ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

June 06, 2019, ଓଡ଼ିଶା, , Anupambharat News Bureau


ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର
Anupambharat News Bureau
June 06, 2019

ରସୁଲପୁର,୬ା୬ (ଅନୁପମ ମିଡିଆ): ରାସ୍ତା ଉପରେ ବେଆଇନ ହମ୍ପ୍‌ସ୍‌ ଯୋଗୁ ରାସ୍ତା ଦୁର୍ଘଟଣା ବଢୁଛି । ଗାଁ ଗହଳିରେ ବି ରାସ୍ତାରେ ମାଳ ମାଳ ହମ୍ପ୍‌ ସ୍‌ ଦେଖିବାକୁ ମିଳୁଛି । ନିଜ ଘର ସମ୍ମୁଖରେ ସୁରକ୍ଷା ଆଳରେ ଲୋକମାନେ ବେଆଇନ ଭାବରେ ହମ୍ପ୍‌ସ୍‌ ତିଆରି କରି ଦେଉଛନ୍ତି । ଏହି ହମ୍ପ୍‌ସ ଗୁଡିକର ଉଚତା କିମ୍ବା ନିର୍ମାଣ ଶୈଳୀ ଠିକ୍‌ ନରହିବା କାରଣରୁ ଅନେକ ସମୟରେ ହମ୍ପ୍‌ସ୍‌ ନିକଟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ଗତକାଲି ଏଭଳି ଏକ ଦୁର୍ଘଟଣା ଘଟି ଜଣେ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି । ଖଣ୍ଡିତର ହାଇସ୍କୁଲରେ ଯାଯପୁର କବାଡି ଆସୋସିଏସନ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସାମ୍ବାଦିକ ପ୍ରଶାନ୍ତ ନାୟକ ଛିଣ୍ଡା ଖରସୋ୍ରତା ନଦୀ ବନ୍ଧରେ ଘରକୁ ଫେରୁଥିଲେ । ସୁଆଁ ସାହି ନିକଟରେ ନଦୀ ବନ୍ଧ ଉପରେ ହୋଇଥିବା ଢଳେଇ ରାସ୍ତାରେ ଏକ ଉଚ୍ଚ ହମ୍ପ୍‌ କୁ ପାର ହେବା ବେଳେ ଗାଡିରୁ ପଡିଯାଇ ଗୁରୁତର ଆହତ ହୋଇଥିଲେ ।
ତାଙ୍କର ବାମ ଆଣ୍ଠୁ ଭାଙ୍ଗି ଯାଇଛି । ଗୁରୁତର ଭାବରେ ତାଙ୍କୁ ଯାଯପୁର ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଅସ୍ତୋ୍ରପଚାର ପାଇଁ ଭର୍ତ୍ତି ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

Read More...

ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page