ଗୋଷ୍ଠୀ ସଂଘର୍ଷ, ୧୧ ଆହତ

October 01, 2019, ଓଡ଼ିଶା, , Anupambharat News Bureau


ଗୋଷ୍ଠୀ ସଂଘର୍ଷ, ୧୧ ଆହତ
Anupambharat News Bureau
October 01, 2019

ଚିକିଟି,୧ ।୧୦(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍‌ ରାମେୟାପାଟଣା-ଚନ୍ଦନ ବାଡ଼ ଗ୍ରାମରେ ମାଛ ଧରିବାକୁ ନେଇ ସୋମବାର ରାତିରେ ସଂଘର୍ଷ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ୮ ଜଣ ସାମାନ୍ୟ ଆହତ ହୋଇଥିବା ଏବଂ ଦୁଇ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଯୋଗୁଁ ଚାରି ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି ।
ଚିକିଟି ବ୍ଲକ୍‌ ଚନ୍ଦନବାଡ଼ ଗ୍ରାମର ମତ୍ସ୍ୟଜୀବୀ ମାନେ ଦୀର୍ଘ ଦିନ ଧରି ବାହୁଦାନଦୀ ଶେଷ ନାଳକୁ ନିଜ ଅକ୍ତିଆରରେ ରଖି ମାଛ ମାରୁଥିବା ବେଳେ ରାମେୟାପାଟଣା ଗ୍ରାମବାସୀ ଏହାର ବିରୋଧ କରିବା ସହ ସେମାନଙ୍କର ବି ଅଧିକାର ସାବ୍ୟସ୍ଥ ସହ ଦାବି କରି ଜିଲ୍ଳା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ । ଏନେଇ ୨୦୧୭ ମସିହାରେ କତୁରୁ ପଞ୍ଚାୟତରେ ଲିଜ୍‌ କରିବାରୁ ଚନ୍ଦନବାଡ଼ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ । ଏନେଇ ଉଭୟ ଗ୍ରାମ ମଧ୍ୟରେ ବିବାଦ ଘନୀଭୂତ ହେବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଯଦ୍ୱାରା ଉଭୟ ଗ୍ରାମର ମତ୍ସ୍ୟଜୀବୀ ଉକ୍ତ ନାଳରୁ ମାଛ ଧରିବାକୁ ଯାଉନଥିଲେ । ଏ ମଧ୍ୟରେ ଗତ ୧୮ ତାରିଖ ସକାଳେ ରାମେୟାପାଟଣା ଗ୍ରାମର କିଛି ଲୋକ ଚନ୍ଦନବାଡ଼ ମଶାଣୀରୁ ମାଟି ଉଠେଇବାରୁ ଚିକିଟି ତହସିଲ୍‌ଦାର, ଗୋଳନ୍ଥରା ପୋଲିସ ଓ ବ୍ରହ୍ମପୁର ଉପଜିଲ୍ଳାପାଳଙ୍କ ନିକଟରେ ଉକ୍ତ ଜାଗା ଚନ୍ଦନବାଡ଼ ମୌଜା ଥିବା ଅବଗତ କରାଇଥିଲେ ।
ଏହି ଅଭିଯୋଗ ପାଇବି ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଥିଲା । ତେବେ ଗତକାଲି ରାତିରେ ହଠାତ୍‌ ରାମେୟାପାଟଣାର ନାଇଡ଼ୁ ଓ ଅନ୍ୟ ୫ ଜଣ ବ୍ୟକ୍ତି ବାହୁଦାନଦୀ ବ୍ରିଜ୍‌ ଉପରେ ରହି ମାଟି ଖୋଳିବା ପାଇଁ କିଛି ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । ଯଦ୍ୱାରା ଚନ୍ଦନବାଡ଼ର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ନାଇଡ଼ୁଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହାତ ହୋଇପଡ଼ିଥିବା ବେଳେ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାଇଡ଼ୁଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ନେଇ ଭର୍ତ୍ତି କରିଥିଲେ । ଏନେଇ ରାମେୟାପାଟଣା ଶହ ଶହ ମହିଳା ପୁରୁଷ ଠେଙ୍ଗା ବାଡ଼ି ଧରି ଉତ୍ତେଜିତ ହୋଇ ଆଜି ସକାଳେ ଚନ୍ଦନବାଡ଼ ଗ୍ରାମରେ ପଶି ଆକ୍ରମଣ କରିଥିଲେ । ଫଳରେ ଉଭୟ ଗ୍ରାମବାସୀ ମଧ୍ୟରେ ଠେଙ୍ଗାବାଡ଼ି, ବିୟର ବୋତଲ, ଲଙ୍କାଗୁଣ୍ଡ ଫିଙ୍ଗା ଫିଙ୍ଗି ସହ ଚନ୍ଦନବାଡ଼ ଗ୍ରାମରେ ଥିବା ଅଟୋ, ବାଇକ୍‌, ଘର ଆଦି ଭଙ୍ଗାରୁଜା କରିଥିଲେ । ଏହାଦ୍ୱାରା ଉଭୟ ଗୋଷ୍ଠୀର ବହୁ ବ୍ୟକ୍ତି ଆହତ ହୋଇଥିବା କୁହାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କୁ ଗୁରୁତର ଓ ୮ ଜଣଙ୍କୁ ସାମାନ୍ୟ ଆହତ ଅବସ୍ଥାରେ ବଡ଼ ଡ଼ାକ୍ତରଖାନାକୁ
ପଠାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ସଦର ଏସ୍‌ଡ଼ିପିଓ ଜୟନ୍ତ କୁମାର ମହାପାତ୍ର, ଗୋଳନ୍ଥରା ଥାନା ଆଇଆଇସି ବାବୁଲି ନାୟକ ପ୍ରମୁଖ ସଶସ୍ତ୍ର ପୋଲିସ ବାହିନୀ ସହ ପହଞ୍ଚି ତଦନ୍ତ ଚଳାଇଥିବା ଏବଂ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା ପ୍ରକାଶ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

Read More...

ପଲିଥିନ ବ୍ୟବହାର ଉପରେ ରୋକ

ପଲିଥିନ ବ୍ୟବହାର ଉପରେ ରୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page