ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

August 25, 2022, ଦେଶ, , Anupambharat News Bureau


ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌
Anupambharat News Bureau
August 25, 2022


ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତ୍ରୀଙ୍କ ଅଧିକାରୀମାନେ ତାଙ୍କ ଡିପୋସିଟ୍‌ ବା ଜମା କରିଥିବା ଟଙ୍କାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତରେ ୨୦୦କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନଙ୍କ ନାମ କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଡି ହେବା ପରେ କର୍ତ୍ତୃପକ୍ଷ ଅଭିନେତ୍ରୀଙ୍କ ନିବେଶକୁ ସଂଲଗ୍ନ କରିଥିଲେ । ଅଭିନେତ୍ରୀ ବର୍ତ୍ତମାନ କହିଛନ୍ତି ଯେ ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହା ସେବେଠାରୁ ଅଛି ଯେବେ ସୁକେଶ ତାଙ୍କ ଠାରୁ ବହୁତ ଦୂରରେ ଥିଲେ । ଜ୍ୟାକଲିନ ଆହୁରି କହିଛନ୍ତି ଯେ ସେ ଜମା କରିଥିବା ଟଙ୍କା ନିଜ ଉପାର୍ଜନରୁ କରିଛନ୍ତି । ଯାହା ସେ କଠିନ ପରିଶ୍ରମ ଦ୍ୱାରା ହାସଲ କରିଥିଲେ । ପଇସା ସେବେ ଠାରୁ ସଞ୍ଚୟ କରଛନ୍ତି ଯେବେ ତାଙ୍କୁ ଜଣା ନଥିଲା କି ଏହି ଦୁନିଆରେ କୌଣସି ସୁକେଶ ଚନ୍ଦ୍ରଶେଖର ଅଛନ୍ତି କି ନାହିଁ । ଗତ ସପ୍ତାହରେ, ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍‌ ଦାଖଲ କରିଥିଲା । ଏଥିରେ ଜ୍ୟାକଲିନଙ୍କୁ ଜଣେ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା । ତେବେ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକଲିନଙ୍କ ଓକିଲ କହିଛନ୍ତି ଯେ ଏହି ଘଟଣାରେ ଅଭିନେତ୍ରୀ ଜଣେ ପୀଡିତା । ସେ କହିଥିଲେ, ଜ୍ୟାକଲିନ ସର୍ବଦା ଅନୁସନ୍ଧାନ କାରୀ ସଂସ୍ଥା ସହ ସହଯୋଗ କରିଆସୁଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଆସିଥିବା ସମସ୍ତ ଡାକରା ସେ ଉପସ୍ଥିତ ହୋଇଛନ୍ତି । ତାଙ୍କ ପାଖରେ ଯାହା କିଛି ସୂଚନା ଥିଲା, ସେ ଏହାକୁ ଇଡି ଦେଇଛନ୍ତି । ସେ ଏକ ପ୍ରମୁଖ ଅପରାଧିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ଯୁକ୍ତି ଆଧାରରେ ଏହି ମାମଲାକୁ ସତ ବୋଲି ବିଚାର କରି ଜ୍ୟାକଲିନଙ୍କ ବିରୋଧରେ ମନି ଲଣ୍ଡରିଂ ଆକଫ କିମ୍ବା ଅନ୍ୟ କୌଣସି ମାମଲା ରୁଜୁ କରାଯାଇ ନାହ । ଏହା ଏକ ମନ୍ଦ ଉଦ୍ଦେଶ୍ୟର ମାମଲା ଏବଂ ସ୍ୱାଧୀନତା ରକ୍ଷା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

ଜାତୀୟ ସ୍ତରରେ ବଢୁଛି ନବୀନଙ୍କ ପତିଆରା

Read More...

 ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page