ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

June 22, 2019, ଓଡ଼ିଶା, , Anupambharat News Bureau


 ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର
Anupambharat News Bureau
June 22, 2019

ଜଳେଶ୍ୱର,୨୨ା୬ (ଅନୁପମ ମିଡିଆ): ଦୃଢ ଇଚ୍ଛାଶକ୍ତି ଓ ଆତ୍ମ ବିଶ୍ୱାସ ହେଉଛି ସଫଳତାର ମୂଳ ମନ୍ତ୍ର । ସର୍ବଭାରତୀୟ ସ୍ତରରେ ଓଡିଶାର ଯୁବ ଡାକ୍ତର ରଂଜନ କୁମାର ସାହୁ ଏମ୍ସ୍‌ ପିଜି ଏଣଫା୍ରନ୍ସ୍‌ ପରୀକ୍ଷାରେ ଟªର ହୋଇ ଓଡିଶାର ଗୈାରବ ବଢାଇଛନ୍ତି । ଜଣେ ସାଧାରଣ ଘରର ପିଲା ଗ୍ରାମାଂଚଳରୁ ଯାଇ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ସ୍ଥାନରେ ପହଂଚିବା ଓ ଭାରତ ବର୍ଷରେ ଓଡିଶାର ନାମକୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଡାଃ ରଂଜନ ହେଉଛନ୍ତି ତାର ଏକ ଉଦାହରଣ । ସମଗ୍ର ଭାରତବର୍ଷରୁ ମୋଟ ୮୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସେ ୧ ନମ୍ବର ସ୍ଥାନ ପାଇଛନ୍ତି । ଡାଃ ରଂଜନ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗରପାଟଣା ଗ୍ରାମପଂଚାୟତର ପାଟଣା ଗ୍ରାମର ବ୍ରାଂଚ ପୋଷ୍ଟ ମାଷ୍ଟର ସୂର୍ଯ୍ୟ ମୋହନ ସାହୁ ଓ ସୁ ଗୃହିଣୀ ରଙ୍ଗଲତା ସାହୁଙ୍କ ପୁତ୍ର ଅଟନ୍ତି । ସେ ଜଳେଶ୍ୱର ସେଣଫ୍‌ ଜେମ୍‌ସ କନ୍‌ଭେଣଫ ସ୍କୁଲରୁ ୧୦ମ ଶ୍ରେଣୀ ପାଶ କରିବା ପରେ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରୁ ୨ ବିଜ୍ଞାନ ପାଶ କରିଥିଲେ । ଭୁବନେଶ୍ୱର ସ୍ଥିତ ଏମ୍ସ୍‌ରେ ଏମ୍‌.ବି.ବି.ଏସ୍‌ ପାଶ କରିବା ପରେ ସର୍ବଭାରତୀୟ ଏମ୍ସ ପିଜି ପାଇଁ ସେ ଏଣଫା୍ରନ୍ସ ପରୀକ୍ଷା ଦେଇଥିଲେ । ସେଥିରେ କୃତକାର୍ଯ୍ୟ ହୋଇ ଥିବାରୁ ବର୍ତମାନ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ପୁତ୍ରର କୃତିତ୍ୱରେ ବାପା ଆତ୍ମହରା ହୋଇଥିବା ବେଳେ ଡାଃ ରଂଜନ ତାଙ୍କର ଏହି ସଫଳତା ପଛରେ ବାପା, ମାଆ, ଭାଇ, ଭାଉଜ, ଭିଣୋଇ, ଭଉଣୀ, ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀଙ୍କୁ ଶ୍ରେୟ ଦେଇଛନ୍ତି । ପରିଶ୍ରମ କଲେ ଫଳ ନିଶ୍ଚିତ ମିଳିବ ଏବଂ ଭଗବାନଙ୍କ ଉପରେ ଭରସା ରଖିବାକୁ ପଡିବ ବୋଲି ଡାଃ ରଂଜନ କହିଛନ୍ତି । ରଂଜନଙ୍କ ବାପା ଓ ମାଆଙ୍କ ଇଚ୍ଛା ପୁଅ ଜଣେ ଭଲ ଡାକ୍ତର ହୋଇ ଦୁଃଖୀ ଦରିଦ୍ରଙ୍କ ସେବା କରି ପାରିଲେ ଡାକ୍ତର ହେବାର ସାର୍ଥକତା ପୂରଣ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

Read More...

ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page