ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

June 25, 2019, ଓଡ଼ିଶା, , Anupambharat News Bureau


ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ
Anupambharat News Bureau
June 25, 2019

କେନ୍ଦ୍ରାପଡା,୨୫ ।୬(ଅନୁପମ ମିଡ଼ିଆ) :କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସିାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଅଳାଇଲୋ ଗ୍ରାମର ରମେଶ ଦାସଙ୍କ ପତ୍ନୀ ଶଶ୍ମିତା ଦାସ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ସାଢେ ୩ବର୍ଷର ଝିଅ ଅନ୍ନପୂର୍ଣ୍ଣାକୁ ସେ ପ୍ରଥମେ ମହାକାଳପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସେଠାରୁ ରେଫର ହୋଇ ଜିଲ୍ଲା ମୁଖ୍ୟ ଚିକିସିାଳୟର ଡାଇରିଆ ୱାର୍ଡରେ ସୋମବାର ପୂର୍ବାହ୍ନରେ ଆଡମିସନ କରିଥିଲେ । କିନ୍ତୁ ତାଙ୍କର ଅନୁରୋଧ ସତେ୍ୱ ଦୀର୍ଘ ଏକ ଘଂଟାରୁ ଉର୍ଦ୍ଧ୍ୱ ତାଙ୍କ ଝିଅକୁ କୈାଣସି ଡାକ୍ତର କିମ୍ବା ନର୍ସ ଦେଖିବାକୁ ନଆସିବାରୁ ତାଙ୍କ ଝିଅ ଅନ୍ନପୂର୍ଣ୍ଣାର ମୃତୁ୍ୟ ହୋଇଯାଇଥିଲା । ତେଣୁ ଏଭଳି ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ତାଙ୍କ ଝିଅର ମୃତ୍ୟୁ ହୋଇଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ବାରମ୍ବାର ଏଭଳି ଚିକିସିାରେ ଅବହେଳାରୁ ରୋଗୀଙ୍କ ମୃତୁ୍ୟ ହେଉଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହା ବିରୋଧରେ କୈାଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଥିବାର ଅଭିଯୋଗ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବତୀକୁ ପ୍ରତାରଣା ଅଭିଯୋଗ :  ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

ଯୁବତୀକୁ ପ୍ରତାରଣା ଅଭିଯୋଗ : ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

Read More...

  ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page