ପୁଣି ବନ୍ଦ ହେବ ଡ୍ୟାନ୍ସବାର

October 02, 2019, ଓଡ଼ିଶା, , Anupambharat News Bureau


ପୁଣି ବନ୍ଦ ହେବ ଡ୍ୟାନ୍ସବାର
Anupambharat News Bureau
October 02, 2019

ଭୁବନେଶ୍ୱର, ୨ା୧୦ (ଅନୁପମ ମିଡିଆ) : ଭୁବନେଶ୍ୱରରେ ଚାଲିଥିବା ଡ୍ୟାନ୍ସ ବାର ପୁଣି ବନ୍ଦ ହେବା ଦେଇ ନିର୍ଦ୍ଦେଶ ହୋଇଛି । ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍ସ ବାର୍‌କୁ ମିଳିଥିବା ଫାୟାର୍‌ ନୋ ଅବ୍‌ଜେକସନ୍‌ ସାର୍ଟିଫିକେଟ୍‌ ଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବୁଧବାର ଫାୟାର୍‌ ଡିଜି ବିକେ ଶର୍ମା କହିଛନ୍ତି । ଏସବୁ ଡ୍ୟାନ୍ସ ବାର୍‌ ଗୁଡାକରେ ଫେୟାର ସେଫଟି ନଥିବାରୁ ଏହାକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଅଗ୍ନି ନିରାପତ୍ତା ମାନଦଣ୍ଡ ଆଧାରରେ ଆବେଦନ କଲା ପରେ ତାଙ୍କୁ ସାଟିଫିକେଟ୍‌ ମିଳିପାରିବ ବୋଲି ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତିି । ୨୦୧୮ ଫେବୃଆରୀ ୬ତାରଖରେ ଏହି ତ୍ରୁଟିପୁର୍ଣ୍ଣ ସାର୍ଟିଫିକେଟ ଜାରି ହୋଇଥିଲା । ତକିାଳୀନ ଆସିଷ୍ଟାଣ୍ଟ ଫାୟାର ଅଫିସର ଏହି ସାର୍ଟିଫିକେଟ ଜାରିକରିଥିଲେ । ସେହି ସମୟରେ ସାର୍ଟିଫିକେଟ୍‌ ଯାଞ୍ଚକରିଥିବା ଅଫିସର ଏବେ ପୋଲିସ୍‌ ସ୍କାନରେ ରହିଛନ୍ତି । କେଉଁ ପରିସ୍ଥିତିରେ ଏହି ସାର୍ଟିଫିକେଟ୍‌ ଦିଆଯାଇଥିଲା ତାହା ଉପରେ ଏବେ ଖୋଳତାଡ଼ ଜାରି ରହିଥିବା ଡିଜିପି କହିଛନ୍ତି । ସେପଟେ ଡିଜିଙ୍କ ନିଦ୍ଦେର୍ଶ ପରେ ଅବକାରୀ ବିଭାଗ ତପିରତା ହୋଇଛି । ବିନା ଫାୟାର ସାର୍ଟିଫିକେଟରେ ଚାଲୁଥିବା ଡ୍ୟାନ୍ସବାର କାଗଜପତ୍ର ଯାଞ୍ଚ କରୁଛି । ଡଜିପିଙ୍କ ନିର୍ଦ୍ଦେଶ ପରେ ଯଦି କିଛି ଡ୍ୟାନସ ବାର ଚାଲୁଥିବ ସେମାନଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅବକରୀ ବିଭାଗ କହିଛନ୍ତି । ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପୁଣି ଡ୍ୟାନ୍ସ ବାର ଖୋଲିବାକୁ ନିର୍ଦ୍ଦେଶ ଅନୁମତି ଦେଇଥିଲେ ଅବକାରୀ କମିଶନର । ତେବେ ଏଥିପାଇଁ କେତେକ ଗାଇଡଲାଇନସ୍‌ ମାନିବାକୁ ନିର୍ଦ୍ଦେଶ ରହିଥିଲା । ଯାହାମଧ୍ୟରୁ ପେୟାର ସେଫଟି ଅନ୍ୟତମ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଶହରାରେ ପାଗ ମେଘୁଆ ରହିବ

ଦଶହରାରେ ପାଗ ମେଘୁଆ ରହିବ

Read More...

ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page