ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ଗୃହ ମନ୍ତ୍ରାଳୟର ଚିଠି, କେନ୍ଦ୍ରାପଡ଼ାରେ ଏନ୍‌ଆରସିର ନବୀକରଣ ହେବ

October 02, 2019, ଓଡ଼ିଶା, , Anupambharat News Bureau


ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ଗୃହ ମନ୍ତ୍ରାଳୟର ଚିଠି, କେନ୍ଦ୍ରାପଡ଼ାରେ ଏନ୍‌ଆରସିର ନବୀକରଣ ହେବ
Anupambharat News Bureau
October 02, 2019

ଭୁବନେଶ୍ୱର, ୨ ।୧୦ (ଅନୁପମ ମିଡିଆ) : ଓଡ଼ିଶାରେ କେନ୍ଦ୍ରାପଡ଼ା ଜିଲ୍ଲ୍‌ାରେ ନ୍ୟାସନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନସିପ୍‌ (ଏନଆରସି)ର ନବୀକରଣ କରାଯିବ । ଏଥିଲାଗି କେନ୍ଦ୍ରାପଡ଼ା ଜିଲ୍ଲାରେ ରହୁଥିବା ବିଦେଶୀ ନାଗରିକଙ୍କ ଚିହ୍ନଟ ପ୍ରକିୟା ଖୁବ୍‌ ଶୀଘ୍ର ଆରମ୍ଭ ହୋଇପାରେ । ଗତ ସେପେଫମ୍ବର ୨୦ ତାରିଖରେ ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଦେଶରେ ଏନଆରସି କାର୍ଯ୍ୟକାରୀ କରୁଥିବା ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଉକ୍ତ ପତ୍ରରେ ସେ ଉେଲ୍ଲେଖ କରିଛନ୍ତି କି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତି ଅମିକସ କୁ୍ୟରୀ ଆଇନଜୀବୀ ମୋହିତ ଅଗ୍ରୱାଲ୍‌ ୨୦୧୮ ନଭେମ୍ବର ୨୬ ତାରିଖରେ ହାଇକୋର୍ଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସିର ନବୀକରଣ ଲାଗି ନିର୍ଦ୍ଦେଶ ଦିଆଯିବାକୁ ସୁପାରିସ କରାଯାଇଥିଲା । ଓଡ଼ିଶା ହାଇକୋର୍ଟ ଏହାକୁ ଗ୍ରହଣ କରି ୨୦୧୯ ଜାନୁଆରୀ ୨ରେ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ଆମିକସ କୁ୍ୟରିଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ପ୍ରସଙ୍ଗଟି ନ୍ୟାସନାଲ୍‌ ରେଜିଷ୍ଟ୍ରାର ଅଫ୍‌ ସିଟିଜେସିପ୍‌ (ଏନଆରସି)ର ନବୀକରଣ ସମ୍ପର୍କିତ ତେଣୁ ଏହାକୁ ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍‌ ଇଣ୍ଡିଆଙ୍କୁ ପ୍ରେରଣ କରାଯାଉଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଗୃହ ମନ୍ତ୍ରାଳୟର ସରକାରୀ କମାଣ୍ଡାଣ୍ଟ (ଆଇନ) ଶକ୍ତି ପ୍ରକାଶ । ପୂର୍ବରୁ ଆସାମର ଏନଆରସି ଲାଗୁ କରାଯାଇଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କହିଥିଲେ ଏବେ ଚିଠି ପରେ କେନ୍ଦ୍ରାପଡ଼ାରେ ଏନଆରସି ଲାଗୁ ହୋଇପାରେ ବୋଲି କୁହାଯାଉଛି ।
ପୂର୍ବରୁ ସୂଚନା ମିଳିଥିଲା ଯେ ବାସ୍ତବରେ ହଜାର ହଜାର ସଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକରେ ନିଜର ଆସ୍ଥାନ ଜମାଇ ସାରିଛନ୍ତି । ଅଭିଯୋଗ ହେଉଛି କି ସ୍ଥାନୀୟ ରାଜନେତାଙ୍କୁ ହାତ କରି କିଏ ଭୋଟ୍‌ ପରିଚୟ ପତ୍ର ହାସଲ କରିନେଲାଣି ତ କିଏ ଆଧାର କାର୍ଡ ପ୍ରସ୍ତୁତ କରି ନେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ଏମିତି କିଛି ଅଞ୍ଚଳ ଅଛି ଯାହାକୁ ଲୋକେ ’ମିନି ବାଂଲାଦେଶ’ ବୋଲି କହୁଛନ୍ତି । କିଛିଦିନ ତଳେ ପ୍ରକାଶ ପାଇଥିଲା ଆସାମର ନ୍ୟାସନାଲ୍‌ ରେଜିଷ୍ଟ୍ରାର ଅଫ୍‌ ସିଟିଜେନ୍ସ (ଏନଆରସି)ରେ ସ୍ଥାନୀତ ବ୍ୟକ୍ତିଙ୍କ ନାମ ତାଳିକା ଏହି ତାଲିକାରେ ସ୍ଥାନ ପାଇବା ଲାଗି ୩ କୋଟି ୧୧ ଲକ୍ଷ ୨୧ ହଜାର ୦୦୪ ଜଣ ବ୍ୟକ୍ତି ଯୋଗ୍ୟତା ହାସଲ କରିଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ତାଲିକାରୁ ବାଦ ପଡ଼ିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି,  ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Read More...

ଦଶହରାରେ ପାଗ ମେଘୁଆ ରହିବ

ଦଶହରାରେ ପାଗ ମେଘୁଆ ରହିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page