ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

September 25, 2022, କ୍ରୀଡ଼ା, , Anupambharat News Bureau


ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି
Anupambharat News Bureau
September 25, 2022


ଭୁବନେଶ୍ୱର, ୨୫ା୯(ଅନୁପମ ମିଡ଼ିଆ): କଟକ ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱର ଦୁଇ ଦଳ ପହଞ୍ଚିଛନ୍ତି ।
ଭିଲୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ ଟିମର ଖେଳାଳି ପହଞ୍ଚିଛନ୍ତି । ଦୁଇଟି ଯାକ ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଳାଳିଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ହୋଟେଲକୁ ନିଆଯାଇଥିଲା । ଭିଲୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ୍‌ ୱାଟସନଙ୍କ ପରି ବଛା ବଛା ଖେଳାଳି ରହିଥିବା ବେଳେ ମନିପଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୂରଲୀଧରନଙ୍କ ପରି ଦିଗଜ ଖେଳାଳି ରହିଛନ୍ତି । ଏହି ଖେଳାଳିମାନଙ୍କୁ ଦେଖିବାକୁ ରାସ୍ତା କଡ଼ରେ ଓ ହୋଟେଲ ସମ୍ମୁଖରେ ଫ୍ୟାନମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡଙ୍ଗା ବୁଡ଼ି ୨୪ ମୃତ, ଅନେକ ନିଖୋଜ

ଡଙ୍ଗା ବୁଡ଼ି ୨୪ ମୃତ, ଅନେକ ନିଖୋଜ

Read More...

 ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page