ଯୁବତୀକୁ ପ୍ରତାରଣା ଅଭିଯୋଗ : ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

June 25, 2019, ଓଡ଼ିଶା, , Anupambharat News Bureau


ଯୁବତୀକୁ ପ୍ରତାରଣା ଅଭିଯୋଗ :  ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ
Anupambharat News Bureau
June 25, 2019

ମାହାଙ୍ଗା,୨୫ା୬ (ଅନୁପମ ମିଡିଆ): ଜଣେ ଯୁବତୀକୁ ପ୍ରେମ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ତା ନିକଟରୁ ଅର୍ଥ ହଡପ କରିବା ଓ ପରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିବା ଅଭିଯୋଗରେ ଆଜି ବିବାହ କରୁଥିବା ବରକୁ ପୋଲିସ ଉଠାଇ ଆଣିବା ଘଟଣା ମାହାଙ୍ଗାରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ ମାହାଙ୍ଗା ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବିକାଶ ଦାସଙ୍କ ସହିତ ଦୀର୍ଘ ୭-୮ ବର୍ଷ ତଳେ ଫୋନ ମିଶ କଲରୁ ଭଦ୍ରକ ହରିପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ଯୁବତୀଜଣକ ରାଉରକେଲା ଅଂଚଳରେ ରହୁଛନ୍ତି । ବିକାଶ ଯୁବତୀଜଣକୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ହଡପ କରି ନେଇଥିଲା । ପରେ ଉକ୍ତ ଯୁବତୀକୁ ବିବାହ ନ କରି ପ୍ରତାରଣା ଦେବା ସହ ଟଙ୍କା ନ ଫେରାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିଲେ । ଏଥିସହିତ ଆଜି ଅନ୍ୟ ଜଣେ ଯୁବତୀକୁ ମାହାଙ୍ଗା ଥାନା କୋଳିଅଠା କପିଳେଶ୍ୱର ମନ୍ଦିରରେ ବିବାହ ହେଉଥିଲା ।
ଏଥିନେଇ ପିଡିତା ଜଣକ ଥାନାରେ ଅଭିଯୋଗ କରିବା ପରେ ମାହାଙ୍ଗା ପୋଲିସ ବିବାହ ବେଦୀରୁ ବରକୁ ଥାନାକୁ ଉଠାଇ ଆଣି ଅଟକ ରଖିଥିବା ଜଣାଯାଇଛି । ରିପୋର୍ଟ ଲେଖାହେବାବେଳକୁ ଥାନାରେ କୋðଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

Read More...

ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page