କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

June 06, 2019, ଓଡ଼ିଶା, , Anupambharat News Bureau


କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ
Anupambharat News Bureau
June 06, 2019

ପଟ୍ଟାମୁଣ୍ଡାଇ, ୬ା୬ (ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମାନ୍ୟତା ପାଇବାର ୩୧ ବର୍ଷ ବିତିଯାଇଛି । ମାତ୍ର ସହର ପାଇଁ ଉପଯୁକ୍ତ ମାଷ୍ଟର ପ୍ଲାନ ଅଭାବରୁ ଅସରାଏ ବର୍ଷା ହେଲେ ସମଗ୍ର ଅଞ୍ଚଳ ଉବୁଟୁବୁ ହେଉଛି । ପଟ୍ଟାମୁଣ୍ଡାଇ ସହର ଓ ସବଡିଭିଜନ ହସ୍ପିଟାଲ ପରିସରରେ ବର୍ଷାଜଳ ସୁଅ ଛୁଟୁଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ନଂ. ୱାର୍ଡ ମୁସଲମାନ ବସ୍ତିରେ ଥିବା ସମସ୍ତ ଡ୍ରେନ ପୋତି ହୋଇପଡିବା ସହିତ ଜଳ ନିଷ୍କାସନ ପଥ ଅବରୁଦ୍ଧ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ସମଗ୍ର ମୁସଲମାନ ବସ୍ତିରେ ଡ୍ରେନପାଣି ଲହଡି ଭାଙ୍ଗୁଛି । ଗତକାଲି ଇଦ ପର୍ବ ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁସଲମାନ ବସ୍ତିକୁ ଶୁଭେଛା ଜଣାଇବା ପାଇଁ ଯାଇଥିବାବେଳେ ବସ୍ତିର ଶୋଚନୀୟ ଅବସ୍ଥା ଓ ଡ୍ରେନପାଣିରେ ଯାତାୟତ କରି ଅତିଷ୍ଠ ହୋଇପଡିଥିବା ମୁସଲମାନ ଭାଇ ଓ ଭଉଣୀମାନଙ୍କ ଅବସ୍ଥା ସ୍ୱଚକ୍ଷୁରେ ଦେଖିଥିଲେ । ଆସନ୍ତାକାଲି ଏଦିଗରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ବିଧାୟକ ଶ୍ରୀସାହୁ ତାଙ୍କ ପ୍ରତିଶୃତିକୁ ରକ୍ଷା କରି ମୁସଲମାନ ବସ୍ତି ପରିଦର୍ଶନ କରିଥିଲେ । ବିଧାୟକଙ୍କ ସହିତ ପୂର୍ବତନ ପୌରାଧ୍ୟକ୍ଷ ବୈଜୟନ୍ତୀମାଳା ଲେଙ୍କା ଓ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣ ସଂପାଦିକା ରିଜୁୱାନା ବେଗମ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ନଗର ଯୁବିଜେଡି ସଭାପତି ମିଟୁ ମନୋଜ ନାୟକ, ଯୁବନେତା ପ୍ରଦୁ୍ୟମ୍ନ ସାମନ୍ତରାୟ, ବୁଢା ଲେଙ୍କା, ପ୍ରାକ୍ତନ କାଉନସିଲର ମଳୟ ମଳିକ, ସଂଖ୍ୟାଲଘୁ ସେଲ ସଂଗଠକ ସେକ ଅବଦୁଲ ହଲିମ, ସେକ ବMର ଅଲ୍ଲୀ, ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ, କନିଷ୍ଠଯନ୍ତ୍ରୀ ରମେଶ ଚନ୍ଦ୍ର ସେଠୀ, ପରିମଳ ନୀରିକ୍ଷକ ପ୍ରଫୁଲ୍ଲ ଦାଶ ପ୍ରମୁଖ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଡ୍ରେନପାଣିରେ ଉବୁଟୁବୁ ହେଉଥିବା ମୁସଲମାନ ବସ୍ତିର ଗଳିକନ୍ଦି ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଶଦ ଆଲୋଚନା କରିଥିଲେ । ଏଇ ଅବସରରେ ବିଧାୟକ ଶ୍ରୀସାହୁ ମୁସଲମାନ ବସ୍ତିରୁ ଅବିଳମ୍ବେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ସରକାରୀ ମnୁରୀ ପାଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଉପସ୍ଥିତ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଥା ଦେଇ ବିଧାୟକ କଥା ରଖିଥିବାରୁ ମୁସଲମାନ ବସ୍ତିର ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

Read More...

ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page