ଦଶହରାରେ ପାଗ ମେଘୁଆ ରହିବ

October 02, 2019, ଓଡ଼ିଶା, , Anupambharat News Bureau


ଦଶହରାରେ ପାଗ ମେଘୁଆ ରହିବ
Anupambharat News Bureau
October 02, 2019

ଭୁବନେଶ୍ୱର, ୨ା୧୦ (ଅନୁପମ ମିଡିଆ) : ଅକେଫାବର ୫ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ୩ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ୪ରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ।
ତେବେ ୬ ତାରିଖାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୬ ତାରିଖ ବେଳକୁ ତାହା ଓଡ଼ିଶା ଉପରେ ବିସ୍ତୃତ ରହିବ । ଯାହାଦ୍ୱାରା ଓଡ଼ିଶାରେ ବର୍ଷା ହେବ ତେବେ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରୁ ପବନ ବୋହିବ । ଫଳରେ ବିଶେଷ ବର୍ଷା ନାହିଁ । କଳାହାଣ୍ଡି ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ୪ ତାରିଖାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ସମ୍ବଲପୁର,ଝାରସଗୁଡ଼ା ଓ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୬ରୁ ମଧ୍ୟମଧରଣର ବର୍ଷା ହେବ । ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖରେ ବି ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇପାରେ । ଦଶହରା ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ସହ ବର୍ଷା ହେବ । ୪ ତାରିଖରୁ ରାତିର ତାପମାତ୍ରା କମିବ ।
ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ସେ କହିଛନ୍ତି ଯେ ଉତ୍ତର ଓଡ଼ିଶା ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହାଦ୍ୱାରା ବାୟୁ କ୍ଳକ୍‌ ଅନୁଯାୟୀ ବୁଲିଥାଏ । ଯେଉଁଥିପାଇଁ ପାଗ ଶୁଖିଲା ରୁହେ । ଗୁରୁଚାପ ବଳୟ ହେଉଛି ମୌସୁମୀ ପ୍ରତ୍ୟାବର୍ତ୍ତନର ପ୍ରଥମ ଲକ୍ଷଣ । ତେଣୁ ଆଶା କରାଯାଉଛି ଯେ ଖୁବ୍‌ ଶୀଘ୍ର ପଞ୍ଜାବ, ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ । ତେବେ ୬ରୁ ୧୦ ପର୍ଯ୍ୟନ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ବାୟୁ ଆଣ୍ଟି କ୍ଲକ୍‌ ୱାଇଜ୍‌
ବୁଲିଥାଏ ଓ ପାଗ ମେଘୁଆ ହୋଇଥାଏ । ଅନୁମାନ କରାଯାଉଛି ଯେ, ଏହି ଲଘୁଚାପ ବଳୟ ପରେ ବି ଓଡ଼ିଶାରେ ମୌସୁମୀ କିଛି ମାତ୍ରାରେ ସକ୍ରିୟ ରହିବ । ୨୨ ବେଳକୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ସାଧାରଣ ଭାବେ ଅକେଫାବର ୧୦ରୁ ୧୫ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ ୨୦୧୭ ଓ ୨୦୧୮ରେ ଗୋଟିଏ ଦୁଇଦିନ ବିଳମ୍ବ ହୋଇଥଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ଗୃହ ମନ୍ତ୍ରାଳୟର ଚିଠି, କେନ୍ଦ୍ରାପଡ଼ାରେ ଏନ୍‌ଆରସିର ନବୀକରଣ ହେବ

ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ଗୃହ ମନ୍ତ୍ରାଳୟର ଚିଠି, କେନ୍ଦ୍ରାପଡ଼ାରେ ଏନ୍‌ଆରସିର ନବୀକରଣ ହେବ

Read More...

ପୁଣି ବନ୍ଦ ହେବ ଡ୍ୟାନ୍ସବାର

ପୁଣି ବନ୍ଦ ହେବ ଡ୍ୟାନ୍ସବାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page