ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

June 22, 2019, ଓଡ଼ିଶା, , Anupambharat News Bureau


ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି
Anupambharat News Bureau
June 22, 2019

ଭୁବନେଶ୍ୱର,୨୨ା୬ (ଅନୁପମ ମିଡିଆ): ଦେଶରେ ମହିଳାମାନଙ୍କ କ୍ଷେତ୍ରରେ ବଳାତ୍କାର ଭଳି ଅପରାଧକୁ ରୋକିବା ପାଇଁ ସରକାର କଡା ନିୟମ ପ୍ରଣୟନ କରୁଥିବା ବେଳେ କେତେକ ନସ୍ତ୍ୟ ସ୍ୱାର୍ଥବାଦୀ ବ୍ୟକ୍ତି ଏବଂ ମହିଳା ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନହେଲେ ଆଇନର ଦୂରୁପଯୋଗ କରି ବଳାତ୍କାର ଭଳି ମିଥ୍ୟା ଅଭିଯୋଗ ଆଣି ନୀରିହ ଲୋକମାନଙ୍କୁ ଅଯଥା ହଇରାଣ ହରକତ କରୁଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ସେହି ସମୟର ଭିଡିଓ ଭାଇରାଲ କରିବା ଧମକ ଦେଇ ଅର୍ଥ ଆଦାୟ ଭଳି ପୁଲିସ ନିକଟରେ ମିଥ୍ୟା ଅଭିଯୋଗ ଆଣିଥିବା ଜଣେ ମହିଳା ଏବେ ଅଡୁଆ ପରିସ୍ଥିତିରେ ପଡିଛନ୍ତିି । ତଦନ୍ତ ସମୟରେ ପୁଲିସ ଅଧିକାରୀଙ୍କୁ ଆବଶ୍ୟକ ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି । ବଳାତ୍କାର ଓ ଧମକ ଦେଇ ଅର୍ଥ ଆଦାୟ ଭଳି ଅଭିଯୋଗର କୌଣସି ତଥ୍ୟ ପ୍ରମାଣ ନଥିବା ତଦନ୍ତ ସମୟରେ ଜଣାପଡିଛି । ଅଭିଯୋଗ ଆଣିଥିବା ମହିଳାଙ୍କର ନିଜସ୍ୱ ବୟାନ ବ୍ୟତୀତ କୌଣସି ସ୍ପଷ୍ଟ ପ୍ରମାଣ ନଥିବା ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ମହିଳା ଜଣକ ନିଜ ମୌକ୍ଷିକ ବୟାନ ଓ କୋର୍ଟରେ ବୟାନ ରେକର୍ଡ ବେଳେ ବୟାନ ଦେଇଥିଲେ ଯେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କ ନିକଟକୁ ଓ ତାଙ୍କ ପରିବାର ନିକଟକୁ ବଳାତ୍କାର ସମୟର ଭିଡିଓ ୨୦୧୮ ମାର୍ଚ୍ଚ ମାସରେ ମୋବାଇଲରେ ପଠାଇଛନ୍ତି । ତେବେ ସେ ମାମଲାର ତଦନ୍ତକାରୀ ଅଧିକାରୀ ଓ ସୁପରଭିଜନ ଦାୟିତ୍ୱରେ ଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ବାରମ୍ବାର ଅନୁରୋଧ ସେ‰ ଉକ୍ତ ଭିଡି କ୍ଲିପ୍‌ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ତାଙ୍କର ଅଭିଯୋଗର ସତ୍ୟତା ପ୍ରତି ପୁଲିସର ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସେ ଅଭିଯୋଗ ଆଣିଥିବା ବଳାତ୍କାର, ଅର୍ଥ ଆଦାୟ ଓ ହତ୍ୟା ଧମକ ଭଳି ଅଭିଯୋଗର ତାଙ୍କ ନିଜସ୍ୱ ବୟାନ ବ୍ୟତୀତ କୌଣସି ସ୍ପଷ୍ଟ ପ୍ରମାଣ ନଥିବା ତଥା ମହିଳାଙ୍କର ସତ୍ୟତାକୁ ନେଇ ପୁଲିସ ସନ୍ଦେହ ପ୍ରକାଶ କରିଥିବା ମାମଲାର ସୁପରଭିଜନ କରୁଥିବା ଭୁବନେଶ୍ୱର କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ ତଥା ଏସପି ଜୋନ ୩ ଡିସିପିଙ୍କ ନିକଟରେ ଦାଖଲ କରିଥିବା ତାଙ୍କ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଖବରରୁ ପ୍ରକାଶ ଯେ ପୁରୀ ସହର ବାସେଳି ସାହି ଥାନା ଅଧିନ ପୌରସଂସ୍ଥାର ୫ନମ୍ବର ୱାର୍ଡ, ମିଶ୍ରସାହି ତ୍ରିଦେବ ନଗର ଅଞ୍ଚଳର ଜଣେ ଅଙ୍ଗନୱାର୍ଡି କର୍ମୀଙ୍କର ୨୦୧୬ ମସିହାରେ ସହରର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକଙ୍କ ସହିତ ଫେସବୁକରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ । କୌଣସି କାରଣକୁ ନେଇ ମନୋମାଳିନ୍ୟ ଘଟିଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ମହିଳା ଜଣକ ଆକ୍ରୋଶ ମୂଳକ ଭାବେ ଗତ ୨୦୧୮ ଅଗଷ୍ଟ ୨୩ ରିଖରେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ବିଭିନ୍ନ ମିଥ୍ୟା ମନଗଢା କାହାଣୀ ରଚି ତାଙ୍କୁ ପାନୀୟ ଜଳରେ ନିଶା ଦେଇ ବଳାତ୍କାର କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ । ବଳାତ୍କାର ସମୟର ଭିଡିଓକୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଯାଇ ବ୍ଲାକମେଲିଂ କରାଯାଉଛି । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ସଂପୃକ୍ତ ମହିଳାଙ୍କ ଅଙ୍ଗନୱାର୍ଡି ସେଣ୍ଟର ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଅଯଥା ହଇରାଣ ହରକତ କରୁଛନ୍ତି । ଏସିଡ୍‌ ଫିଙ୍ଗି ଜୀବନରେ ମାରିଦେବା ପାଇଁ ହତ୍ୟା ଧମକ ଦେଉଛନ୍ତି ବୋଲି ସଂପୃକ୍ତା ମହିଳା ସାମ୍ବାଦିକ ସୁନୀଲ ମିଶ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଅଭିଯୋଗ କ୍ରମେ ଖଣ୍ଡଗିରି ଥାନା ପୁଲିସ କେସ ନମ୍ବର ୩୭୨/୨୦୧୮ ଆଧାରରେ ଦଫା ୩୭୬/୫୦୬/୩୪ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ସଂପୃକ୍ତ ମହିଳାଙ୍କର ବୟାନ ସିଆରପିସିର ଧାରା ୧୬୧ ଓ ୧୬୪ ଧାରାରେ କୋର୍ଟରେ ବୟାନ ରେକର୍ଡ କରିଥିଲା । ସେହିପରି ଅଗଷ୍ଟ ୨୮ ତାରିଖ ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କର ଡାକ୍ତରୀ ମାଇନା କରିଥିଲା । ତେବେ ଡାକ୍ତରୀ ମାଇନା ରିପୋର୍ଟରେ ବଳାତ୍କାରର କୌଣସି ଚିହ୍ନବର୍ଣ୍ଣ ନଥିବା ଡାକ୍ତର ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ତେବେ ମହିଳା ନିଜ ସହରରେ ଥିବା ଥାନାରେ ଅଭିଯୋଗ ନକରି ଭୁବନେଶ୍ୱରରେ ଅଭିଯୋଗ କରିବା ପଛରେ କାରଣ କଣ ବୋଲି ତାହା ପୁଲିସ ତଦନ୍ତରେ ସନ୍ଦେହ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଖଣ୍ଡଗିରି ପୁଲିସର ନିଷ୍କ୍ରିୟତା ଓ କାର୍ଯ୍ୟାନୁଷ୍ଠାନ ଦାବିକରି ସାଇବର ଅପରାଧରେ ଦୋଷୀ ସାବସ୍ତ୍ୟ ହୋଇ ୬ବର୍ଷ ଦଣ୍ଡିତ ହୋଇଥିବା ତଥା ନିଜକୁ ସୂଚନା କର୍ମୀ ଓ ମାନବାଧିକାର କର୍ମୀ ବୋଲାଉଥିବା ତଥା ବିଭିନ୍ନ ଅପରାଧରେ ଜେଲ ଯାଇଥିବା ପୁରୀ, ସିଦ୍ଧମହାବୀର ଅଞ୍ଚଳର ଜୟନ୍ତ କୁମାର ଦାସ ନାମକ ଜଣେ ବ୍ୟକ୍ତି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ୨୦୧୮ ସେପେଫମ୍ବର ୧୨ତାରିଖରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ କମିଶନର ଭୁବନେଶ୍ୱର ଡିସିପିଙ୍କ ଠାରୁ ଏକ ରିପୋର୍ଟ ତଲବ କରିଥିଲେ । କମିଶନଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ କମିଶନରେଟ ପୁଲିସ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୧୮ ଡିସେମ୍ବର ୧୦ ତାରିଖ ଦିନ ଏସିପି ଜୋନ ୩ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଏସିପି ଜୋନ ୩ ମାମଲାର ତଦନ୍ତ କରି ୨୦୧୯ ମାର୍ଚ୍ଚ ୨୩ ତାରିଖ ଦିନ ତାଙ୍କ ରିପୋର୍ଟ ଡିସିପିଙ୍କ ନିକଟରେ ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ତଦନ୍ତ ସମୟରେ ଜଣାପଡିଛି ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ । ଅଭିଯୋଗକାରିଣୀ ଦେଇଥିବା ବୟାନରେ ତାଳମେଳ ରହୁନାହିଁ । ମାମଲାର ସୁପରଭିଜନ ସମୟରେ ବାରମ୍ବାର ଅନୁରୋଧ ସେ‰ ଅଭିଯୋଗ ଆଣିଥିବା ମହିଳା ଜଣକ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଭିଡିଓ କ୍ଲିପ୍‌ ଦେବାରେ ବିଫଳ ହୋଇଛନ୍ତି । ଯାହା ତାଙ୍କ ଅଭିଯୋଗ ର ସତ୍ୟତା ପ୍ରତି ସନ୍ଦେହ ସୃଷ୍ଟି କରିଛି । ଉକ୍ତ ରିପୋର୍ଟକୁ ଆଧାର କରି ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା-୧୮୮୮ ଅନୁଯାୟୀ ୨୦୧୯ ମାର୍ଚ୍ଚ ୨୯ ତାରିଖ ଦିନ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ପ୍ରେରଣ କରାଯାଇଛି । ତେବେ ଅପରପକ୍ଷରେ କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିବା ଜୟନ୍ତ କୁମାର ଦାସଙ୍କ ବିରୋଧରେ ପୁରୀ କୁମ୍ଭାରପଡା ଥାନା, ଟାଉନଥାନା, ସାଇବର କ୍ରାଇମ୍‌ ଥାନା, କଟକ ଓ ଲାଲବାଗ ଥାନାରେ ବହୁ ମାମଲା ରହିଛି ।
୨୦୧୭ ମସିହା ଅଗଷ୍ଟ ୪ ତାରିଖ ଦିନ ଏକ ସାଇବର ଅପରାଧରେ ପୁରୀ ଏସଡିଜେଏମ୍‌ ତାଙ୍କୁ ୬ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିଥିଲେ । ସେହିଭଳି ପୁରୀ ଗଜପତି ମହାରାଜାଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମରେ କଟକ ଲାଲବାଗ ଥାନାରେ କେସ୍‌ ନମ୍ବର ୧୦୪/୨୦୧୬ ବିଶିଷ୍ଟ ଏକ ମାମଲା ରହିଛି । ସେ ଗିରଫ ହୋଇ ଜେଲ ଯାଇଥିଲେ । ଉଭୟ ମାମଲାରେ ସେ ୨୦୧୮ ଅପ୍ରେଲ ମାସରେ କୋର୍ଟରୁ ଜାମିନରେ ଆସିଛନ୍ତି । ସେହିଭଳି ଏକ ଚେକ ବାଉଁଶ ଅପରାଧରେ ପୁରୀ ଜେଏମଏଫସି ତାଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ସହିତ ୯ହଜାର ଟଙ୍କା ଜୋରିମାନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

Read More...

ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page