ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି

December 05, 2022, ଓଡ଼ିଶା, , Anupambharat News Bureau


ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି
Anupambharat News Bureau
December 05, 2022


ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟରେ ଆବେଦନ କରିଥିବା ବେଳେ ଜିଲ୍ଲା ଦୌରା ଜଜ୍‌ ଆଜି ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ବୁଢ଼ିଆଣି ଜାଲରେ ଛନ୍ଦି ହେଉଛି । ପ୍ରତିଦିନ ନୂଆ ନୂଆ ଖିଅ ବାହାରୁଛି । ଅର୍ଚ୍ଚନାଙ୍କ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) କିଛି ଲୋକଙ୍କୁ ଜେରା କରିଛି । ତେବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଚାହିଁଥିଲା ଇଡି । ସେଥିପାଇଁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିଥିଲା ଇଡି । ମାତ୍ର କୋର୍ଟ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ରାତି ଅଧିଆ କମିଶନରେଟ୍‌ ପୁଲିସ୍‌ ଉଠାଇ ଆଣିଥିଲା । ପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ହେଲେ ଅର୍ଚ୍ଚନାଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱରଙ୍କ ପାଖରେ ପହଞ୍ଚିପାରୁନଥିଲା କମିଶନରେଟ୍‌ ପୁଲିସ୍‌ । ତେବେ ଏଥିରେ ଟଙ୍କା ହଡପର ସାମ୍ନାକୁ ଆସିଥିବାରୁ ମାମଲାରେ ଇଡି ତଦନ୍ତ କରିଥିଲା । ଇଡି ତଦନ୍ତ ଆରମ୍ଭ କରି ପ୍ରଥମେ ଖଗେଶ୍ୱରକୁ ଅଟକ ରଖି ଜେରା କରିଥିଲା । ପରେ ତାକୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଅର୍ଚ୍ଚନା ଲିଙ୍କରେ ଇଡି ଅନେକ ବ୍ୟକ୍ତିଙ୍କୁ ଜେରା କରିସାରିଲାଣି । ତଥାପି ଇଡି ଟଙ୍କା ଉତ୍ସ ପାଖରେ ପହଞ୍ଚି ପାରିନାହିଁ । ଆଜି ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଅର୍ଚ୍ଚନାଙ୍କୁ ହଜାରି କରାଯାଇଥିଲା । ଇଡି ଓକଲି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି । ଟଙ୍କା ଆସିବା ପରେ ହଠାତ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ତେବେ ଟଙ୍କା ଆସିବାର ତିନିରୁ ଚାରି ଦିନ ଭିତରେ ଆକାଉଣ୍ଟକୁ ଡିଆକଫିଭେକଫ ହୋଇଛି । ତେବେ କ୍ୟାସ୍‌ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ଇଡି ସୁରାକ୍‌ ପାଇଛି । ତେଣୁ ଏହି ଅର୍ଥନୈତିକ କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ପଦ୍ମପୁର ରେଜଲଫ  , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଆଜି ପଦ୍ମପୁର ରେଜଲଫ , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

Read More...

୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା

୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page