ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

June 06, 2019, ଓଡ଼ିଶା, , Anupambharat News Bureau


ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି
Anupambharat News Bureau
June 06, 2019

ଭଦ୍ରକ,୬ା୬ (ଅନୁପମ ମିଡିଆ): ମଣିକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଚଳିତ ବିବାହ ଉସିବ ନିମନ୍ତେ ଗୁରୁବାର ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗଳକୃତ୍ୟ(ମଙ୍ଗନ) କାର୍ଯ୍ୟ ବୈଦିକ ରୀତିନୀତି ଓ ଲୈାକିକ ଚାରରେ ବର ଓ କନ୍ୟା ପିତା ମାତାଙ୍କ ପକ୍ଷରୁ ସମ୍ପନ୍ନ ହୋଇଥିବା ବେଳେ ଆଜି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତ୍ତି ।
ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ମନ୍ଦିରର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି । ବିଶେଷକରି ଦେବଦମ୍ପତିଙ୍କ ଯୁଗୋଳ ମୂର୍ତ୍ତୀକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହେବ ପୀଠରେ । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ପୀଠରେ । ଗତ ଦୁଇଦିନ ଧରି ପୀଠରେ ଲାଗି ରହିଛି ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ,ଏହି ବିବାହ ଉସିବରେ ହରହର ମହାଦେବ ଆଖଣ୍ଡଳମଣି ସାଜିବେ ବର ହିମାଳୟ ନନ୍ଦିନୀ ତଥା ଦକ୍ଷରାଜାଙ୍କ କନ୍ୟା ମାତା ପାର୍ବତୀ ସାଜିବେ କନ୍ୟା । ଏଥିସହ ପବନ ପୁତ୍ର ହନୁମାନ ସାଜିବେ ବରଧରା ସମ୍ପୁର୍ଣ୍ଣ ବୈଦିକ ଓ ଲୋକାଚାରରେ ଅନୁଷ୍ଠିତ ହେବ ଏହି ବିବାହ ଉସିବ । ଶୁକ୍ରବାର ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସମ୍ପନ୍ନ ହେବା ପରେ ଦିବା ୧୧ଟାରେ କନ୍ୟାପିତାଙ୍କ ଘରୁ ପବନ ପୁତ୍ର ହନୁମାନ ବରଧରା ସାଜି ଏକ ବିରାଟ ପଟୁଆର ସହ ଶୋଭାଯାତ୍ରାରେ ବାହାରିବେ ବରପିତାଙ୍କ ଘର ଅଭିମୁଖେ । ତାହସହ ଅପରାହ୍ନ ୪ଟାରେ ବାବାଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ସହ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯିବ । ପରେ ଅପରାହ୍ନ ୫ଟାରେ ଦିଅଁ ମଙ୍ଗୂଳା କାର୍ଯ୍ୟ ଓ ସଂଧ୍ୟା ୭ଟାରେ ଏକ ବିରାଟ ଶୋଭାଯାତ୍ରାରେ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଗମନ କରିବେ କନ୍ୟାପିତାଙ୍କ ଘରକୁ ଏହି ଗମନରେ ସମସ୍ତ ଦେବାଦେବୀଙ୍କ ସହ ଭୁତପିଶ୍ଚାଚ ଓ ମାନବ ବରଯାତ୍ର ଭାବେ ଯିବେ ମଣିବାବାଙ୍କ ସାଥିରେ । ବାଜା-ବାଣ ରୋଶଣୀରେ ପ୍ରକମ୍ପିତ ହୋଇ ଉଠିବ ସମଗ୍ର ପୀଠ । ପରେ ରୀତିନୀତି ଅନୁଯାୟୀ ରାତ୍ରରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ ନିମନ୍ତେ ପାଣି ଗ୍ରହଣ ନୀତକାନ୍ତିି । ଏଥିପାଇଁ ପୀଠ ହୋଇ ପଡିଛି ବେଶ ଉସିବ ମୁଖର ବଇନା ନେଇଥିବା କଟକ ସାଅନ୍ତସାହିର ବିଦୁ୍ୟତ୍‌ କାରିଗରୀଙ୍କ ପକ୍ଷରୁ ଆଲୋକ ସଜ୍ଜା ସରିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ଘଣ୍ଟୁଆ ସେବକଙ୍କ ସହ ପ୍ରସିଦ୍ଧ ସାହିମେଢର ନୃତ୍ୟ ଶିଳ୍ପୀମାନେ ପହଁଚି ସାରିଛନ୍ତି ପୀଠରେ । ଢେଙ୍କାନାଳର ଦୁଲୁଦୁଲିବାଦ୍ୟ ,କେନ୍ଦୁଝରର କଳସନୃତ୍ୟ. ବାନ୍ଥା ନୃତ୍ୟ, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୟୁରଚୂଳ ବାଦ୍ୟ, କଳାହାଣ୍ଡିର ଘୁମୁରା ନାଚ , ବାଲେଶ୍ୱରର ପାଇକ ଆଖଡା,ବ୍ରହ୍ମପୁରର ଯୋଡିଶଙ୍ଖ , କଙ୍କାଳ ନା ଚ, ଡାଇନୋସର, ବାଘ ,ଝୁମର ବାଦ. ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଡିଶଙ୍ଖ ଓ ଭଜନ ସମାହୋର ସମେତ ରାଜ୍ୟର ବହୁ ନାମିଦାମୀ ବାଦ୍ୟକାରମାନଙ୍କ ସହ ଓ ବିଭିନ୍ନ ଜିଲାର ସଂକିର୍ତ୍ତନ ମାନେ ଏବେ ପହଁଚି ସାରିଛନ୍ତି ଆରଡି ପୀଠରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

Read More...

ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମ୍‌ଡ଼ି ମହାନିର୍ଦ୍ଦେଶକ

ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମ୍‌ଡ଼ି ମହାନିର୍ଦ୍ଦେଶକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page