ଦିଲ୍ଲୀ ସରକାର ଭାଙ୍ଗିବାକୁ ୮୦୦ କୋଟିର ଡିଲ୍‌ , ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି

August 25, 2022, ଦେଶ, , Anupambharat News Bureau


ଦିଲ୍ଲୀ ସରକାର ଭାଙ୍ଗିବାକୁ  ୮୦୦ କୋଟିର ଡିଲ୍‌ ,  ୨୫ ଆପ୍‌ ବିଧାୟକଙ୍କ ପତ୍ତା ମିଳୁନି
Anupambharat News Bureau
August 25, 2022


ନୂଆଦିଲ୍ଲୀ,୨୫ା୮: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ତଥା ଦିଲ୍ଲୀର ରାଜନୀତି ଦିନକୁ ଦିନ ଚାଞ୍ଚଲ୍ୟକର ହେବାରେ ଲାଗିଛି । କେଉଁ ମୁହୂର୍ତ୍ତରେ ମଧ୍ୟ ସୁଯୋଗ ଖୋଜି ଦିଲ୍ଲୀରେ କ୍ଷମତାସୀନ ଥିବା ଆପ୍‌ ସରକାରକୁ ଦୋହଲାଇବା ପାଇଁ କେନ୍ଦ୍ରରେ ଶାସନାଧିନ ଏନ୍‌ଡିଏ ସରକାର ଉଦ୍ୟମ ଚଳାଇଛନ୍ତି । ପ୍ରତିଦିନ ନୂଆ ନୂଆ ତଥ୍ୟ ପ୍ରଘଟ ହେବାରେ ଲାଗିଛି । ଉଭୟ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ହଠାତ ଆମ୍‌ ଆଦ୍‌ମୀ ପାର୍ଟିର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଆଜି ନିଜ ମନ୍ତବ୍ୟରେ ବିଜେପି ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ, ଦିଲ୍ଲୀ ସରକାର ଭାଙ୍ଗିବାକୁ ବିଜେପି ୮୦୦ କୋଟି ଟଙ୍କାର ଡିଲ୍‌ କରିଛି । ୪୦ ଜଣ ବିଧାୟକଙ୍କୁ କିଣିବା ପାଇଁ ପ୍ରତ୍ୟେକଙ୍କୁ ୪୦ କୋଟି ଟଙ୍କା ଲେଖାଏଁ ଦେବା ପାଇଁ କେନ୍ଦ୍ରରେ ଶାସନାଧିନ ସରକାର ଜଘନ୍ୟ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି କେଜରିୱାଲ୍‌ ପ୍ରସଙ୍ଗଟିକୁ ଲୋକଲୋଚନକୁ ଆଣିଛନ୍ତି । ତେବେ କେଜରିୱାଲ ପ୍ରଶ୍ନ କରିଛନ୍ତି ଯେ, ଯଦି ଏଭଳି କୋଟି କୋଟି ଟଙ୍କା ଯଦିଓ ହାତଗୁଞ୍ଜା ବା ଲାଞ୍ଚ ଦେବେ ତେବେ ସରକାର ଏହି ବିପୁଳ କୋଟି କୋଟି ଟଙ୍କା ଆଣିବେ କେଉଁଠାରୁ । ମୋଦି ସରକାର ଦେଶବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଆଜି ସକାଳେ ଆପ୍‌ର ବିଧାୟକମାନେ କେଜରୀୱାଲଙ୍କ ବାସଭବନରେ ଏକତ୍ରିତ ହୋଇ ନୂଆ ଯୋଜନା ପ୍ରସ୍ତìତ କରିଛନ୍ତି । ବିଜେପି ଦ୍ୱାରା ଯେଉଁ ପ୍ରଭାବର ଜାଲ ବିଛା ଯାଉଛି ତାହା ଦ୍ୱାରା ପ୍ରଭାବିତ ନହେବା ପାଇଁ ଆପ୍‌ ସରକାର ଏହାର ସଦସ୍ୟମାନଙ୍କୁ ସତର୍କ କରାଇଛନ୍ତି । ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି । ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନାହିଁ । କିଛି ଦିନ ହେଲା ଆପର ବିଧାୟକମାନଙ୍କୁ ବିଜେପି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରି ଆସୁଛି । ଏବେ କିଛି ବିଧାୟକଙ୍କ ପତ୍ତା ନ ମିଳିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ାଇ ଦେଇଛି । ବୈଠକରେ ଦଳର ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା । ସମସ୍ତଙ୍କୁ ଦିନ ୧୧ଟା ସୁଦ୍ଧା ବୈଠକକୁ ଆସିବାକୁ କୁହାଯାଇଥିଲା । କି;ୁ ଉକ୍ତ ବୈଠକରେ ୨୫ ଜଣ ବିଧାୟକ ଯୋଗଦେଇନଥିଲେ ।
ଦିନକ ପୂର୍ବରୁ ଆପର ୪ ଜଣ ବିଧାୟକ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିଲେ । ବିଜେପି ସେମାନଙ୍କୁ ନିଜ ପାଖକୁ ନେବା ପାଇଁ ୨୦ କୋଟି ଟଙ୍କା ଲେଖାଏ ଅଫର ଦେଇଥିବା ସେମାନେ କହିଥିଲେ । ଏହି ଘଟଣା ପରେ ବୁଧବାର ଆପର ରାଜନୀତିକ ବ୍ୟାପାର କମିଟି(ପିଏସି)ର ବୈଠକ ବସିଥିଲା । ଅରବିନ୍ଦ କେଜ୍ରିୱାଲ ଏହାର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଓ ବିଜେପିର ଘୋଡ଼ା ବେପାର ଘଟଣାକୁ ନିନ୍ଦା କରାଯାଇ ଗୋଟିଏ ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ସବୁ ଘଟଣା ଭିତରେ ଆଜି ପ୍ରାୟ ୨୫ ଜଣ ବିଧାୟକଙ୍କ ପତ୍ତା ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ବଡ଼ ଡାକ୍ତରଖାନା :ସୁପରସ୍ପେଷିଆଲିଷ୍ଟ୍‌ କୋଠାରେ ଅଗ୍ନିକାଣ୍ଡ

Read More...

ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page