ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା

October 01, 2019, ଦେଶ, , Anupambharat News Bureau


ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା
Anupambharat News Bureau
October 01, 2019

ଔରଙ୍ଗାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଉପତ୍ୟକାରେ ସ୍ଥାନୀୟ ରାଜନେତା ଓ ସମାଜିକ କର୍ମୀମାନଙ୍କୁ ଅଟକ ରଖାଯାଇଛି । ପ୍ରାୟ ୪ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି ।
ଏଥିସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧାସୁଯୋଗରୁ ବଞ୍ଚିତ କରାଯାଉଥିବା ଚର୍ଚ୍ଚା ହେଉଛି । ହେଲେ ଏସବୁ ଚର୍ଚ୍ଚା ଉପରେ ଆଜି ବିଜେପି ନେତା ରାମ ମାଧବ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେ କହିଛନ୍ତି, ମାତ୍ର ୨୦୦ରୁ ୨୫୦ ଜଣ ଲୋକଙ୍କୁ ଜମ୍ମୁ-କଶ୍ମୀରରେ ଅଟକ ରଖାଯାଇଛି ।
ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ମିଳୁଛି । ଏପରି କି ଅଟକ ଥିବା ବ୍ୟକ୍ତିବିଶେଷଙ୍କୁ କଶ୍ମୀରରେ ଥିବା ପଞ୍ଚ ତାରକା ହୋଟେଲରେ ରଖା ଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମ ମାଧବ ଆହୁରି କହିଛନ୍ତି, ପ୍ରାଥମିକ ଅବସ୍ଥାରେ ଜମ୍ମୁ-କଶ୍ମୀରର ପ୍ରାୟ ୨ହଜାରୁ ଅେଇ ହଜାର ଲୋକଙ୍କୁ ଅଟକ ରଖା ଯାଇଥିଲା । ଏବେ ମାତ୍ର ୨୦୦ରୁ ୨୫୦ ଜଣଙ୍କୁ ଅଟକ ରଖାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେମାନଙ୍କୁ ବେଶ ସମ୍ମାନର ସହ ଅଟକ ରଖାଯାଇଛି । କିଛି ଅଟକାରୀ ପଞ୍ଚ ତାରକା ହୋଟେଲରେ ମଧ୍ୟ ରହୁଛନ୍ତି । କିଛି ଲୋକଙ୍କୁ ଅଟକ ରଖାଯାଇଥିବାରୁ ଧାରା ୩୭୦ ଉଚ୍ଛେଦର ୨ ମାସ ପରେ ମଧ୍ୟ ଉପତ୍ୟକାରେ ଶାନ୍ତି ବଜାୟ ରହିଛି । ଆମେ ଜାଣିଛୁ, ଜମ୍ମୁ-କଶ୍ମୀରର ଲୋକମାନେ କ’ଣ ଚାହୁଁଛନ୍ତି ଓ ଅଟକ ଥିବା ବ୍ୟକ୍ତି ବିଶେଷ କ’ଣ ଚାହୁଁଛନ୍ତି । ପାକିସ୍ତାନ ସହ ପଓକେ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ମତ ଦେଇ ସେ କହିଛନ୍ତି ।
୧୯୯୪ରେ ସର୍ବସମ୍ମତି କ୍ରମେ ଏକ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ, ପାକିସ୍ତାନ ଭାରତକୁ ପଓକେ ହସ୍ତାନ୍ତର କଲେ ହିଁ ଇସ୍‌ଲାମାବାଦ୍‌ ସହ କଥାବାର୍ତ୍ତା ଆଗକୁ ବଢ଼ିବ । କେବଳ ପିଓକେର ସ୍ଥିତାବସ୍ଥା ଉପରେ ହିଁ ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହାପୂର୍ବରୁ ଅର୍ଥାତ ଅଗଷ୍ଟ ୪ରୁ ଜମ୍ମୁ-କଶ୍ମୀର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ସମେତ ହଜାର ହଜାର ସଂଖ୍ୟକ ରାଜନେତାଙ୍କୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଟକ ରଖାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଦୂଷଣ ମୁକ୍ତ ଇ-ସାଇକଲ୍‌ ତିଆରି କଲେ ଛାତ୍ର ପୃଥିରାଜ

ପ୍ରଦୂଷଣ ମୁକ୍ତ ଇ-ସାଇକଲ୍‌ ତିଆରି କଲେ ଛାତ୍ର ପୃଥିରାଜ

Read More...

ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ

ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page