ଆମର ସବୁ ଅଙ୍କ ଭୁଲ୍‌ ହୋଇଗଲା: ସୋନିଆ

October 26, 2019, ଦେଶ, , Anupambharat News Bureau


ଆମର ସବୁ ଅଙ୍କ ଭୁଲ୍‌ ହୋଇଗଲା: ସୋନିଆ
Anupambharat News Bureau
October 26, 2019

ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ କରିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ବ କରି ଯେଉଁ ଭୁଲ୍‌ କରିଥିଲା, ତାକୁ ହରିଆଣାରେ ଦୋହରାଇ ନାହିଁ ।
ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି । ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବା ପରେ ଦଳ ଉପରେ ଅଧିକ ନଜର ଦେଇପାରୁ ନଥିଲେ ଶାହ । ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ ଜେପି ନzା ନିଯୁକ୍ତ ହୋଇଥିଲେ ।
ହେଲେ ହରିଆଣାରେ ଝୁଲା ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଅମିତ ଶାହ ସବୁ ସରକାରୀ କାମ ବାତିଲ କରି ଦଳ କାମରେ ଲାଗି ପଡ଼ିଥିଲେ । ଆଉ ୨୪ ଘଣ୍ଟା ମଧ୍ୟରେ ହରିଆଣାରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ଗତକାଲି ପ୍ରେସ କନଫରେନସ କରି ସ୍ପଷ୍ଟ କରି ଦେଇଥିଲେ । ଅକେcାବର ୨୪ରେ ହରିଆଣା ବିଧାନସଭା
ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା, ଯାହାକି ବିଜେପିକୁ ବ୍ୟାକ®ୁଟକୁ ଠେଲି ଦେଇଥିଲା । କାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ଅବ୍‌ କି ବାର୍‌ ୭୫ ପାର୍‌’ ଫେଲ୍‌ ମାରିଥିଲା । ବିଜେପିକୁ ହରିଆଣାବାସୀ ସର୍ବାଧିକ ଜନାଦେଶ ଦେଇଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଦଳକୁ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଥିଲା । ନିର୍ବାଚନ ପୂର୍ବରୁ ନୂଆ କରି ତିଆରି ହୋଇଥିବା ଜନନାୟକ ଜନତା ପାର୍ଟି (ଜେଜେପି) ୧୦ଟି ଆସନରେ ବିଜୟୀ ହୋଇ କିଙ୍ଗ୍‌ ମେକର ଭୂମିକାରେ ରହିଥିଲା । ଆଉ ଏହା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ହରିଆଣାରେ ମେଣ୍ଟ ସରକାର ହେବ ।
ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜିତିଥିବା ବେଳେ କଂଗ୍ରେସ ୩୧ ଓ ଜେଜେପି ୧୦ ଟି ଆସନ ଜିତିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟାନ୍ୟ ଦଳ ମିଶି ୯ଟି ଆସନ ଜିତିଛନ୍ତି । ପୂର୍ବରୁ ବିଜେପି ସରକାର ଥିଲା । ତେଣୁ ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି କଂଗ୍ରେସ, ଜେଜେପି ଏବଂ ଅନ୍ୟାନ୍ୟ ବିଧାୟକ ଏଠାରେ ର୍ନିବାଚନ ଲଢ଼ିଥିଲେ । ତେଣୁ ନିର୍ବାଚନ ଫଳାଫଳ ବାହାରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁzାଙ୍କ ନେତୃତ୍ୱରେ କଂଗ୍ରେସ ଏଠାରେ ମେଣ୍ଟ କରି ସରକାର ଗଢ଼ିବ ବୋଲି ସମସ୍ତେ ଆକଳନ କରୁଥିଲେ ।
