ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି

August 25, 2022, ଦେଶ, , Anupambharat News Bureau


 ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ ହେବ ବିକ୍ରି
Anupambharat News Bureau
August 25, 2022


ନୂଆଦିଲ୍ଲୀ: ଦରଦାମ୍‌ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କେନ୍ଦ୍ର ସରକାର ପାଣ୍ଠି ସଂଗ୍ରହ ଲାଗି ସରକାରୀ ସମ୍ପତ୍ତି ବିକ୍ରିକୁ ତ୍ୱରାନ୍ୱିତ କରିବା ଉପରେ ଜୋର ଦେଉଛନ୍ତି । ଏହି କ୍ରମରେ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନକୁ ବିକ୍ରି କରିବା ବିଷୟରେ ସରକାର ବିଚାର କରୁଛନ୍ତି । ଏଥିସହିତ ସରକାରୀ ଟେଲିକମ୍‌ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ମଧ୍ୟ ଏହାର ୧୦ ହଜାର ଟାୱାର ବିକ୍ରି କରି ୪,୦୦୦ କୋଟି ଟଙ୍କା ଜୁଟାଇବା ଯୋଜନା ଉପରେ କାମ କରୁଛି । ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଜରିଆରେ ୬୫ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେହି ଲକ୍ଷ୍ୟ ହାସଲ ପାଇଁ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି ବେଶ ଗୁରୁିବପୂର୍ଣ୍ଣ ହୋଇପଡ଼ିଛ ।
ଆଇଡିବିଆଇ ବ୍ୟାଙ୍କରେ ସରକାର ଓ ଏଲ୍‌ଆଇସିର ମିଳିତ ଭାବେ ୯୪ ପ୍ରତିଶତ ଅଂଶଧନ ରହିଛି । ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ବିକିବା ପରେ ଉଭୟ ସରକାର ଓ ଏଲ୍‌ଆଇସି ନିଜ ପାଖରେ କିଛି ଅଂଶଧନ ରଖିବାକୁ ଚାହୁଁଛନ୍ତି । ଅଂଶଧନ ବିକ୍ରିର ଚୂଡ଼ାନ୍ତ ନିଷ୍ପତ୍ତି ମନ୍ତ୍ରୀମାନଙ୍କୁ ନେଇ ଗଠନ କରାଯାଇଥିବା ଏକ କମିଟି ଗ୍ରହଣ କରିବ । ସେପେଫମ୍ବରଠାରୁ ଗ୍ରାହକ ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହେବ । ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଏହା ଅଧୀନରେ ନିୟନ୍ତ୍ରିତ ହେଉଥିବା ସଂସ୍ଥା ୪୦ ପ୍ରତିଶତରୁ ଅଧିକ ଅଂଶଧନ କିଣିପାରିବେ ଓ ଯେଉଁ ସଂସ୍ଥା ରିଜର୍ଭ ବ୍ୟାଙ୍କ ପରିସୀମା ବାହାରେ ରହିଛନ୍ତି ସେମାନେ ବ୍ୟାଙ୍କର ସର୍ବାଧିକ ୧୦-୧୫% ଅଂଶଧନ କିଣିପାରିବେ ।ସେହିପରି, କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଜାତୀୟ ମନେଟାଇଜେସନ୍‌ ପାଇପ୍ଲାଇନ୍‌ ଅଧୀନରେ ବିଏସ୍‌ଏନ୍‌ଏଲ୍‌ ଏହାର ୧୦ ହଜାର ଟାୱାରକୁ ବିକ୍ରି କରିବାକୁ ଯୋଜନା କରିଛି । ଏଥିପାଇଁ କେପିଏମଏସକୁ ଆର୍ଥିକ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି । ମୁମ୍ବାଇ ଓ ଦିଲ୍ଲୀକୁ ବାଦ ଦେଇ ଦେଶର ଅନ୍ୟ ସବୁ ସ୍ଥାନରେ ବିଏସ୍‌ଏନ୍‌ଏଲ୍‌ ଟେଲିକମ୍‌ ସେବା ପ୍ରଦାନ କରୁଛି । କଂପାନି ପାଖରେ ୬୮ ହଜାର ଟାୱାର ରହିଛି । ସେଥିରୁ ସେହି ଟାୱାରଗୁଡ଼ିକୁ କଂପାନି ବିକ୍ରି କରିବ ଯେଉଁଠାରେ ଜିଓ ଓ ଏୟାରଟେଲ୍‌ ଭଳି ତୃତୀୟ ପକ୍ଷ ସଂସ୍ଥା ସହ କୋ-ଲୋକେସନ୍‌ ବ୍ୟବସ୍ଥା ରହିଛି । ବ୍ରୁକଫିଲw ମାଲିକାନାରେ ଥିବା ଡାଟା ଇନଫ୍ରାଷ୍ଟ୍ରକcର ଟ୍ରଷ୍ଟ୍‌ ଟାୱାର କିଣିବା ଲାଗି ଆଗ୍ରହ ଦେଖାଇବ ବୋଲି ଅନୁମାନ କରାଯାଉଛି । କାରଣ ଏହି ସଂସ୍ଥା ୨୦୧୯ରେ ଜିଓର ୧,୩୦,୦୦୦ ଟାୱାରକୁ ଅଧିଗ୍ରହଣ କରିଥିଲା । ଏୟାରଟେଲ ର ଆଂଶିକ ମାଲିକାନାରେ ଥିବା ଇଣ୍ଡସ୍‌ ଟାୱାର ମଧ୍ୟ ବିଏସ୍‌ଏନ୍‌ଏଲ ଟାୱାରଗୁଡ଼ିକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିପାରେ । ବିଏସ୍‌ଏନ୍‌ଏଲ୍‌ ପାଇଁ କେନ୍ଦ୍ର ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁରି ପ୍ରଦାନ କରିଛନ୍ତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

ସୁକେଶଙ୍କ ସହ କୌଣସି ସମ୍ପର୍କ ନାହିଁ: ଜ୍ୟାକଲିନ୍‌

Read More...

ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page