ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

December 05, 2022, ଓଡ଼ିଶା, , Anupambharat News Bureau


 ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ
Anupambharat News Bureau
December 05, 2022


ଭୁବନେଶ୍ୱର, ୦୫ା୧୨(ଅନୁପମ ମିଡିଆ): ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଇଭିଏମ୍‌ ରେ ସିଲ୍‌ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୫ଟା ସୁଦ୍ଧା ୭୫.୮୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଭୋଟ୍‌ ଗ୍ରହଣ ଅବଧି ଶେଷ ହୋଇଥିଲେ ହେଁ ଭୋଟର ଲାଇନ୍‌ ରେ ଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋଟିଂ ଜାରି ରହିଥିଲା ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅପରାହ୍ନ ୩ ଟା ସୁଦ୍ଧା ୬୫.୨୮% ଭୋଟିଂ ହୋଇଥିଲା । ୮୯ଟି ବୁଥ୍‌ ରେ ପ୍ରାୟ ୧୨ ହଜାର ଜଣ ଭୋଟ ଦେବାକୁ ଲାଇନ୍‌ରେ ରହିଥିଲେ । ୪ଟା ସୁଦ୍ଧା ଯେଉଁମାନେ ବୁଥ୍‌ ରେ ପହଞ୍ଚିଥିଲେ, ସେମାନେ ୬.୩୦ ପର୍ଯ୍ୟନ୍ତ ଭୋଟ ଦେବାର ସୁଯୋଗ ପାଇଥିଲେ । ସେ ଆହୁରି କହିଛନ୍ତି ଯେ ୨୦୧୯ରେ ମତଦାନ ହାର ୭୯.୦୫% ଥିଲା । ଏଥର ସେତିକି ହେବା ଅନୁମାନ କରାଯାଉଛି । ଅପରପକ୍ଷରେ ଆସନ୍ତା ୮ ତାରିଖ ସକାଳୁ ଗଣତି ଆରମ୍ଭ ହେବ । ସୋମବାର ସକାଳ ସାଢ଼େ ୫ଟାରୁ ମକ୍‌ ପୋଲିଂ ଆରମ୍ଭ ହୋଇଥିଲା । ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍‌ ୩୧୯ ବୁଥ୍‌ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି । ଭୋଟ୍‌ ଗ୍ରହଣ ପାଇଁ ମୋଟ୍‌ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା । ମୋଟ୍‌ ୧୨୦ ବୁଥ୍‌ରେ େୱବ୍‌ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍‌ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଥିଲା ।
ଅନ୍ୟ ପକ୍ଷରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସକାଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ବର୍ଷା ସିଂ ବରିହା ଲାଇନରେ ଛିଡ଼ା ହୋଇଥିଲେ । ତାପରେ ସେ ୨୧୩ ନଂ ବୁଥରେ ଭୋଟ ଦେଇଥିଲେ । ଏହାପରେ ସେ କହିଛନ୍ତି, ପଦ୍ମପୁରର ବିକାଶ ପାଇଁ ସମସ୍ତେ ଭୋଟ ଦିଅ;ୁ । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ଧର୍ମପତ୍ନୀ, ମା ଓ ଦୁଇ ପୁତୁରାଙ୍କ ସହ ଲମ୍ବା ଧାଡ଼ିରେ ଠିଆ ହୋଇଭୋଟ ଦେଇଥିବା ଦେଖିବାକୁ ମିଳିଥିଲା । ସେ ୧୨୮ ନଂ ବୁଥରେ ଭୋଟ ଦେଇଥିଲେ । ପଦ୍ମପୁରବାସୀଙ୍କ ଭିତରେ ବି ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଭୋଟ ଦେବା ପରେ ସେ ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି ।
ନିର୍ବାଚନମଣ୍ଡଳୀରେ ସମୁଦାୟ ୩୧୯ଟି ବୁଥ୍‌ ରୁ ୪୬ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି । ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍‌ ବୁଥ୍‌ ରହିଛି । ଏହି ବୁଥ୍‌ ଗୁୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ େୱବ୍‌ କ୍ୟାମେରା ବ୍ୟବହାର ସହ ବୁଥ୍‌ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି । ମୋଟ ୩୧୯ଟି ବୁଥ୍‌ ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଥିଲେ । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆରପିଏଫ୍‌, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକରେ ୨ଟି ଲେଖାଏଁ ମୋଟ୍‌ ୬ଟି ପିଙ୍କ୍‌ ବୁଥ୍‌ ଓ ୧୫ଟି ଆଦର୍ଶ ଭୋଟ ଗ୍ର୍ରହଣ କେନ୍ଦ୍ର କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବିୟୋଗ ଯୋଗୁଁ ପଦମପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ସ୍ୱର୍ଗତ ବରିହାଙ୍କ ଝିଅ ବର୍ଷା ଓ ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ନିର୍ବାଚନ ମଇଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍‌ ୩୧୯ ବୁଥ୍‌ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ମୋଟ ୩୧୯ଟି ବୁଥ୍‌ ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆରପିଏଫ୍‌, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା

୮ରେ ବାତ୍ୟା ଅଶଙ୍କା, ୭ରୁ ବର୍ଷା

Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ , ୫ରେ ଭୋଟ

ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ , ୫ରେ ଭୋଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page