ଏମିତି କଂଗ୍ରେସ ବି ଏନେଇ ଅଙ୍କ କଷା ଆରମ୍ଭ କରି ଦେଇଥିଲ । କେନ୍ଦ୍ର କଂଗ୍ରେସ ନେତା ହୁzାଙ୍କ ନେତୃତ୍ୱରେ ଦଳର ସଫଳତାକୁ ନେଇ ଗଦଗଦ ହୋଇ ଯାଇଥିଲେ । ହୁzାଙ୍କ ଘର ଆଗରେ କଂଗ୍ରେସ କର୍ମୀମାନେ ମଧ୍ୟ ବାଣ ଫୁଟାଇ ସେଲିବ୍ରେସନ୍‌ କରିଥିଲେ । ଅନ୍ୟପକ୍ଷରେ ଏହି ସମୟରେ ବିଜେପି ବ୍ୟାକଫୁଟPୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା କଂଗ୍ରେସ ସହ ମେଣ୍ଟ କରିବା ପାଇଁ ରାଜି ହୋଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ପଦବୀ ମାଗିଥିଲେ । କଂଗ୍ରେସ କି;ୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦେବା ପାଇଁ ରାଜି ହୋଇଥିଲା ।
ଏହାପରେ ଦୁଷ୍ୟନ୍ତ ମେଣ୍ଟ ବାବଦରେ ଭାବିବାକୁ ସମୟ ନେଇଥିଲେ । ଏହି ସମୟରେ ବିଜେପିର ‘ଚାଣକ୍ୟ’ ତଥା ଅଧ୍ୟକ୍ଷ ଅମିତ ଶାହ ନିଜ ମନ୍ତ୍ରଣାଳୟର କାମରୁ ଅବ୍ୟାହତି ନେଇ ଦଳୀୟ କାମକୁ ଫୋକସ୍‌ କରିଥିଲେ । ଆଉ ନିଜ ବାସଭବନରେ ସରକାର ଗଢ଼ିବା ନେଇ ଅଙ୍କ କଷିବା ଆରମ୍ଭ କରିଥିଲେ । ଆଉ ସେହି ରଣ କୌଶଳର ଫଳ ସ୍ୱରୂପ ରାତାରାତି ହରିଆଣାର ସିରସାର ବିଜେପି ସଂସାଦ ସୁନୀତା ଦୁଗVଲ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳ କାଣ୍ଡା ଏବଂ ୫ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ଆଣିଥିଲେ । ସେମାନେ ଅମିତ ଶାହ ଓ କାର୍ଯ୍ୟକାରୀ ସଭାପତି ଜେ.ପି ନzାଙ୍କ ସହ ସାକ୍ଷାତ କରିଥିଲେ ।
ଏହା ପରେ ବିଜେପି ସରକାର କରିବାକୁ ଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା । ହେଲେ ସଂଖ୍ୟା ଯେତିକି ହେଲା, ତାହା କେବଳ ସରକାର ଗଢ଼ିବା ପାଇଁ ଉଦ୍ଦିଷ୍ଟ ଥିଲା । ଅର୍ଥାତ୍‌ ବିଜେପିକୁ ୪୬ ବିଧାୟକଙ୍କ ସମର୍ଥନ ମିଳିଯାଇଥିଲା । କି;ୁ ସ୍ଥିର ସରକାର ଦେବା ପାଇଁ ଆଉ କିଛି ବିଧାୟକଙ୍କ ସମର୍ଥନ ଆବଶ୍ୟକ କରିଥିଲା ବିଜେପି ।
ଏହାପରେ ଗତକାଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ ସହ ବୈଠକ କରିଥିଲେ ବିଜେପି ସଭାପତି । ଶେଷରେ ଦୁଷ୍ୟନ୍ତ ବିଜେପିକୁ ସମର୍ଥନ କରିବାକୁ ରାଜି ହୋଇଥିଲେ । ଏପରିକି ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଥିଲେ । ଏଥିସହ ବାକି ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ ହୋଇଛି ।
ତେଣୁ ବିଜେପି ହରିଆଣାରେ ମେଣ୍ଟ କରି ଏଠାରେ ସରକାର ଗଢ଼ିବାକୁ ଯାଉଛି । ଆଜି ମନହୋର ଲାଲ ଖଟ୍ଟର ହରିଆଣା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିବେ । ଆସନ୍ତାକାଲି ଦୀପାବଳିରେ ସେ ଶପଥ ନେବେ ବୋଲି ଜଣାପଡ଼ିଛି । ଅପରାହ୍ନ ଦୁଇଟାରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଳ ଛାଡ଼ିଲେ ତେଜ୍‌ ବାହାଦୁର

ଦଳ ଛାଡ଼ିଲେ ତେଜ୍‌ ବାହାଦୁର

Read More...

 ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page