ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

August 26, 2022, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ
Anupambharat News Bureau
August 26, 2022


ବ୍ରହ୍ମପୁର,୨୬ା୮(ଅନୁପମ ମିଡ଼ିଆ): ବ୍ରହ୍ମପୁର ବଡ଼ ଡାକ୍ତରଖାନା ସୁପରସ୍ପେଷିଆଲିଷ୍ଟ୍‌ କୋଠାର ୫ ମହଲା ସ୍ଥିତ ଅପରେସନ୍‌ ଥିଏଟର୍‌ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ଏବଂ ସେଠାରେ ଥିବା ଡାକ୍ତର, କର୍ମଚାରୀ ଓ ନିକଟସ୍ଥ ୟୁରୋଲୋଜି ବିଭାଗର ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ବଡ଼ ଡାକ୍ତରଖାନା ପଛପଟ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ନିକଟରେ ଥିବା ଡ଼ିସିଏଚ୍‌-୨ରେ ଚାଲିଥିବା ସୁପରସ୍ପେଷିଆଲିଷ୍ଟ ବିଭାଗ କୋଠା ସ୍ଥିତ ଅପରେସନ୍‌ ଥିଏଟର୍‌ରେ ପ୍ରାୟ ୨୦ ଜଣ ଡାକ୍ତର, କର୍ମଚାରୀ ଅପରେସନ୍‌ କରୁଥିବା ବେଳେ ହଠାତ୍‌ ଉକ୍ତ ଗୃହରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ତୁରନ୍ତ ଡାକ୍ତର ଓ କର୍ମଚାରୀ ମାନେ ଆତଙ୍କିତ ହୋଇପଡିଥିଲେ । ଏପରିକି ଅପରେସନ୍‌ ଗୃହରେ କିଛି ପ୍ଲାଷ୍ଟିକ୍‌ ସାମଗ୍ରୀ ଥିବାରୁ ନିଆଁ ତ୍ୱରିତ ବେଗରେ ବ୍ୟାପି ଯାଇଥିଲା । ଉକ୍ତ ସମୟରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ ପାଇଁ ଦୀର୍ଘ ୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଥିବା ଏବଂ ଏ ମଧ୍ୟରେ ସେଠାରେ ଥିବା ଡାକ୍ତର, କର୍ମଚାରୀ ଓ ରୋଗୀ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଯଦ୍ୱାରା କିଛି ସାମଗ୍ରୀ ନଷ୍ଟ ହୋଇଥିଲେ ହେଁ କୌଣସି ଲୋକେ ମୃତାହତ ହୋଇନଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏହା ସଟ୍‌ସର୍କିଟ୍‌ କିମ୍ବା ଏସିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ଘଟଣାସ୍ଥଳରେ ବଡ଼ ଡ଼ାକ୍ତରଖାନା ଅଧିକ୍ଷକ ଡ଼ା. ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଏନେଇ ଉକ୍ତ ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ଉକ୍ତ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର୍‌ ସଂଘମିତ୍ରା ଦଳେଇ, ବରିଷ୍ଠ ବିଜେଡ଼ି ନେତା ଭୀମ ଦଳେଇ, କର୍ପୋରେଟର୍‌ ସଞ୍ଜୀତ୍‌ ପାଣିଗ୍ରାହୀ ପ୍ରମୁଖ ଅଗ୍ନି ବିଧ୍ୱସ୍ତ ଅଞ୍ଚଳ ପରିଦର୍ଶନ କରିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଏଏସ୍‌ଓ ପରୀକ୍ଷା

ଆଜି ଏଏସ୍‌ଓ ପରୀକ୍ଷା

Read More...

ଦିଲ୍ଲୀ ସରକାର ଭାଙ୍ଗିବାକୁ  ୮୦୦ କୋଟିର ଡିଲ୍‌ ,  ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

ଦିଲ୍ଲୀ ସରକାର ଭାଙ୍ଗିବାକୁ ୮୦୦ କୋଟିର ଡିଲ୍‌ , ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page