ଏଥର ବି ହବନି ଚାରଧାମ୍‌ ଯାତ୍ରା

April 29, 2021, ଦେଶ, , Anupambharat News Bureau


ଏଥର ବି ହବନି ଚାରଧାମ୍‌ ଯାତ୍ରା
Anupambharat News Bureau
April 29, 2021


ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଗୁରୁବାର ଦିନ ଚାରଧାମ ଯାତ୍ରା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ନିର୍ଦ୍ଧାରିତ ତାରିଖରେ ମନ୍ଦିର କବାଟ ଖୋଲିବ ଓ କେବଳ ପୂଜାର୍ଚ୍ଚନା ହେବ କି;ୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ ଚାରଧାମ ଯାତ୍ରା ସମ୍ଭବ ନୁହେଁ ।
ଆଗାମୀ ମେ’୧୫ ରୁ ଯାମୁନେତ୍ରୀ ମନ୍ଦିର କବାଟ ଖୋଲିବ ସହ ଚାରଧାମ ଯାତ୍ରା ଆରମ୍ଭ ହେବାକୁଥିଲା । ଗତ ବର୍ଷ ମଧ୍ୟ ଉତ୍ତରାଖଣ୍ଡ ସରକାର କରୋନା ମହାମାରୀ ଯୋଗୁଁ ମେ’ରେ ଚାରଧାମ ଯାତ୍ରା ସ୍ଥଗିତ କରିଦେଇଥିଲେ ।
ଏହାପରେ ଜୁଲାଇ ୧ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଚାରଧାମ ଯାତ୍ରା ଆରମ୍ଭ ହୋଇଥିଲା । ଜୁଲାଇ ଅନ୍ତିମ ସପ୍ତାହରେ ରାଜ୍ୟ ସରକାର କିଛି ସର୍ତ୍ତ ସହ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କୁ ଯାତ୍ରା ଅନୁମତି ଦେଇଥିଲେ । ଚାରଧାମ ଯାତ୍ରା ସ୍ଥଗିତ ହୋଇଥିବା ଘୋଷଣା ପରେ ଶ୍ରଦ୍ଧାଳୁମାନେ ବୁକ କରିଥିଲେ ହୋଟେଲ କୟାନସେଲ ହେବ । ଏଥିରେ ଗଢବାଲ ମଣ୍ଡଳ ବିକାଶ ନିଗମ ସମେତ ପ୍ରାଇଭେଟ ହୋଟେଲ ବୁକିଂ ମଧ୍ୟ ସାମିଲ ଅଛି । ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଯାଏଁ ସ୍ଥିତିକୁ ଦୃଷ୍ଟିରେ ରଖି ଅନୁମାନ କରାଯାଇଥିଲା ଯେ ଚଳିତ ବର୍ଷ କୌଣସି ବାଧାରେ ଚାରଧାମ ଯାତ୍ରା ହେବ ।
କି;ୁ ଏପ୍ରିଲ ମାସରେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଇଥିବା କରୋନା ମାମଲା ଯୋଗୁଁ ଏବର୍ଷ ମଧ୍ୟ ଗତବର୍ଷ ଭଳି ଯାତ୍ରା ଆରମ୍ଭ ହେବା ପୂର୍ବରୁ କ୍ୟାନସେଲ କରାଯାଇଛି । ସୂଚନାଯୋଗ୍ୟ ଯେ ଗତବର୍ଷ କରୋନା ଯୋଗୁଁ ପାଖାପାଖି ୩ ଲକ୍ଷ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଚାରଧାମ ଯାତ୍ରା ୨୦୨୦ ଜୁଲାଇ ମାସରେ ଆରମ୍ଭ ହୋଇଥିଲା । ୨୦୧୯ ମସିହାରେ ରେକର୍ଡ ସଂଖ୍ୟକ ୩୨ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରିଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଗୁରୁବାର ଦିନ ଚାରଧାମ ଯାତ୍ରା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ନିର୍ଦ୍ଧାରିତ ତାରିଖରେ ମନ୍ଦିର କବାଟ ଖୋଲିବ ଓ କେବଳ ପୂଜାର୍ଚ୍ଚନା ହେବ କି;ୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ ଚାରଧାମ ଯାତ୍ରା ସମ୍ଭବ ନୁହେଁ । ଆଗାମୀ ମେ’୧୫ ରୁ ଯାମୁନେତ୍ରୀ ମନ୍ଦିର କବାଟ ଖୋଲିବ ସହ ଚାରଧାମ ଯାତ୍ରା ଆରମ୍ଭ ହେବାକୁଥିଲା । ଗତ ବର୍ଷ ମଧ୍ୟ ଉତ୍ତରାଖଣ୍ଡ ସରକାର କରୋନା ମହାମାରୀ ଯୋଗୁଁ ମେ’ରେ ଚାରଧାମ ଯାତ୍ରା ସ୍ଥଗିତ କରିଦେଇଥିଲେ । ତେବେ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚାରଧାମ ଦର୍ଶନ ବନ୍ଦ କରାଯାଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ,  ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ, ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

Read More...

ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page