ଓପିଜିସିରେ କୋଇଲା ସଙ୍କଟ ଆଗକୁ ବିଦୁ୍ୟତ ସମସ୍ୟା ଉପୁଜିବ

October 14, 2019, ଓଡ଼ିଶା, , Anupambharat News Bureau


ଓପିଜିସିରେ କୋଇଲା ସଙ୍କଟ ଆଗକୁ ବିଦୁ୍ୟତ ସମସ୍ୟା ଉପୁଜିବ
Anupambharat News Bureau
October 14, 2019

ସମ୍ବଲପୁର,୧୪ା୧୦(ଅନୁପମମିଡ଼ିଆ): ଓପିଜିସିରେ ଦେଖାଦେଇଛି କୋଇଲା ସଙ୍କଟ । ଫଳରେ ଆଜିଠାରୁ ଓପିଜିସିର ଗୋଟିଏ ୟୁନିଟ ବନ୍ଦ ହୋଇଯାଇଛି । ଗତକାଲି ରାତିରେ ଏହା ବନ୍ଦ କରି ଦିଆଯାଇଛି । ଝାରସୁଗୁଡା ଜିଲ୍ଲା ବନହରପାଲିଠାରେ ରହିଥିବା ଓପିଜିସିର ୪ଟି ୟୁନିଟରୁ ୧୭୪୦ ମେଗାୱାଟ ବିଜୁଳୀ ଶକ୍ତି ଉତ୍ପାଦନ ହେଉଥିବା ବେଳେ ୨୧୦ ମେଗାୱାଟ କମିଛି । ଓପିଜିସିର ପ୍ରଥମ ଓ ଦ୍ୱିତୀୟ ୟୁନିଟରୁ ୪୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳେ ଦୈନିକ ଆବଶ୍ୟକ ୮ ହଜାର ମେଟ୍ରିକ୍‌ ଟନ କୋଇଲା । ସେହିପରି ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ୩ୟ ଓ ୪ର୍ଥ ୟୁନିଟରୁ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ଆବଶ୍ୟକ ୧୬ ହଜାର ମେଟ୍ରିକ୍‌ ଟନ କୋଇଲା । ଏହିପରି ଦୈନିକ ୨୪ ହଜାର ମେଟ୍ରିକ୍‌ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ଏମସିଏଲ ଯୋଗାଉଛି ମାତ୍ର ୧୪ ହଜାର ମେଟ୍ରିକ ଟନ କୋଇଲା । କମ କୋଇଲା ଯୋଗୁଁ ଓପିଜିସିର ୪ଟି ଯାକ ୟୁନିଟ ଚଳାଇବା ଅସମ୍ଭବ ହୋଇ ପଡୁଛି । ଅନ୍ୟପକ୍ଷେ ଓପିଜିସିର ଗଚ୍ଛିତ କୋଇଲା ଶେଷ ହୋଇଯାଇଛି । କୋଇଲା ଅଭାବରୁ ଗତ ରାତି ୧୨ଟାରୁ ୨ ନମ୍ବର ୟୁନିଟକୁ ବନ୍ଦ କରାଯାଇଛି । ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏଣୁ ରାଜ୍ୟରେ ବିଜୁଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିବାରେ ଲାଗିଛି । ଅନ୍ୟ ପକ୍ଷରେ ଏମ୍ସିଏଲ କର୍ତ୍ତୃପକ୍ଷ କମ କୋଇଲା ଯୋଗାଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜ୍ୟ ସରକାରଙ୍କ ଏମ୍ସିଏଲର ହୋଇଥିବା ଚୁକ୍ତି ଅନୁସାରେ ୧ଓ ୨ ନମ୍ବର ୟୁନିଟ ପାଇଁ ଦୈନିକ ୭ହଜାର ୪୦୦ ମେଟ୍ରିକ ଟନ କୋଇଲା ଯୋଗାଣ କରିବା କଥା । ତେବେ ଏହାଠାରୁ ଯଥେଷ୍ଟ ଅଧିକ କୋଇଲା ଯୋଗାଣ ହେଉଛି ବୋଲି କୁହାଯାଇଛି । ବ୍ରିଜ ଲିଂକେଜ ପାଇଁ ରହିଥିବା ଧାର୍ଯ୍ୟ କୋଇଲା ଯୋଗାଣ
ପାଇଁ ଏମ୍ସିଏଲ ମନା କରୁ ନାହିଁ । ନିଜର ଖଣିର ଯେ, କୌଣସି ଖଣି ଅଞ୍ଚଳରୁ କୋଇଲା ଯୋଗାଇବାକୁ ପ୍ରସ୍ତୁତ । ମାତ୍ର ଏହାକୁ ନେବାକୁ ପ୍ରସ୍ତୁତ ନୁହଁ । ଏଣୁ ସମସ୍ୟା ଦେଖା ଯାଇଛି ବୋଲି ଜନସମ୍ପର୍କ ଅଧିକାରୀ ବିନାୟକ ଜାମବାଲ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ

ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ

Read More...

ବିଳମ୍ବରେ ଆସିବ ଶୀତ

ବିଳମ୍ବରେ ଆସିବ ଶୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page