ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା

October 26, 2019, ଓଡ଼ିଶା, , Anupambharat News Bureau


 ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା
Anupambharat News Bureau
October 26, 2019

ଭଦ୍ରକ, ୨୬ା୧୦ (ଅନୁପମ ମିଡିଆ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାମନଗର ଅଂଚଳର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବନ୍ୟାର ଆଶଙ୍କା ନଥିବା ବେଳେ ବର୍ଷାଜଳ ଯୋଗୁଁ ନଦୀର ଜଳସ୍ତର ବଢିଛି । ଫଳରେ ବୈତରଣୀ ନଦୀର ହସନାବାଦ ପଂଚାୟତ ଜେନାସାହି ଠାରେ ଜ୍ଞାନେନ୍ଦ୍ର ଜେନାଙ୍କ ଘର ନିକଟରେ ଥିବା ନଦୀବନ୍ଧର ଅତଡା ଧସିଛି । ଘର ନିକଟରେ ଥିବା ନଦୀ ଆଡିବନ୍ଧରୁ ଅତଡା ଧସିବା ଯୋଗୁଁ ପରିବାର ଲୋକ ଆତଙ୍କିତ ହୋଇ ପଡିଛନ୍ତି । ନଦୀଜଳ ବାରମ୍ବାର ଆଡି ବନ୍ଧକୁ ମାଡ କରୁଥିବାରୁ ବାରମ୍ବାର ଏହି ସ୍ଥାନରୁ ଅତଡା ଧସୁଛି । ପୂର୍ବରୁ ନଦୀ ବନ୍ଧଠାରୁ ବହୁ ଦୂରରେ ଥିବା ବେଳେ ଏବେ ତାହା ଧିରେ ଧିରେ କ୍ଷୟହୋଇ ନଦୀ ଆସି ବନ୍ଧ ନିକଟତର ହେଲାଣି । ସେଠାରେ ପଥର ପ୍ୟାକିଂ ହୋଇନଥିବାରୁ ଆଉ କିଛି ବର୍ଷ କିମ୍ବା ବଡ ଧରଣର ବନ୍ୟା ହେଲେ ତାଙ୍କ ଘର ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ପ୍ରକାଶ ଥାଉକି ବୈତରଣୀ ନଦୀର ନଦୀବନ୍ଧ ସୁଦୃଢୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇ କାର୍ଯ୍ୟ ଚାଲିଥିବା ବେଳେ ଧୁଷୁରୀ ଗାନ୍ଧୀଘାଟ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହିତ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଧିକାଂଶ ସ୍ଥାନରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ବନ୍ୟା ନଆସିବା ପୂର୍ବରୁ ନଦୀବନ୍ଧରେ ବାଲିବସ୍ତା ପକାଇ ଅର୍ଥ ହରିଲୁଟ କରିବାକୁ ମସୁଧା ଚଳାଇଛନ୍ତି । ଉକ୍ତ ଅଂଚଳର ନଦୀବନ୍ଧରେ ପଥର ପ୍ୟାକିଂରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

Read More...

ଚତୁର୍ଦ୍ଧାମୁର୍ତ୍ତିଙ୍କ ନବକଳେବର ଆଦ୍ୟଲିଳାସ୍ଥଳୀ ଅବହେଳିତ

ଚତୁର୍ଦ୍ଧାମୁର୍ତ୍ତିଙ୍କ ନବକଳେବର ଆଦ୍ୟଲିଳାସ୍ଥଳୀ ଅବହେଳିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page