କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ, ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

April 29, 2021, ଦେଶ, , Anupambharat News Bureau


କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ,  ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌
Anupambharat News Bureau
April 29, 2021


ନୂଆଦିଲ୍ଲୀ: ଅକ୍ସିଜେନ ମାମଲାରେ ଦିଲ୍ଲୀ ସରକାରଙ୍କ ସଙ୍ଗୀନ ଅଭିଯୋଗ । କେନ୍ଦ୍ର ବିରୋଧରେ ହାଇକୋର୍ଟ ପହଞ୍ଚିଲେ ରାଜ୍ୟ ସରକାର । ସବୁ ରାଜ୍ୟକୁ ଅଧିକ ପରିମାଣରେ ଅକ୍ସିଜେନ୍‌ ମିଳୁଥିବା ବେଳେ ଆମକୁ ମାଗିଲେ ମିଳୁନି ବୋଲି କୋର୍ଟରେ ଅଭିଯୋଗ କରିଛନ୍ତି କେଜ୍ରିୱାଲ ସରକାର ।
ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ସମସ୍ତ ରାଜ୍ୟ ଅଧିକ ଅମ୍ଳଜାନ ପାଇଥିବା ବେଳେ ଦିଲ୍ଲୀକୁ କାହିଁକି ମିଳୁନି ବୋଲି କେଜ୍ରୱାଲ ସରକାର ହାଇକୋର୍ଟରେ କହିଛନ୍ତି । ଗୁରୁବାର ଦିଲ୍ଲୀ ସରକାର ଏନେଇ ହାଇକୋର୍ଟରେ ଅଭିଯୋଗ କରିଥିବା ବେଳେ କେନ୍ଦ୍ରକୁ ଜବାବ ମାଗିଛନ୍ତି କୋର୍ଟ ।
ଦିଲ୍ଲୀ ସରକାର ଆଣିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ କେନ୍ଦ୍ରକୁ ପଚାରିଛନ୍ତି ହାଇକୋର୍ଟ । ଗୁରୁବାର ଶୁଣାଣି ବେଳେ ଦିଲ୍ଲୀ ସରକାର ସମସ୍ତ ରାଜ୍ୟକୁ ଯୋଗାଣ ହୋଇଥିବା ଅକ୍ସିଜେନ୍‌ ପରିମାଣକୁ ପଢ଼ି ଶୁଣାଇଥିବା ଜଣାପଡ଼ିଛି । ଦିଲ୍ଲୀ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ମାଗିବା ଠାରୁ ଅଧିକ ଅକ୍ସିଜେନ ପାଇଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି । ସେପଟେ ଏହାକୁ ରାଜନୀତିର ରଙ୍ଗ ଦିଆଯାଉଥିବା ଅଭିଯୋଗ କରିଛି କେନ୍ଦ୍ର । ପିଟିଆଇରେ ପ୍ରକାଶିତ ଖବର ଅନୁସାରେ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକୁ ଚାହିଦାଠୁ ଅଧିକ ଅକ୍ସିଜେନ୍‌ ମିଳିଥିବା ବେଳେ ଦିଲ୍ଲୀକୁ କାହିଁକି ମିନୁନି ବୋଲି ପଚାରିଥିଲେ ରାଜ୍ୟ ସରକାର । ଶୁଣାଣି ବେଳେ କୋର୍ଟ କହିଛନ୍ତି ଦିଲ୍ଲୀର ଚାହିଦାଠୁ ଅଧିକ ଅକ୍ସିଜେନ୍‌ ଦେବାକୁ ଚେଷ୍ଟା କରିବା ଦରକାର । ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଯେଉଁ ଦାମରେ ଅକ୍ସିଜେନ୍‌
ମିଳୁଛି ସେହି ଦାମରେ ଅକ୍ସିଜେନ୍‌ ଦିଲ୍ଲୀକୁ ମିଳିବା ଦରକାର । ଯଦି ଦିଲ୍ଲୀ ସରକାରଙ୍କ ଅଭିଯୋଗ ସତ୍ୟ ତେବେ କେନ୍ଦ୍ର ଏନେଇ ସ୍ପଷ୍ଟୀକରଣ ରଖିବା ଦରକାର ବୋଲି କୋର୍ଟ କହିଛନ୍ତି । ତେବେ କେନ୍ଦ୍ର ପାଖରୁ ସ୍ପଷୀକରଣ ମିଳିବା ପରେ ଆମେ କୌଣସି ଶେଷ ସିଦ୍ଧାନ୍ତରେ ପହଞ୍ଚିପାରିବା ବୋଲି ମଧ୍ୟ ଖଣ୍ଠପୀଠ କହିଛନ୍ତି ।
ଦିଲ୍ଲୀ ସରକାର ଆହୁରି ମଧ୍ୟ କହିଛନ୍ତି, ଲୋକମାନଙ୍କ ପାଖରେ ସମସ୍ତ ସୂଚନା ପହଞ୍ଚିବା ଦରକାର । କି;ୁ ସେଠାରେ ବହୁ କମ୍‌ ସୂଚନା ପହଞ୍ଚୁଛି । ଯଦି ସମସ୍ତଙ୍କ ପାଇଁ ରେମଡେସିଭିର ଘୋଷଣା କରାଯାଉଛି ତେବେ ନିଶ୍ଚିତ ଭାବେ ଚାହିଦା ଏବଂ ଯୋଗାଣ ବଢ଼ିବ ବୋଲି ଦିଲ୍ଲୀ ସରକାର କୋର୍ଟରେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

Read More...

ଏଥର ବି ହବନି ଚାରଧାମ୍‌ ଯାତ୍ରା

ଏଥର ବି ହବନି ଚାରଧାମ୍‌ ଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page