୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା

December 05, 2022, ଓଡ଼ିଶା, , Anupambharat News Bureau


୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା
Anupambharat News Bureau
December 05, 2022


ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିପାରେ । ଚଳିତ ମାସ ୮ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବତଭାଗ ପକ୍ଷରୁ ଆକଳନ କରାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରର ସାମୁଦ୍ରିକ ଘୂର୍ଣ୍ଣିବଳୟ ଓ ତତ୍ସଂଲଗ୍ନ ବିଷୁବରେଖୀୟ ଭାରତ ମହାସାଗର-ମଲାକା ପ୍ରଣାଳୀ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସକାଳେ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି । ସାମୁଦ୍ରିକ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଥିବା ସିଷ୍ଟମଟି ଟ୍ରୋପୋସ୍ପିୟରିକର ମଧ୍ୟସ୍ତର ପର୍ଯ୍ୟନ୍ତ ଲମ୍ବି ରହିଛି । ଏହି ସିଷ୍ଟମଟି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲା, ପୁzୁଚେରୀ, କରାଇକଲ୍‌ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଡିସେମ୍ବର ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇ ଯିବ । ସେହିପରି, ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ତେବେ ଏହାର ପ୍ରଭାବ ଓଡ଼ିଶା ପ୍ରତି ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି

ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି

Read More...

 ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page