ଆଜି ଏଏସ୍‌ଓ ପରୀକ୍ଷା

August 26, 2022, ଓଡ଼ିଶା, , Anupambharat News Bureau


ଆଜି ଏଏସ୍‌ଓ ପରୀକ୍ଷା
Anupambharat News Bureau
August 26, 2022


ଭୁବନେଶ୍ୱର, ୨୬ା୮(ଅନୁପମ ମିଡ଼ିଆ): ଆସନ୍ତାକାଲି (ଶନିବାର) ଏଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫଫରେ ହେବ ପରୀକ୍ଷା । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି । ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍‌ ସମୟ ଦିଆଯିବ ।
ସୂଚନାଯୋଗ୍ୟ ଯେ ଏଏସଓ ର ଲିଖିତ ପରୀକ୍ଷା ଗତ ୨୧ରେ ହେବାର ଥିଲା । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଘଞ୍ଚା ଯାଇଥିଲା । ଆସନ୍ତାକାଲି ପରୀକ୍ଷା ପାଇଁ ମୋଟ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ସେଣ୍ଟର ହୋଇଥିବାବେଳେ କେବଳ ଭୁବନେଶ୍ୱରରେ ୧୨୯ଟି ଶିକ୍ଷାନୁଷ୍ଠାନ ସାମିଲ ରହିଛି । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍‌ କାର୍ଡରେ ଆସନ୍ତାକାଲି ପରୀକ୍ଷା ଦେଇପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

Read More...

ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page