ଆଜି ରାଣୀଙ୍କ ଅନ୍ତେଷ୍ଟି: ଦ୍ରୌପଦୀଙ୍କ ଶ୍ରଦ୍ଧାଞ୍ଜଳି

September 18, 2022, ଦେଶ, , Anupambharat News Bureau


ଆଜି ରାଣୀଙ୍କ ଅନ୍ତେଷ୍ଟି: ଦ୍ରୌପଦୀଙ୍କ ଶ୍ରଦ୍ଧାଞ୍ଜଳି
Anupambharat News Bureau
September 18, 2022


ନୂଆଦିଲ୍ଲୀ,୧୮ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନର େୱଷ୍ଟମିନିଷ୍ଟର ହଲରେ ପହଞ୍ଚି ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠାରେ ଅନ୍ତିମ ସଂସ୍କାର ପାଇଁ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ପାର୍ଥିବ ଶରୀରକୁ ରଖାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତବାସୀଙ୍କ ତରଫରୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ପୂର୍ବରୁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଲଣ୍ଡନ ପହଞ୍ଚିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନର େୱଷ୍ଟମିନିଷ୍ଟର ହଲରେ ପହଞ୍ଚି ସେଠାରେ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଲଣ୍ଡନର ଲ୍ୟାଙ୍କେଷ୍ଟର ହାଉସ ପହଞ୍ଚିଥିଲେ । ଲ୍ୟାଙ୍କେଷ୍ଟର ହାଉସରେ ଦ୍ରୌପଦୀ ମୁର୍ମୁ ମହାରାଣୀଙ୍କ ଶୋକ ପୁସ୍ତକରେ ହସ୍ତାକ୍ଷର କରିଥିଲେ । ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ସେପେଫମ୍ବର ୮ରେ ମହାରାଣା ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଥିଲା । ଆସନ୍ତାକାଲି ସେପେଫମ୍ବର ୧୯ରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଦୁନିଆର ଶତାଧିକ ଦେଶର ରାଷ୍ଟ୍ରାଧ୍ୟକ୍ଷ ଯୋଗ ଦେବେ । ଆନ୍ତର୍ଜତୀୟ ସ୍ତରରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବାତାବରଣକୁ କେନ୍ଦ୍ର କରି ଋଷକୁ ଇଂଲଣ୍ଡ ପକ୍ଷରୁ ନିମନ୍ତ୍ରଣ କରାନଯାଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଦୀର୍ଘ ୨୦୦ରୁ ଊର୍ଦ୍ଧ୍ୱ ଦିନ ପର୍ଯ୍ୟନ୍ତ ୟୁକ୍ରେନ ବିରୋଧରେ ଋଷ ଯୁଦ୍ଧ ଚଳାଇଥିବା ଯୋଗୁଁ ଗ୍ରେଟବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କଅନ୍ତେଷ୍ଠି କ୍ରିୟାରେ ଯୋଗଦେବା ପାଇଁ ଋଷକୁ ନିମନ୍ତ୍ରଣ କରାଯାଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

Read More...

୨୦ରେ ଲଘୁଚାପ !

୨୦ରେ ଲଘୁଚାପ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page