ପ୍ରଦୂଷଣ ମୁକ୍ତ ଇ-ସାଇକଲ୍‌ ତିଆରି କଲେ ଛାତ୍ର ପୃଥିରାଜ

October 01, 2019, ଓଡ଼ିଶା, , Anupambharat News Bureau


ପ୍ରଦୂଷଣ ମୁକ୍ତ ଇ-ସାଇକଲ୍‌ ତିଆରି କଲେ ଛାତ୍ର ପୃଥିରାଜ
Anupambharat News Bureau
October 01, 2019

ହ୍ମପୁର,୧ା୧୦ (ଅନୂପମ ମିଡ଼ିଆ): ବର୍ତ୍ତମାନ ଯେପରି ସହରରେ ବାୟୁ ପ୍ରଦୁଷଣ ଓ ତା’ ସାଙ୍ଗକୁ ପେଟ୍ରୋଲ୍‌ ଦର ବୃର୍ଦ୍ଧି ହୋଇଛି ତାହାକୁ ଆୟତ୍ତ କରିବା ଅସମ୍ଭବ । ତେଣୁ ପ୍ରଦୁଷଣକୁ ରୋକିବା ଦିଗରେ କିଛି ପଦକ୍ଷେପ ନେବା ପାଇଁ ଏମିତି ଜଣେ ଯେ, କି ନିଜର ସାଇକଲ୍‌କୁ ଇ-ସାଇକଲ୍‌ରେ ପରିଣତ କରିଛନ୍ତି ୭ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପୃଥିରାଜ୍‌ ସାହୁ ।
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗୋଇଲୁଣ୍ଡି ନିବାସୀ ତ୍ରିପତି ସାହୁ ଓ ଗୌରୁସାହୁଙ୍କ ପୁତ୍ର ପୃଥିରାଜ ସାହୁ (ବଣ୍ଟି) । ଯେ,କି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାମହରିନଗର, ୭ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପୃଥିରାଜ ସାହୁ । ଆଗରୁ କିଛି ନୂଆଁ କରିବାର ଆଶା ରଖି ସେ ଆଜି ଏହି ଇ- ସାଇକଲ୍‌କୁ ଅତି ସୁନ୍ଦର ଭାବେ ତିଆରି କରିଛନ୍ତି । ପୃଥିରାଜଙ୍କ କହିବା କଥା ସେ ପ୍ରଥମେ ଅନ୍‌ଲାଇନ୍‌ରେ ଜିନିଷ ଆଣି ନିଜ ସାଇକଲ୍‌ଟିକୁ ହିଁ ଇ-ସାଇକଲ୍‌ ରୂପେ ତିଆରି କରିଛନ୍ତି । ଇ-ସାଇକଲ୍‌ରେ ଗୋଟାଏ ୨୫୦ ୱାଟ୍‌ ମୋଟର, ୧୨ ଭୋଲ୍‌ଟ୍‌ ଓ ୯ ଏମ୍‌ପିଆର୍‌ ୨ଟି ନରମଲ୍‌ ବ୍ୟାଟେରୀ ସହିତ, ଚେନ୍‌, ଚାର୍ଜର, ଚାବି, ହେଡ଼୍‌ ଲାଇଟ୍‌, ବେକ୍‌ଲାଇଟ୍‌, ଇଣ୍ଡିକେଟ୍‌ର, ହର୍ଣ୍ଣ, ବ୍ରେକ୍‌, ଏକ୍ସିଲିଟର ବ୍ୟବହାର ହୋଇଛି । ଏହା ଚଲାଇବା ବେଳେ ଅନ୍ତ୍ୟନ୍ତ ହାଲ୍‌କା ଓ ଭଲ ଲାଗେ । ଏହି ଇ-ସାଇକ୍‌ଲ୍‌ଟି ଥରେ ଚାର୍ଜ କଲେ ଅନୁ୍ୟନ ୨୦ ସ୍ପିଡ଼୍‌ ସହିତ ୨୦ କିମି ପର୍ଯ୍ୟନ୍ତ ଯାଇପାରିବ । ଏହି ଇ-ସାଇକଲ୍‌ଟି ତିଆରି କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ଛାତ୍ର ପୃଥିରାଜ୍‌ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଲିଥିନ ବ୍ୟବହାର ଉପରେ ରୋକ

ପଲିଥିନ ବ୍ୟବହାର ଉପରେ ରୋକ

Read More...

ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା

ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page