ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

April 29, 2021, ଦେଶ, , Anupambharat News Bureau


ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ
Anupambharat News Bureau
April 29, 2021


କୋଲକାତା: ପଶ୍ଚିମବଙ୍ଗରରେ ଆଜି ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ ମିନିଟ୍‌ରେ ଶେଷ ହୋଇଛି । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮୪ ଲକ୍ଷ ୭୮ ହଜାର ଭୋଟର । ନିର୍ବାଚନ କୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ସହ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାଗିଦ କରାଯାଇଛି । ଶେଷ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୫ଟି ଆସନ ପାଇଁ ୮୪ ଲକ୍ଷ ଭୋଟର ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ନିଲବାଡ଼ି ଲଢେଇର ଅଷ୍ଟମ ତଥା ଶେଷ ପର୍ଯ୍ୟାୟରେ ୭୫୩ କମ୍ପାନୀ ଫୋର୍ସକୁ ନ୍ୟାୟପୂର୍ଣ୍ଣ ଭାବେ ଭୋଟ୍‌ ଦେବା ପାଇଁ ବ୍ୟବହାର କରାଯାଇଥିବା ବେଳେ ସେଥିମଧ୍ୟରୁ ୬୪୧ କମ୍ପାନୀ ବୁଥ୍‌ ଜଗିବା ପାଇଁ ନିୟୋଜିତ ହୋଇଛନ୍ତି । ବାକିଗୁଡିକ ରିଜର୍ଭରେ ରଖାଯାଇଛି ବୋଲି ମଙ୍ଗଳବାର ନିର୍ବାଚନ ଆୟୋଗ କହିଛନ୍ତି । ଏତଦ୍‌ ବ୍ୟତୀତ, ଏପ୍ରିଲ ୨୯ ଶେଷ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୫ଟି ଆସନ ପାଇଁ ଆୟୋଗ କେବଳ ବୀରଭୂମିରେ ୬ଜଣ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଜିଲ୍ଲାରେ ଅଧିକ ସମ୍ବେଦନଶୀଳ ବୁଥ୍‌ ଥିବାରୁ ଏହି ସଂଖ୍ୟକ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । ଆୟୋଗଙ୍କ ଅନୁଯାୟୀ, ଶେଷ ପର୍ଯ୍ୟାୟରେ ବୀରଭୂମରେ ୨୨୪, କୋଲକାତା ଉତ୍ତରରେ ୯୫, ମାଲଦାରେ ୧୧୦ ଏବଂ ମୁର୍ସିଦାବାଦରେ ୨୧୨ କମ୍ପାନୀ ନିୟୋଜିତ ହୋଇଛନ୍ତି ।
ଗୁରୁବାର ସେହି ପର୍ଯ୍ୟାୟରେ ସମୁଦାୟ ୧୧,୮୬୦ ବୁଥ୍‌ ରହିଛି । ଏଥିମଧ୍ୟରୁ ୩,୯୦୮ ଟି ବୀରଭୂମରେ ୧୧ ଟି ସିଟ୍‌ ପାଇଁ ଅଛି । ମାଲଦାର ମୋଟ ୧୨ଟି ସିଟ୍‌ ମଧ୍ୟରୁ ୬ଟିରେ ଭୋଟ୍‌ ହେବ । ତାଙ୍କ ପାଇଁ ୨,୦୯୩ ବୁଥ୍‌ ରହିବ ଛ ମୁର୍ସିଦାବାଦରେ ୨୨ଟି ମଧ୍ୟରୁ ୧୧ଟିରେ ମତଦାନ ହୋଇଥିଲା ଛ ତାଙ୍କ ପାଇଁ ୩,୭୯୬ ବୁଥ୍‌ ବ୍ୟବସ୍ଥା କରାଯାଇଛି । ସେହିପରି କୋଲକାତା ଉତ୍ତରରେ ଥିବା ୧୧ ସିଟ୍‌ ମଧ୍ୟରୁ ୭ଟିରେ ମତଦାନ ହେବ । ଏହି ଅଞ୍ଚଳରେ ୨,୦୮୩ ବୁଥ୍‌ ରହିଛି । ଆୟୋଗ କହିଛନ୍ତି ଯେ ମୋଟ ୧,୦୭୧ କମ୍ପାନୀ ରାଜ୍ୟକୁ ଭୋଟ୍‌ ଦାୟିତ୍ୱରେ ଆସିଛନ୍ତି । ଏଥିମଧ୍ୟରୁ ୭୫୩ କମ୍ପାନୀ ଏହି ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ଦ୍ୱାରା ବ୍ୟବହୃତ ହେବେ । ଅବଶିଷ୍ଟ ୩୧୮ କମ୍ପାନୀ କେନ୍ଦ୍ରୀୟ ବାହିନୀକୁ ହସ୍ତାନ୍ତର କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ବି ହବନି ଚାରଧାମ୍‌ ଯାତ୍ରା

ଏଥର ବି ହବନି ଚାରଧାମ୍‌ ଯାତ୍ରା

Read More...

ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page