ପଲିଥିନ ବ୍ୟବହାର ଉପରେ ରୋକ

October 01, 2019, ଦେଶ, , Anupambharat News Bureau


ପଲିଥିନ ବ୍ୟବହାର ଉପରେ ରୋକ
Anupambharat News Bureau
October 01, 2019

ଭୁବନେଶ୍ୱର,୧ା୧୦: (ଅନୁପମ ମିଡ଼ିଆ): ବୁଧବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ରୋକ୍‌ ଲାଗିବ । ପୂର୍ବରୁ ଗାନ୍ଧି ଜୟନ୍ତୀରୁ ସମଗ୍ର ରାଜ୍ୟରେ ପ୍ଳାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯିବା ନେଇ ସରକାର ଘୋଷଣା କରିଥିଲେ । ପ୍ଲାଷ୍ଟିକ୍‌ ଥାଳି,ଥର୍ମୋକୁଲ ଓ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର , ଆମଦାନୀ ବନ୍ଦ କରାଯିବ । ଅନ୍ୟପକ୍ଷେ ନିୟମ ଉଲ୍ଳଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ଳାଷ୍ଟିକ ବୋତଲ, ପଲିଥିନ ବ୍ୟାଗ, ୟୁଜ ଆଣ୍ଡ ଥ୍ରୋ ପ୍ଳାଷ୍ଟିକ ଗ୍ନାସ ଉପରେ ଏହି କଟକଣା ଜାରି କରାଯାଇଛି । ପଲିଥିନ ବ୍ୟବହାରକାରୀଙ୍କ ଉପରେ ଜରିମାନା ଲଗାଇବାକୁ ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ୧୯୮୬ ଆଇନ୍‌ ଅନୁଯାୟୀ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ବିରୋଧରେ ୧ ଲକ୍ଷ ଟଙ୍କା ଜୋରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଗତବର୍ଷ ୫ ଟି ମହାନଗର ନିଗମ ଓ ପୁରୀ ପୌର ପାଳିକାରେ ଏହି ନିୟମ ଲାଗୁ ହୋଇଥିଲା । ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବିକ୍ରି କାରୀ ଓ ବ୍ୟବହାରକାରୀଙ୍କୁ ଧରିବା ପାଇଁ ପୋଲିସ୍‌ ଓ ପ୍ରଦୂଷଣ ବୋର୍ଡର ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରିବେ । ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ସରକାର ଏନେଇ ଘୋଷଣା କରିଥିଲେ ସୁଦ୍ଧା ସେଭଳି ସୁଫଳ ମିଳିନଥିଲା ।
ପଲିଥିନର ବିକଳ୍ପ ନବାହାର କରି ଏଭଳି ନିଷ୍ପତ୍ତି ଯୋଗୁ ବ୍ୟବସାୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ବଡ଼ ବ୍ୟବସାୟୀଙ୍କୁ ଛାଡ଼ି ପ୍ରଶାସନ ଛୋଟ ଛୋଟ ବ୍ୟବସାୟୀଙ୍କୁ ପଲିଥିନ ବ୍ୟବହାର କରୁଥିବା ଦର୍ଶାଇ ଜରିମାନା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଷ୍ଠୀ ସଂଘର୍ଷ, ୧୧ ଆହତ

ଗୋଷ୍ଠୀ ସଂଘର୍ଷ, ୧୧ ଆହତ

Read More...

ପ୍ରଦୂଷଣ ମୁକ୍ତ ଇ-ସାଇକଲ୍‌ ତିଆରି କଲେ ଛାତ୍ର ପୃଥିରାଜ

ପ୍ରଦୂଷଣ ମୁକ୍ତ ଇ-ସାଇକଲ୍‌ ତିଆରି କଲେ ଛାତ୍ର ପୃଥିରାଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page