ଚତୁର୍ଦ୍ଧାମୁର୍ତ୍ତିଙ୍କ ନବକଳେବର ଆଦ୍ୟଲିଳାସ୍ଥଳୀ ଅବହେଳିତ

October 26, 2019, ଓଡ଼ିଶା, , Anupambharat News Bureau


ଚତୁର୍ଦ୍ଧାମୁର୍ତ୍ତିଙ୍କ ନବକଳେବର ଆଦ୍ୟଲିଳାସ୍ଥଳୀ ଅବହେଳିତ
Anupambharat News Bureau
October 26, 2019

କାକଟପୁର, ୨୬ା୧୦(ଅନୁପମ୍‌ ମିଡିଆ): କାକଟପୁର ନିକଟସ୍ଥ ଦେଉଳୀ ମଠକୁ ୨୦୧୫ନବକଳେବର ର ଠିକ୍‌ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦେଉଳୀ ମଠକୁ ପର୍ଯ୍ୟଟନର ମାନ୍ୟତା ଦେଇ ତରବିଆଭାବରେ ଏହି ମଠରେ ସମୟ ସ୍ୱଳ୍ପତା ହେତୁ କାମଚଳିବାଭଳି ନିର୍ମାଣ କାର୍ଯ୍ୟ କରିଥିଲେ । ପରମୁହୁର୍ତରେ ତତ୍କାଳିନ ପୁରୀ ଜିଲ୍ଲାପାଳଙ୍କ କଥିତ ମୁତାବକଏହି ମଠର ପରିଚାଳନା ପାଇଁ ଏକ କମିଟି ଗଠନ କରାଯିବ ,ଏହାର ଆବହକ କାକଟପୁର ବ୍ଲକ ଉନ୍ନୟନ ଅଧିକାରୀ, ସଭ୍ୟ କାକଟପୁର ତହସିଲଦାର, ଓ କାକଟପୁର ଥାନା ଅଧିକାରୀ ରହିବେ କିନ୍ତୁ ବଡ ବିଡମ୍ବନାର ବିଷୟ ବିଭାଘର ପରେ ବେଦୀମୁହଁ ପୋଡା ଭଳି କାର୍ଯ୍ୟ ସରିବା ପରେ ଜିଏ ଯେଝା ବାଟରେ ଚାଲିଗଲେ ଯେଉଁ କାର୍ଯ୍ୟ ଅଧାରହିଥିଲା ତାହାକୁ ମଧ୍ୟ ପୂର୍ଣ୍ଣାଙ୍ଗ କରାଗାଲା ନାହିଁ କି କମିଟି ଗଠନ କରାଗଲା ନାହିଁ କେବଳ ସ୍ୱଳ୍ପ ବେତନରେ ଅସ୍ଥାୟୀ କେୟାର ଟେକର ରଖି ଧର୍ମକୁ ଆଖିଠାର ଭଳି କାକଟପୁର ଅଧିବାସୀଙ୍କୁ ଭୂଆଁ ବୁଲେଇ ଦେଇ ଗଲେ । ଯାହାଫଳରେ ମଠ ପରିସର ଅସାମାଜିକ ବ୍ୟକ୍ତିଙ୍କ ଚରାଭୂମି ପାଲଟିଗଲା । ଏଠାରେ କି ଦିନ କି ରାତି ହଳହଳ ହୋଉ ଯୁବକଯୁବତୀ, ବ୍ରାଉନ୍‌ ସୁଗାର ବେପାରୀ, ଗେnଇ, ମଦୁଆ ମାନଙ୍କର ଗହଳି ଫଳରେ ପର୍ଯ୍ୟଟକ ମାନେ ଏଠାକୁ ଆସିବାକୁ ଉଚିତ ମଣୁନାହାନ୍ତି । ବାରମ୍ବାର ଗଣମାଧ୍ୟମରେ ଦେଉଳି ମଠ ଅସାମାଜିକ ବ୍ୟକ୍ତିଙ୍କ ଅଡାସ୍ଥଳୀ ପ୍ରଚାର ହେଲେମଧ୍ୟ ପ୍ରଶାସନ ନିରବ ରହୁଛି । ବର୍ତମାନ ସରକରୀ ଦଳର ପ୍ରତିନିଧି ମାନେ ଦୀର୍ଘ ୪୦/୫୦ ବର୍ଷ ହେବ ଏହି ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇ ରାଜ୍ୟ ସରକରଙ୍କ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ମଧ୍ୟ କାକଟପୁର ବେକାରୀ ଯୁବକ ଯୁବତୀ ମାନଙ୍କ ଅର୍ଥନୈତିକ ଉନ୍ନତି କରିବାପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ଯଦି ପ୍ରାଚୀ ଅବବାହିକାରେ ଅବସ୍ଥିତ ଦେଉଳୀ ମଠ ସହିତ ବିଶ୍ୱାମିତ୍ର ମଠ ସମେତ ପ୍ରାଚୀନ ମଠ ମନ୍ଦିର ଗୁଡିକର ଉନ୍ନତି କରି ପର୍ଯ୍ୟଟନର ମାନ୍ୟତା ଦିଆଯାଆନ୍ତା ତେବେ କାକଟପୁର ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କ ଅର୍ଥନୈତିକ ଉନ୍ନତି ହୋଇପାରନ୍ତା । ଦେଉଳୀ ମଠପାଇଁ ପୂର୍ବତନ ଜିଲ୍ଲାପାଳଙ୍କ ଯୋଜନା ମୁତାବକ ଏକ କମିଟି ଗଠନ ସହ ଅସ୍ଥାୟୀ ନିଯୁକ୍ତି ପରିବର୍ତେ ସ୍ଥାୟୀନିଯୁକ୍ତି ଦିଆଯାଇ ସ୍ଥାନୀୟ ସ୍ୱୀକୃତି ପ୍ରାପ୍ତ ସଂଗଠନରୁ କେତେଜଣଙ୍କୁ ସେହି କମିଟିରେ ରଖି ମଠର ଆୟବ୍ୟୟ ତଦାରଖ କରାଯାଅନ୍ତା ତେବେ ଦେଉଳି ମଠ ଆସନ୍ତା ନବକଳେବର ବେଳକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ନେଇପାରନ୍ତା ବୋଲି କକଟପୁର ମା ମଙ୍ଗଳା ବରିଷ୍ଠ ନାଗରିକ ସଂଘର ସଭାପତି ଲକ୍ଷ୍ମୀଧର ଖୁଂଟିଆ , ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର, ମା ମଙ୍ଗଳା ବ୍ରାହ୍ମଣ ସମାଜ ସଭାପତି ରବିନ୍ଦ୍ର ନାଥ ମିଶ୍ର , ବହୁ ସମାଜ ସେବୀ, ବୁଦ୍ଧିଜିବୀ ଓ ଶିକ୍ଷାବିତ୍‌ ପ୍ରମୋଦ କୁମାର ପୃଷ୍ଟି କାକଟପୁର ଯୁବ ବିଧାୟକ ତଥା କ୍ରିଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାକାନ୍ତି ବେହେରା , ରାଜ୍ୟପର୍ଯ୍ୟଟନ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କାର୍ଯ୍ୟ ଗ୍ରହଣ କରିବାକୁ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା

ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା

Read More...

 ପୁଣି ଜଣେ ଓଡ଼ିଆ ହେଲେ ରାଜ୍ୟପାଳ ଗିରିଶ ମୁର୍ମୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ

ପୁଣି ଜଣେ ଓଡ଼ିଆ ହେଲେ ରାଜ୍ୟପାଳ ଗିରିଶ ମୁର୍ମୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page