ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

June 25, 2019, ଓଡ଼ିଶା, , Anupambharat News Bureau


  ଲାଂଚ ନେଇ ପୋଲିସ ଏଏସଆଇ ଗିରଫ
Anupambharat News Bureau
June 25, 2019

କଟକ,୨୫ା୬ (ଅନୁପମ ମିଡିଆ): ଜବତ ହୋଇଥିବା ଏକ ବାଇକକୁ ଏହାର ମାଲିକଙ୍କୁ ହସ୍ତାନ୍ତର କରିବା ନିମନ୍ତେ ତାଙ୍କଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଡିଭିଜନ ଭିଜିଲାନ୍ସ ଟିମ ଜାଲରେ ପଡି ଗରିଫ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାର ଏଏସଆଇ ରଣେନ୍ଦ୍ର କୁମାର ସାମଲ । ଆଳି ଥାନା ପୋଲିସ ନିଅଳ ଗ୍ରାମର ବାନାମ୍ବର ଦାସଙ୍କ ମଟରସାଇକେଲକୁ ଜବତ କରିଥିଲା । ଏସଂପର୍କରେ ଆଳି ଥାନାରେ ୯୪/୨୦୧୯ ନମ୍ବର ମକଦ୍ଦମା ରୁଜୁ ହୋଇଥିଲା । ଶ୍ରୀ ଦାସଙ୍କର ଏହି ବାଇକକୁ ତାଙ୍କୁ ଜିମା ଦେବା ସହିତ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନିୟମିତ ବ୍ୟବଧାନରେ ହାଜିରା ଦେବାରୁ ମୁକ୍ତି ଦେବା ନିମନ୍ତେ ଏଏସଆଇ ଶ୍ରୀ ସାମଲ ୫ ହଜାର ଟଙ୍କା ଦାବି କରିଥିଲେ । ତଦନୁସାରେ ଭିଜିଲାନ୍ସ ଟିମ୍‌ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ତାଙ୍କ ଅଫିସ ରୁମରେ ଏହି ଟଙ୍କା ନେଉଥିବା ବେଳେ ଶ୍ରୀ ସାମଲଙ୍କୁ ଧରିଥିିଲେ ।
ତାଙ୍କଠାରୁ ସେହି ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ପରେ କେନ୍ଦ୍ରାପଡା ଜିଲ୍ଲାରେ ଗୋପରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଲାସୀ ନିଆଯାଇଛି । ଏଉସଂପର୍କରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ୧୩/୨୦୧୯ ନମ୍ବର ମକଦ୍ଦସାର ତଦନ୍ତ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

Read More...

ନକଲି ଡ଼ାକ୍ତର ଜେଲ ଗଲା

ନକଲି ଡ଼ାକ୍ତର ଜେଲ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page