୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

September 18, 2022, ଓଡ଼ିଶା, , Anupambharat News Bureau


୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ
Anupambharat News Bureau
September 18, 2022


ଭୁବନେଶ୍ୱର, ୧୮ା୯(ଅନୁପମ ମିଡ଼ିଆ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଗତ ଶନିବାର ସୃଷ୍ଟି ଘୂର୍ଣ୍ଣିବଳୟ ରବିବାର ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର- ପୂର୍ବ ବଙ୍ଗୋପସାଗର ଅଂଚଳରେ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟଟି କ୍ରମଶଃ ଅଧିକ ଘନୀଭୂତ ହେଉଥିବା ବେଳେ ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରା ଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆ ଯାଇଥିବା ସୂଚବା ଅନୁସାରେ ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ ରୁ ୨୦ସେମି) ରହିଥିବା ବେଳେ ୧୯ ଏବଂ ୨୦ ତାରଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ପାଣିପାଗ ବିଜ୍ଞାନ ପକ୍ଷରୁ ଜାରୀ ବୁଲେଟିନରେ କୁହାଯାଇଛି ଯେ, ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ବଲାଙ୍ଗୀର ରହିଛି ।
ଅନ୍ୟପକ୍ଷେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୦ ଏବଂ ୨୧ ରେ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ୨୦ରେ ଗଭୀର ସମୁଦ୍ର ଏବଂ ୨୧-୨୨ ରେ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ପାଇଁ ମତ୍ସ୍ୟଜୀବୀଙ୍କୁ ୨୦ରୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପକ୍ଷରେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିଛି ବର୍ଷା । କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଟକ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗିରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

Read More...

ଆଜି ରାଣୀଙ୍କ ଅନ୍ତେଷ୍ଟି: ଦ୍ରୌପଦୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ରାଣୀଙ୍କ ଅନ୍ତେଷ୍ଟି: ଦ୍ରୌପଦୀଙ୍କ ଶ୍ରଦ୍ଧାଞ୍ଜଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page