ଅଭିଜିତ ସମେତ ତିନିଜଣକଙ୍କୁ ଅର୍ଥନୀତିରେ ନୋବେଲ

October 14, 2019, ବିଦେଶ, , Anupambharat News Bureau


ଅଭିଜିତ ସମେତ ତିନିଜଣକଙ୍କୁ ଅର୍ଥନୀତିରେ ନୋବେଲ
Anupambharat News Bureau
October 14, 2019

ଷ୍ଟକହୋମ,୧୪ା୧୦: ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଚଳିତ ବର୍ଷ ଅର୍ଥନୀତି କ୍ଷେତ୍ର ପାଇଁ ୩ ଜଣଙ୍କୁ ନୋବେଲ ମିଳିବ । ଏମାନଙ୍କ ମଧ୍ୟରେ ଅଭିଜିତ ରହିଛନ୍ତି । ଅଭିଜିତଙ୍କ ବ୍ୟତୀତ ଏଷ୍ଟର ଡୁଫ୍ଲୋ ଓ ଏବଂ ମାଇକେଲ କ୍ରେମର ମଧ୍ୟ ଅର୍ଥନୀତିରେ ନୋବେଲ ପାଇବେ । ଏଷ୍ଟର ଡୁଫ୍ଲୋ ହେଉଛନ୍ତି ଅଭିଜିତଙ୍କ ପତ୍ନୀ । ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ କରିବାକୁ କରୁଥିବା ଲଢ଼େଇ ପାଇଁ ଏମାନଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛ । ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ହେଉଛନ୍ତି ଆମେରିକା ନାଗରିକ । ୧୯୬୧ ମସିହା ଫେବୃଆରୀ ୨୧ରେ କୋଲାକାତାରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ କଲିକତା ବିଶ୍ୱବିଦ୍ୟାଳୟ ଓ ପରେ ଜେଏନ୍ୟୁରେ ପାଠ ପଢ଼ିଥିଲେ । ଏହାପରେ ସେ ୧୯୮୮ ମସିହାରେ ହାର୍ବାର୍ଡା ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ବର୍ତ୍ତମାନ ଅଭିଜିତ ଆମେରିକାର ମାସାଚୁସେଟସ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲଜି (ମିଟ୍‌)ରେ ଅର୍ଥନୀତିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ୨୦୦୩ ମସିହାରେ ଅଭିଜିତ ଅବଦୁଲ ଲତିଫ ଜାମୀଲ ପୋଭରଟି ଆକ୍ସନ ଲାବ(ଜେ-ପିଏଏଲ) ଖୋଲିଥିଲେ । ଏଥିରେ ଏଷ୍ଟର ଓ ସେନ୍ଧିଲ ମୁଲ୍ଲାଇନାଥମ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେ ଜାତିସଂଘ ସଚିବଙ୍କ ଦ୍ୱାରା ଗଠିତ ଏକ ପ୍ୟାନେଲରେ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୫ ମସିହାରେ ସେ ସହଯୋଗୀ ତଥା ଅନ୍ୟତମ ଅର୍ଥନୀତିକ ବିଶେଷଜ୍ଞ ଏଷ୍ଟରଙ୍କୁ ବିବାହ କରିଥିଲେ । ଏଷ୍ଟର ପ୍ୟାରିସ୍‌ରେ ଜନ୍ମ ଗ୍ରହଣ
କରିଥିଲେ । ଏବେ ସେ ମଧ୍ୟ ଅଭିଜିତଙ୍କ ସହ ମିଟ୍‌ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରୁଛନ୍ତି । ଏମଆଇଟିରୁ ଏଷ୍ଟର ପିଏଚଡି ହାସଲ କରିଛନ୍ତି । ଅଭିଜତ୍‌ଙ୍କ ଏହି
ଅତୁଳନୀୟ
ଅବଦାନ ସହିତ ୨୦୧୯ ନୋବେଲ ପୁରସ୍କାର ବିଜେତା ଭାବରେ ସମ୍ମାନିତ ହୋଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସେ ଉଲ୍ଲେଖନୀୟ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ନିଜର ବାର୍ତ୍ତା ଜଣାଇଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଳେଶ୍ୱରର ରାଇବଣିଆ ଅଞ୍ଚଳକୁ ହାତୀ କରିଡର ଦାବି

ଜଳେଶ୍ୱରର ରାଇବଣିଆ ଅଞ୍ଚଳକୁ ହାତୀ କରିଡର ଦାବି

Read More...

ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ

ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page