ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

October 26, 2019, ଓଡ଼ିଶା, , Anupambharat News Bureau


 ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର
Anupambharat News Bureau
October 26, 2019

ଚୌଦ୍ୱାର,୨୬ା୧୦(ଅନୁପମମିଡିଆ): ଗତ ୩ ଦିନଧରି ଳଘୁଚାପ ଜନୀତ ଳଗାଣ ବର୍ଷାରେ ଚୌଦ୍ୱାର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହିତ ଜନ ଜୀବନ ବେହାଲ ହୋଇ ପଡ଼ିଛି ।ପ୍ରବଳ ବର୍ଷା ହେତୁ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର କଲେଜ ଓ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପାଣିର ସୁଅ ଛୁଟୁଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ପୂର୍ବାହ୍ନରେ ଯାନ ବାହନ ଚଳାଚଳ ବ୍ୟାହତ ହୋଇଥିଲା ।ଚୌଦ୍ୱାର ପୌର ପାଳିକା ଅନ୍ତର୍ଗତ ଜୟନ୍ତୀ ନଗର, ଧୂମାବତୀ ନଗର,ତେଲୁଗୁ ସାହି ତଥା ଶିବାଜୀ ନଗରରେ ପାଣି ପଶିଥିବାରୁ ଲୋକ ମାନେ ଘରୁ ବାହାରି ନପାରି ଅକଥନୀୟ ଯାତନାର ସମ୍ମୁଖୀନ ହୋଇଛନ୍ତି । ବନ୍ଦ ଲିବ୍ରା କାର୍ପେଟ କାରଖାନା ପଛପଟେିଥିବା ଶିବାଜୀ ନଗର ରେ ଲୋକ ମାନଙ୍କ ଘରେ ପାଣି ପଶି ଯିବା ସହିତ ରାସ୍ତାରେ ପାଣିର ସୁଅ ଚାଲୁଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ଘରୁ ବାହାରି ପାରୁ ନାହାନ୍ତି ।ଏହି ସାହିର ଲୀନା ପଣ୍ଡା ନାମ୍ନି ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ଓ ସ୍ଥାନୀୟ ଯୁବକ ମାନେ ଦୁଇଟି ମଟର ଟ୍ୟୁବ ଭେଳାକରି ତାଙ୍କୁ ପାଣି ଘେରରୁ ନେଇ ଡାକ୍ତରଖାନାକୁ ଯାଇଥିବା ଜଣା ପଡ଼ିଛି ।ସାହିରେ ପାଣି ପଶିଥିବା ସମ୍ପର୍କରେ ଶିବାଜୀ ନଗର ଲୋକେ ପୌର କତ୍ତୃପକ୍ଷଙ୍କୁ ଖବର ଦେଇଥିଲେହେଁ କୌଣସି ପ୍ରତିକାର କରାଯାଉନ ଥିବା ନଗର ବାସୀଙ୍କ ତରଫରୁ ଅଭିଯୋଗ କରାଯାଇଛି । ଲଗାଣ ବର୍ଷାରେ ଚୌଦ୍ୱାର ପାଖଦେଇ ଯାଇଥିବା ଗନ୍ଧନଦୀରେ ବନ୍ୟାଜଳ ମାଡିଆସିି ନିକଟସ୍ଥ ଦେଉଳଚୁଆ,ଦପ୍ତରୀ,ନିମାାପଡା ଆଦି ଗ୍ରାମରେ ପଶିବା ସହିତ ଲୋକମାନଙ୍କ ଘର ଦୁଆରମୁହଁ ପର୍ଯ୍ୟନ୍ତ ବୁଡ଼ି ରହିଛି । ।ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନୁନଟିକିରି ବରପଦା ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳରେ ଜମି ରହିଥିବା ବର୍ଷାପାଣି ନିଷ୍କାସନ ଦିଗରେ ପୌରକତ୍ତୃପକ୍ଷ,ଜାତୀୟ ରାଜପଥ ପ୍ରାଧିକରଣ ସମେତ ସମସ୍ତ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଜନ ସାଧାରଣଙ୍କ ତରଫରୁ ଦାବି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମର ସବୁ ଅଙ୍କ ଭୁଲ୍‌ ହୋଇଗଲା: ସୋନିଆ

ଆମର ସବୁ ଅଙ୍କ ଭୁଲ୍‌ ହୋଇଗଲା: ସୋନିଆ

Read More...

 ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା

ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page