ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

September 23, 2022, ଦେଶ, , Anupambharat News Bureau


 ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !
Anupambharat News Bureau
September 23, 2022


ନୂଆଦିଲ୍ଲୀ: ଋଷ ଠାରୁ ଆଉ ଅଶୋଧିତ ତେଲ କିଣି ନପାରେ ଭାରତ । କାରଣ ତେଲ କିଣିବା ପାଇଁ ପରିବହନ ଖର୍ଚ୍ଚ ଅଧିକ ହେଉଛି । ଏଥିପାଇଁ ସେପେଫମ୍ବର ମାସ ଶେଷ ସୁଦ୍ଧା ଭାରତୀୟ ରିଫାଇନର୍ସ କମ୍ପାନଗୁଡ଼ିକ ଋଷ ଠାରୁ ତେଲ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି । ଋଷ ପରିବର୍ତ୍ତେ ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ତେଲ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶିଳ୍ପ ସୂତ୍ରରୁ ଜଣାପଡିଛି ।ପରିବହନରେ ସମସ୍ୟା ଯୋଗୁ ସାଧାରଣ ଭାରତ ଋଷ ଠାରୁ ବହୁତ କମ ତେଲ ଆମଦାନୀ କରିଥାଏ । ତେବେ ଯୁକ୍ରେନ୍‌ ଯୁଦ୍ଧ ପରେ ଋଷ ଶସ୍ତାରେ ତେଲ ଦେବାକୁ ଅଫର କରିବାରୁ ଭାରତ ବିପୁଳ ମାତ୍ରାରେ ତେଲ କିଣିଥିଲା । ଚୀନ ପରେ ବିଶ୍ୱରେ ଭାରତ ହିଁ ଋଷ ଠାରୁ ସର୍ବାଧିକ ତୈଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିଲା ।ୟୁକ୍ରେନ୍‌ ଯୁଦ୍ଧ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଋଷ ଠାରୁ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲେ । ଏଭଳି ସମୟରେ ଦେଶର ଅର୍ଥନୀତି ସ୍ଥିତି ମଜଭୁତ ରଖିବା ପାଇଁ ମିତ୍ର ରାଷ୍ଟ୍ରଗୁଡ଼ିକ ଶସ୍ତାରେ ତେଲ ସହ ଅନ୍ୟାନ୍ୟ ବ୍ୟବସାୟ ଡିଲ୍‌ ଅଫର ଦେଇଥିଲା ଋଷ । ଯାହାର ଫାଇଦା ଭାରତ ବି ଉଠାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

Read More...

 ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page