ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

June 22, 2019, ଓଡ଼ିଶା, , Anupambharat News Bureau


ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ
Anupambharat News Bureau
June 22, 2019

ବିରଜାକ୍ଷେତ୍ର,୨୨ା୬ (ଅନୁପମ ମିଡିଆ): ଶୁକ୍ରବାର ଦିନ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଜନୈକା ପ୍ରସୂତୀ ମହିଳାଙ୍କୁ ପ୍ରସବ ନିମନ୍ତେ ସଂପୃକ୍ତ ଡାକ୍ତର ଜଣକ ୨ ହଜାର ଟଙ୍କା ମାଗିବା ଓ ପରେ ଅବସ୍ଥା ଗୁରୁତର ବୋଲି ଦର୍ଶାଇ କଟକ ବଡ଼ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ସୂଚନା ଅନୁଯାଇ କୋରେଇ ଥାନା ଅନ୍ତର୍ଗତ ଦୁଲାଖାପାଟଣା ଗ୍ରାମର ଚନ୍ଦନ ମହାପାତ୍ର ଙ୍କର ଭଉଣୀ ସ୍ମୃତିଲି«ା ଦେବତା ଗତ ୨୦ ତାରିଖ ଗୁରୁବାର ଦିନ ପ୍ରସବ ନିମନ୍ତେ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ୨୧ତାରିଖ ଶୁକ୍ରବାର ଦିନ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡ଼ାକ୍ତର କ୍ଷେତ୍ରବାସୀ ଥାଟୋଇ ତାଙ୍କୁ ସ୍ୱଭାବିକ ଭାବେ ପ୍ରସବ କରାଇଦେବାର ପ୍ରତିଶୃତି ଦେଇ ତାଙ୍କ ସଂପର୍କୀୟଙ୍କୁ ୨ହଜାର ଟଙ୍କା କୁଆଡେ ମାଗିଥିଲେ । ମାତ୍ର ଏହାର କିଛି ଘଣ୍ଟା ପରେ ସଂପୃକ୍ତ ଡ଼ାକ୍ତର ଜଣକ ମହିଳାଙ୍କ ସଂପର୍କୀୟଙ୍କୁ ଡ଼କାଇ ରୋଗୀ ଗୁରୁତର ଅଛି ତେଣୁ ତାଙ୍କୁ କଟକ ନେଇଯାଅ ବୋଲି କହିଥିଲେ । ଏପରି ଅବସ୍ଥାରେ କଟକ ଯିବା ଅସମ୍ଭବ ଅନୁଭବ କରି ସଂପୃକ୍ତା ମହିଳା ରୋଗୀଙ୍କୁ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ରେ ପ୍ରସୂତୀ ନିମନ୍ତେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ମଲାଶିଶୁ ଜନ୍ମ ହୋଇଥିଲା । ଏହି ମୃତ ଶିଶୁଟିର ଶରୀରରେ କ୍ଷତ ଚିହ୍ନମାନ ଥିବାର ଦେଖାଯାଇଥିଲା ।
ଏହା ପରେ ପ୍ରସୂତୀ ମହିଳାଙ୍କ ଭାଇ ଚନ୍ଦନ ସଂପୃକ୍ତ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବାର ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏସଂପର୍କରେ ଯାଜପୁର ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ଏହି ଘଟଣାକୁ ସ୍ୱିକାର କରିଥିବା ବେଳେ ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ଏତଲା ଦେବାପରେ ଆଉ ଆମ ସହିତ ଯୋଗାଯୋଗ କରୁନାହାନ୍ତି । ସେହିପରି ମୁଖ୍ୟଚିକିତ୍ସାଧିକାରୀଙ୍କୁ ଏହି ଘଟଣା ସଂପର୍କରେ ଅବଗତ କରିନଥିବା ସେ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

Read More...

 ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page