ଡଙ୍ଗା ବୁଡ଼ି ୨୪ ମୃତ, ଅନେକ ନିଖୋଜ

September 25, 2022, ବିଦେଶ, , Anupambharat News Bureau


ଡଙ୍ଗା ବୁଡ଼ି ୨୪ ମୃତ, ଅନେକ ନିଖୋଜ
Anupambharat News Bureau
September 25, 2022


ଢାକା ୨୫ା୯: ବାଂଲାଦେଶରେ ଉତ୍ତରପଶ୍ଚିମ ଭାଗରେ ପ୍ରବାହିତ କୋରଟା ନଦୀରେ ଆଜି ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତିକମ୍‌ରେ ୨୪ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି । କୋରଟା ନଦୀ ଉପରେ ନୌକାଟି ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ନେଇ ବୋଦେଶ୍ୱରୀ ମନ୍ଦିରକୁ ଯାତ୍ରା କରୁଥିଲା । ନୌକାଟିରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଥିବା ଯୋଗୁଁ ଏହା ସନ୍ତୁଳନ ହରାଇ ଓଲଟି ପଡିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରୁ ୧୨ ଜଣ ମହିଳା ଥିବା ବେଳେ୮ ଜଣ ଶିଶୁ ଥିବା ଭୟଙ୍କର ଘଟଣା ସମଗ୍ର ବାଂଲାଦେଶକୁ ସ୍ତବ୍ଧ କରିଦେଇଛି । ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କୋରଟା ନଦୀରେ ରବିବାର ନୌକା ଓଲଟି ପଡିଛି । ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ନୌକା ଦୁର୍ଘଟଣାରେ ଅନୁନ୍ୟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ସୂଚନାଯେ, ମହାଳୟା ଉପଲକ୍ଷେ ଲୋକମାନେ ବୋଦେଶରୀ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଓଲିଆଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ପଞ୍ଚଗଡ଼ ଉପାୟୁକ୍ତ ମହମ୍ମଦ ଜହରୁଲ ଇସ୍ଲାମ କହିଛନ୍ତି । ନୌକାଟି ଇଞ୍ଜିନରେ ଚାଲୁଥିଲା ଓ ଏଥିରେ ଯାତ୍ରା କରୁଥିବା ଆହୁରି ୨୦-୩୦ ଜଣ ଯାତ୍ରୀଙ୍କ ସନ୍ଧାନ ମିଳିନାହିଁ । ଘଟଣାପରେ ନଦୀରୁ ଶବ ଉଦ୍ଧାର ଓ ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପଞ୍ଚଗଡ଼ ଜିଲ୍ଲାପାଳ କହିଛନ୍ତି । ନୌକାଟିରେ ୭୦ରୁ ୮୦ ଲୋକ ଯାତ୍ରା କରୁଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମାନ କରାଯାଇଛି । ବାଂଲାଦେଶରେ ନୌକା ଦୁର୍ଘଟଣା ନୂଆ କଥା ନୁହେଁ । ପାରମ୍ପରିକ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଅନେକ ସମୟରେ ନୌକା ଦୁର୍ଘଟଣା ଘଟି ଧନଜୀବନ ହାନୀ ହୋଇଥିବାର ଦୃଷ୍ଟାନ୍ତ ଆଗରୁ ରହିଛି ।
୨୦୨୦ରେ ଦୁଇଟି ପୃଥକ ପୃଥକ ନୌକା ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ଜୁନ ମାସରେ ଗୋଟିଏ ଦୁର୍ଘଟଣା ଘଟିଥିବା ବେଳେ ଦୁଇ ମାସ ପରେ ଅଗଷ୍ଟରେ ମଧ୍ୟ ଏକ ନୌକା ଦୁର୍ଘଟଣା ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ନୂଆ ଟ୍ରେନ : ଧର୍ମେନ୍ଦ୍ର

ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ନୂଆ ଟ୍ରେନ : ଧର୍ମେନ୍ଦ୍ର

Read More...

ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page