙ୍କ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଦରକାର । ପ୍ରିୟଙ୍କା ଜଣେ ରାଜନୀତିକ ବ୍ୟକ୍ତିବିଶେଷ । ଏବେ ଦେଶରେ ନିର୍ବାଚନର ଋତୁ ଚାଲିଛି । ଏଭଳି ସ୍ଥିତିରେ ଆମେ ଜଣେ ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇ ପାରିବୁ ନାହିଁ । ଆମେ କ୍ଷମା ମାଗିବାକୁ କହିଛୁ, କାରଣ ଏହା ନିର୍ବାଚନର ସମୟ । ସମସ୍ତଙ୍କର ବାକ୍‌ ସ୍ୱାଧୀନତା ରହିଛି । ହେଲେ ବାକ୍‌ ସ୍ୱାଧୀନତା ଆଳରେ ଜଣଙ୍କର ଅଧିକାର ଏବଂ ମାନସମ୍ମାନକୁ ଆମେ କ୍ଷତି ପହଞ୍ଚାଇ ପାରିବା ନାହିଁ । ଏଭଳି ବିକୃତ ପୋଷ୍ଟ କରିବା ଦ୍ୱାରା ଜଣଙ୍କ ଆତ୍ମସମ୍ମାନ ଆଘାତ ପାଇଛି । ତେଣୁ ଆମେ ପ୍ରିୟଙ୍କା ଶର୍ମାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଉଛୁ । ପ୍ରିୟଙ୍କା ଜାମିନରେ ଜେଲରୁ ବାହାରିବା କ୍ଷଣି ତୁରନ୍ତ ଲିଖିତ ଭାବେ କ୍ଷମା ମାଗିବେ । ଏଥିସହ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନୋଟିସ୍‌ ପଠାଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ କହିଥିଲେ । ତେବେ ଶେଷରେ କୋର୍ଟ ପ୍ରିୟଙ୍କାଙ୍କ ଓକିଲ ଏନ୍‌କେ କୌଲଙ୍କୁ ଡାକି କେବଳ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟରେ ପ୍ରିୟଙ୍କାଙ୍କ ମା’ ନିଜର ଖୁସି ଜାହିର କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

Read More...

ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page