ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ

October 14, 2019, କ୍ରୀଡ଼ା, , Anupambharat News Bureau


ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ
Anupambharat News Bureau
October 14, 2019

ନୂଆଦିଲ୍ଲୀ,୧୪ା୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଆଜି ଅପରାହ୍ନରେ ବିସିସିଆଇ ସଦସ୍ୟ ରାଜୀବ ଶୁକ୍ଳା ବୋର୍ଡ଼ର ନୂଆ ପ୍ରଶାସନିକ ମୁଖ୍ୟଙ୍କ ନାମ ଟୁଇଟ୍‌ କରି ଜଣାଇଛନ୍ତି । ଗାଙ୍ଗୁଲିଙ୍କ ସମେତ ବିସିସିଆଇ ସଦସ୍ୟ ସର୍ବସମ୍ମତି କ୍ରମେ ଜୟ ଶାହାଙ୍କୁ ସମ୍ପାଦକ ଏବଂ ଅରୁଣ ଧୁମାଲ୍‌ଙ୍କ କୋଷାଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ଆଜି ପଦ ପଦବୀ ଲାଗି ନାମାଙ୍କନର ଶେଷ ତାରିଖ ରହିଥିଲା । ଆସନ୍ତା ୨୩ରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ଼ର ବାର୍ଷିକ ସାଧାରଣ ବୈଠକରେ ଉପରୋକ୍ତମାନେ ନିଦ୍ୱନ୍ଦରେ ନିର୍ବାଚିତ ହେବେ । ଗତକାଲି ମୁମ୍ବାଇରେ ଅନୁଷ୍ଠିତ ଅନୈପଚାରିକ
ବୈଠକରେ ବିସିସିଆଇର ସମସ୍ତ ଅନୁବନ୍ଧିତ ସଂସ୍ଥା ନୂଆ ପଦାଧିକାରୀଙ୍କ ନାମ ଚୂଡ଼ାନ୍ତ କରିଥିଲେ । ବିସିସିଆଇ ଅଧ୍ୟକ୍ଷ ଦୌଡ଼ରେ ସବାର୍ଗେ ଥିବା ସିଏବି ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାଁରେ ବୋର୍ଡ଼ ସଦସ୍ୟ ସହମତି ପ୍ରକାଶ କରିଥିଲେ । ୪୭ ବର୍ଷିୟ ଗାଙ୍ଗୁଲି ବିସିସିଆଇର ଟେକ୍ନିକାଲ କମିଟି ଅଧ୍ୟକ୍ଷ ରହିଛନ୍ତି । ସମ୍ପାଦକ ଜୟ ହେଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ସେହିଭଳି ଧୁମଲ୍‌ ହେଉଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ସାନ ଭାଇ । ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେଚ୍ଛା ଜଣାଇବା ସହ ସେ ନୂଆ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବେ ବୋଲି ଆଶା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଭିଜିତ ସମେତ ତିନିଜଣକଙ୍କୁ ଅର୍ଥନୀତିରେ ନୋବେଲ

ଅଭିଜିତ ସମେତ ତିନିଜଣକଙ୍କୁ ଅର୍ଥନୀତିରେ ନୋବେଲ

Read More...

ଓପିଜିସିରେ କୋଇଲା ସଙ୍କଟ ଆଗକୁ ବିଦୁ୍ୟତ ସମସ୍ୟା ଉପୁଜିବ

ଓପିଜିସିରେ କୋଇଲା ସଙ୍କଟ ଆଗକୁ ବିଦୁ୍ୟତ ସମସ୍ୟା ଉପୁଜିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page